ତୁଟିବାର ନାଁ ନେଉନି ବହୁଚର୍ଚ୍ଚିତ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା । ଗତକାଲି ପୁଣି ଥରେ ପରିବାର ଅଦାଲତରେ ଶୁଣାଣି ପାଇଁ ହାଜିର ହୋଇଥିଲେ ଉଭୟ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି । କଟକ ପରିବାର ଅଦାଲତରେ ପ୍ରଥମେ ସାଂସଦ ଅନୁଭବ ମହାନ୍ତି ଆସି ପହଞ୍ଚିବା ପରେ ତାଙ୍କ ପଛକୁ ଆସି ପହଞ୍ଚିଥିଲେ ଅନୁଭବଙ୍କ ପତ୍ନୀ ତଥା ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷା ପୂର୍ବରୁ ଅନେକ ଶୁଣାଣି ବେଳେ ଅନୁପସ୍ଥିତ ରହୁଥିଲେ ।

ଅନୁଭବ ସବୁ ଥର ଆସି ନିରାଶ ହୋଇ ଫେରୁଥିଲେ । କିନ୍ତୁ କୋର୍ଟ ବର୍ଷାଙ୍କୁ ଜୋରିମାନା ସହ ତାଗିଦ କରିବା ପରେ ବର୍ଷା ମଧ୍ୟ ଏଥର କୋର୍ଟରେ ହଜାର ରହୁଛନ୍ତି । ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି ଏହି ଷ୍ଟାର ଦମ୍ପତ୍ତିଙ୍କ ମଧ୍ୟରେ ଚାଲିଥିବା ପାରିବାରିକ କଳିରେ ଏଥର ଜବନିକା ପଡିବ କି ବୋଲି ତାଙ୍କ ପ୍ରଶଂସକଙ୍କ ମନରେ ପ୍ରଶନୁ ଉଠୁଛି । ନା ପୁଣି ଥରେ ସବୁ ରାଗ ଓ ଅଭିମାନ ଭୁଲି ପୂର୍ବ ଭଳି ଅନୁଭବ ଓ ବର୍ଷା ସ୍ଵାମୀ ସ୍ତ୍ରୀ ଭଳି ରହିବେ ଏକଥାକୁ ନେଇ ଆଜି ବର୍ଷା ଓ ଅନୁଭବଙ୍କ ମଧ୍ୟରେ ହୋଇପାରେ କଥାବାର୍ତ୍ତା ।
ଗତ ୧୪ ତାରିଖରେ ମଧ୍ୟ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ । ସେଦିନ ବିଚାରପତି କାଉନସେଲିଂ କରିଥିଲେ ମଧ୍ୟ କୌଣସି ସଫଳତା ମିଳି ପାରି ନଥିଲା । ଆଉ ଗତକାଲି ପୁଣି ଥରେ ଉଭୟଙ୍କ ମଧ୍ୟରେ କାଉନସେଲିଂ ହୋଇଥିବ । ସେଥିପାଇଁ ଠିକ ସମୟ ପୂର୍ବରୁ ସାଂସଦ ଅନୁଭବ ଅହନ୍ତିଆ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କଟକସ୍ଥିତ ପାରିବାରିକ ଅଦାଲତରେ ହାଜର ହୋଇଥିଲେ ।

ତେବେ ଆପଣଙ୍କୁ ପୁଣି ଥରେ ମନେପକାଇ ଦେଉଛୁ କି, ୨୦୧୪ରେ ଅନୁଭବ ଓ ବର୍ଷା ଭୁବନେଶ୍ବରରେ ବିବାହ କରିଥିଲେ । ହେଲେ ୨୦୨୦ରେ ଦିଲ୍ଲୀର ଏକ କୋର୍ଟରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିଲେ ଅନୁଭବ । ଯାହାକୁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଏପର୍ଯ୍ୟନ୍ତ ଚ୍ୟାଲେଞ୍ଜ କରି ଆସୁଛନ୍ତି । ତେବେ ଗତକାଲି ଘଟଣା କେଉଁ ମୋଡ ନେଉଛି ତାହା ଦେଖିବାକୁ ଅନେକ ଚହିଁ ବସିଥିବା ବେଳେ ଏଥର ମଧ୍ୟ କାଉନସେଲିଂ ବିଫଳ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।
ତେବେ ଆଗକୁ ଏହି ଚର୍ଚ୍ଚିତ ଷ୍ଟାର ଦମ୍ପତ୍ତିଙ୍କ ବିବାଦ କେଉଁ ମୋଡ ନେଉଛି ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।