ଆବାସିକ ବିଦ୍ୟାଳୟରେ ଲାଗିଲା କଳଙ୍କ ! ଗର୍ଭବତୀ ହେଲେ ସପ୍ତମ ଶ୍ରେଣୀ ଛାତ୍ରୀ ! ଯାଞ୍ଚ ବେଳେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ କଥା

ମାତ୍ର ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରୀ ଗର୍ଭବତୀ କେମିତି ହେଲେ ତାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଲାଗିରହିଛି । କନ୍ଧମାଳ ଆବାସିକ ବିଦ୍ୟାଳୟରେ ସମସ୍ତଙ୍କ ଭଳି ପଥ ପଢୁଥିଲେ ଏହି ସପ୍ତମ ଶ୍ରେଣୀ ଛାତ୍ରୀ । ଆଉ ମଝିରେ ମଝିରେ ଗାଁକୁ ବି ଯିବା ଆସିବା କରୁଥିଲେ । ଏହା ଭିତରେ ସେ କେମିତି ଗର୍ଭବତୀ ହେଲେ ? କିଏ ଘଟାଇଲା ଏହିଭଳି କାଣ୍ଡ ! ତେବେ ଶୁଣିବାକୁ ମିଳୁଛି କି ଅଷ୍ଟମ ଶ୍ରେଣୀର ଜଣେ ଛାତ୍ର କୁଆଡେ ତାଙ୍କୁ ପ୍ରେମ କରୁଥିଲେ ଏବଂ ତାଙ୍କ ଏଭଳି କିଛି ଖରାପ ସମ୍ପର୍କ ରଖୁଥିଲେ ଏହି ନାବାଳିକା ଯୁବତୀ ।

ଯେଉଁଥି ପାଇଁ ପରବର୍ତ୍ତୀ ସମୟରେ ସେ ଗର୍ଭବତୀ ହୋଇ ଯାଇଛନ୍ତି । ତେବେ ସତ କଣ ସେ କଥା ତଦନ୍ତ ହେବା ପରେ ଯାଇ ସାମ୍ନାକୁ ଆସିବ । ପୁଣି ଥରେ କନ୍ଧମାଳ ଜିଲ୍ଲା ବାଲୁଗୁଡା ଅଞ୍ଚଳରେ ଏହିଭଳି କିଛି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ଆବାସିକ ବିଦ୍ୟାଳୟରେ ପୁଣି ଲାଗିଯାଇଛି କଳଙ୍କ । ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଖବର ସାମ୍ନାକୁ ଆସିଛି ।

ଏହାପରେ ବିଦ୍ୟାଳୟ କତ୍ତୃପକ୍ଷଙ୍କ ତରଫରୁ ବେଲଘର ଥାନାରେ ଏନେଇ ମାମଲା ରୁଜୁ କରାଯାଇଛି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ଅଧିନସ୍ଥ କୂଟିଆବନ୍ଧ ଉନ୍ନୟନ ସଂସ୍ଥା ଦ୍ଵାରା ପରିଚାଳିତ ଏହି ଆବାସିକ ବିଦ୍ୟାଳୟରେ ମୋଟ 313 ଜଣ ଛାତ୍ର ଛାତ୍ରୀ ପାଠ ପଢନ୍ତି ।

ଆଉ ଏହାରି ଭିତରେ ଏଭଳି ଏକ ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ କିଭଳି ଗର୍ଭବତୀ ହୋଇପାରନ୍ତି ଯାହାକୁ ନେଇ ବେଲଘର ଥାନାରେ ମାମଲା ରୁଜୁ କରାଯିବା ପରେ ଥାନା ଅଧିକାରୀ ଏହାର ତଦନ୍ତ ଜାରି ରଖିଛନ୍ତି । ତେବେ ତଦନ୍ତ ପରେ ଯାଇ ଏହି ଘଟଣାରେ କଣ ସତ୍ୟତା ରହିଛି ତାହା ଜଣାପଡିବ ।

ଅଷ୍ଟମ ଶ୍ରେଣୀର ଛାତ୍ର ଏଭଳି କାଣ୍ଡ ଘଟାଇଛନ୍ତି ନା ସ୍କୁଲର ଆଉ କିଏ ଏକଥା ତଦନ୍ତ ପରେ ଯାଇ ସ୍ପଷ୍ଟ ହେବ । ନା ଗାଁକୁ ଯାଇଥିବା ବେଳେ ଗାଁରେ କାହା ସହ ଏଭଳି ସମ୍ପର୍କ ରହିଥିଲା ? ଏସବୁକୁ ନେଇ ଏବେ ଯାଞ୍ଚ ଚାଲିଥିବା ବେଳେ ତଦନ୍ତରୁ ସବୁ ସତ ସାମ୍ନାକୁ ଆସିବ ।