ଉତ୍ତର ପ୍ରଦେଶର ଅଳକାନନ୍ଦା ନଦୀ ଘାଟରେ ଅଙ୍କିତା ଭଣ୍ଡାରିଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ହୁତୁହୁତୁ ହୋଇ ଜଳୁଥିବା ଅଙ୍କିତାଙ୍କ ଚିତା ସହ ତାଙ୍କ ଭବିଷ୍ୟତ, ଲକ୍ଷ୍ୟ ଓ ସ୍ଵପ୍ନ ସବୁ ଜଳି ପୋଡି ଛାରଖାର ହୋଇଯାଇଛି । କାରଣ ଅଙ୍କିତା ଆଉ କେବେ ଉଠିବେନି କି ଗରିବ ବାପାର ଦୁଃଖ ପାଇଁ ଚାକିରି ବି କରିବେନି । କାରଣ ସେ ଅଫେରା ରାଇଜର ରାଜକୁମାରୀ ପାଲଟି ଯାଇଛନ୍ତି । ପରିବାର ଲୋକେ ଅଙ୍କିତାଙ୍କ ଶେଷକୃତ୍ୟ କରିବାକୁ ରାଜି ହେବା ପରେ ତାଙ୍କ ପାର୍ଥିବ ଶରୀରକୁ ପରିବାରକୁ ହସ୍ତାନ୍ତର କରା ଯାଇଥିଲା ।

ଶହ ଶହ ଲୋକଙ୍କ ଉପସ୍ଥିତରେ ଅଳକାନନ୍ଦା ନଦୀର ଉପକୂଳରେ ଅଙ୍କିତାଙ୍କୁ ଶେଷ ବିଦାୟ ଦେଇଛନ୍ତି ପରିବାର ଲୋକେ । ଏକ ରିସୋର୍ଟ୍ସର ରିଶେପସନିଷ୍ଟ ଭାବେ କାମ କରୁଥିବା ୧୯ ବର୍ଷୀୟ ଅଙ୍କିତା ଭଣ୍ଡାରିଙ୍କ ହତ୍ୟାକାଣ୍ଡକୁ ନେଇ ଉତ୍ତରାଖଣ୍ଡ ଏବେ ପଡୁଛି ଉଠୁଛି । ଆଉ ଅଙ୍କିତାଙ୍କ ହତ୍ୟାକାରୀ ଜଣେ ବିଜେପି ନେତାଅଙ୍କ ପୁଅ ଥିବାରୁ ପୋଲିସ ଅଙ୍କିତାଙ୍କ ନ୍ୟାୟରେ ଅବହେଳା କରୁଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏପରିକି ପ୍ରମାଣ ନଷ୍ଟ କରିବାକୁ ଉକ୍ତ ରିସୋର୍ଟ୍ସକୁ ମଧ୍ୟ ପ୍ରଶାସନ ଭାଙ୍ଗି ଦେଇଥିବା ଅଭିଯୋଗ ଉଠିଛି ।
ତେବେ ଅଙ୍କିତାଆଣକ ହତ୍ୟାକାରୀ ତଥା ମନ୍ତ୍ରୀଙ୍କ ପୁଅକୁ ଫାଶୀ ଦେବାକୁ ଦାବି କରିଛନ୍ତି ସାଧାରଣ ଲୋକେ । ପ୍ରଶାସନ ପକ୍ଷରୁ ଅଙ୍କିତାଙ୍କ ପରିବାର ଲୋକଙ୍କ ବୁଝାସୁଝା ମଧ୍ୟ କରାଯାଉଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମାମଲାର ତଦନ୍ତ କରିବା ପାଇଁ ଏକ ଏସଆଇଟି ଗଠନ କରିଥବା ବେଳେ ଏହି ମାମଲାର ଶୁଣାଣି ଫାଷ୍ଟଟ୍ରାକ କୋର୍ଟରେ ହେବ ବୋଲି ମଧ୍ୟ ପ୍ରତିଶ୍ରୁତି ସେବା ପରେ ଯାଇ ପରିବାର ଲୋକେ ଅଙ୍କିତାଙ୍କ ଶେଷକୃତ୍ୟ କରିବାକୁ ରାଜି ହୋଇଥିଲେ ।

ଏହାରି ଭିତରେ ଅଙ୍କିତାଙ୍କ ହ୍ଵାଟ୍ସଆପ୍ ଚାଟ୍ ଯାଞ୍ଚ କରାଯାଇଛି । ସେ କୁଆଡେ ତାଙ୍କର ଜଣେ ସାଙ୍ଗଙ୍କୁ କହିଥିଲେ, ରିସୋର୍ଟ୍ସରେ ଗ୍ରାହକଙ୍କୁ ସ୍ଵତନ୍ତ୍ର ସେବା ଦେବା ପାଇଁ ତାଙ୍କୁ ବାଧ୍ୟ କରା ଯାଉଥିଲା । ଆଉ କେତେକ ଗ୍ରାହକ ମଦ ନିଶାରେ ତାଙ୍କୁ ଆଲିଙ୍ଗନ ବି କରି ନେଉଥିଲେ । ଆଉ କିଛି ଗ୍ରାହକଙ୍କ ସହ ତାଙ୍କୁ ରାତି କାଟିବାକୁ ମଧ୍ୟ କୁହା ଯାଉଥିଲା । ଆଉ ଏଥିପାଇଁ ତାଙ୍କୁ କୁଆଡେ ୧୦ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ହୋଟେଲ ମାଲିକ କହିଥିଲେ । ଯାହାକୁ ସେ ମୁହାଁମୁହିଁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ।
ସେଥିପାଇଁ ରିସୋର୍ଟ୍ସର ମାଲିକ ତଥା ମନ୍ତ୍ରୀଙ୍କ ପୁଅ ପୁଲକିତଙ୍କ ଟାର୍ଗେଟରେ ରହିଥିଲେ ଅଙ୍କିତା । ପରେ ସୁଯୋଗ ପାଇ ଅଙ୍କିତାଙ୍କୁ ମାରିଦେଲେ ବୋଲି ଚର୍ଚ୍ଚା ହେଉଛି । ତେବେ ବହିଷ୍କୃତ ମନ୍ତ୍ରୀଙ୍କ ପୁଅ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।