କଟକ ବଡ ମେଡିକାଲ ଆସୁଥିଲେ ସାବଧାନ ! ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କ ଉପସ୍ଥିତିରେ ବି ଚୋରି ହୋଇଗଲା ପିଲା, ଚୋରି କରିଥିବା ମହିଳା ଯାହା କାହାଣୀ ଶୁଣେଇଲେ ନା… ଦେଖନ୍ତୁ video

ଜଣେ ମା’ ଭୀଷଣ ଗର୍ଭ ଯନ୍ତ୍ରଣା ସହି ଛୁଆକୁ ଜନ୍ମ ଦେବେ ଆଉ ଜଣେ ମା’ ଛୁଆ ଧରି ଛୁଆ ମାରିବେ ! ଡାକ୍ତର, ନର୍ସ ଓ ହସ୍ପିଟାଲ କର୍ମଚାରୀଙ୍କ ଉପସ୍ଥିତିରେ ମହିଳା କେମିତି ଛୁଆ ଚୋରି କଲେ ! ଗରିବ ଲୋକଙ୍କ ଏକମାତ୍ର ଭରସା କଟକ ବଡ ମେଡିକାଲକୁ ଆଉ ଭରସା ପାଉନି । କଟକ ପ୍ରତାପନଗରୀ ଅଞ୍ଚଳର ସ୍ଵିଟି ରାଉତ, ଅନ୍ୟଜଣେ ମହିଳାଙ୍କ ପିଲାକୁ ଚୋରି କରି ନେଇଥିଲେ । ଆଉ ଛୁଆ ଫେରାଇବା ସମୟରେ କହିଥିଲେ ଏକ କାହାଣୀ ।

କହିଥିଲେ କି କଟକ ବଡ ମେଡିକାଲରେ ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ହେଲେ ଭୁଲରେ ପୁଅ ବଦଳରେ ସେ ଝିଅକୁ ଧରି ଚାଲି ଯାଇଥିଲେ । ଆପଣ ଜାଣିଲେ ଆହୁରି ଆଶ୍ଚର୍ଯ୍ୟ ହେବେ ଉକ୍ତ ମହିଳାଆଣକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଣାପଡିଲା କି, ସେ କୌଣସି ସନ୍ତାନ ଜନ୍ମ ଦେଇନାହାନ୍ତି । କେବଳ ହାତରେ ଡିସଚାର୍ଜ ସାର୍ଟିଫିକେଟ ଗୋଟେ ଧରି ପୋଲିସକୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିଥିଲେ । କଟକ ବଡ ମେଡିକାଲରୁ ଛୁଆ ଚୋରି ହେବା ପରେ ପ୍ରଶ୍ନ ଉଠୁଛି ୱାର୍ଡରୁ ଛୁଆ କେମିତି ଚୋରି ହେଲା ?

ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କ ଉପସ୍ଥିତିରେ ଜଣେ ମହିଳା ଛୁଆ ଚୋରି ବେଳେ ଅଥଚ କେହି କେମିତି ଜାଣି ପାରିଲେନି ! ରାତିପାହିଲେ ଦୂରଦୂରାନ୍ତରୁ ହଜାର ହଜାର ରୋଗୀ କଟକ ବଡ ମେଡିକାଲକୁ ଆସିଥାନ୍ତି । ଯଦି ସେଠାରେ ଏମିତି କେହି ଆସି ଆଖିରେ ଆଙ୍ଗୁଠି ଗେଞ୍ଜି ଛୁଆ ଚୋରି କରିନେବେ ତେବେ ଲୋକେ କାହା ଉପରେ ଭରସା କରିବେ ?

ପ୍ରଥମେ ଛୁଆ ଚୋରି ଖବର ସାମ୍ନାକୁ ଆସିବା ପରେ ପୋଲିସ ସେଠାରେ ଉପସ୍ଥିତ ହୋଇ ତଦନ୍ତ ଆରମ୍ଭ କରିଥିଲା । ଏହି ସମୟରେ ପ୍ରତାପନଗରୀ ଅଞ୍ଚଳର ସ୍ଵିଟି ରାଉତ ସେଠାରେ ଆସି ପହଞ୍ଚିଥିଲା । ତା’ର ଅଭିଯୋଗ ଥିଲା କି, ସେ ଗୋଟେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲା । ହେଲେ ଭୁଲବଶତଃ ପୁଅ ବଦଳରେ ଶିଶୁ କନ୍ୟାକୁ ନେଇଯାଇଛି । ଏହାପରେ ସେ କେଉଁ ଦିନ ଆଡମିଶନ ହେଲେ ଓ କେବେ ପିଲା ଜନ୍ମ ହେଲା ସବୁ କଥା ତାଙ୍କୁ ପଚରା ଯାଇଥିଲା । ହେଲେ ତା’ କଥା ଅନୁଯାୟୀ ହସ୍ପିଟାଲ ରେକର୍ଡ ମେଳ ଖାଇ ନଥିଲା ।

ଶେଷରେ ଧରା ପଡିଥିଲା କି ସେ ଛୁଆଟାକୁ ଲୁଚେଇକି ହସ୍ପିଟାଲରୁ ନେଇଛି ଓ ଚୋରିକୁ ଘୋଡାଇବା ପାଇଁ ଏଭଳି କାହାଣୀ କହୁଛି । ତେବେ ଏହା ପୂର୍ବରୁ ମଧ୍ୟ ବଡ ମେଡିକାଲରେ ଏଭଳି ଅନେକ ଘଟଣା ଘଟିଛି । ତେଣୁ ଏନେଇ ହସ୍ପିଟାଲ କତ୍ତୃପକ୍ଷଙ୍କୁ ସତର୍କ ରହିବା ଆବଶ୍ୟକ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।