ନମସ୍କାର ବନ୍ଧୁଗଣ, ଜୋତିଶ ଶାସ୍ତ୍ର ହିସାବରେ ଗୋଟିଏ ବ୍ୟକ୍ତିର ଶରୀରର ଅଙ୍ଗ ପ୍ରତ୍ୟଙ୍ଗର ଗଠନରୁ ହିଁ ସେହି ବ୍ୟକ୍ତିର ଆଚାର ବ୍ୟବହାର ଭବିଷ୍ୟତ ବିଷୟରେ ଜାଣିହୁଏ । ଆପଣ ମାନଙ୍କ ମନରେ ନିଶ୍ଚୟ ଆସୁଥିବା ଗୋଟିଏ ବ୍ୟକ୍ତି ସହ ମିଶିବା ପୂର୍ବରୁ ତାଙ୍କ ବିଷୟରେ କିଛି ଜାଣିବା ପାଇଁ । ତେବେ ଆଜି ଜାଣନ୍ତୁ କିଭଳି ଗୋଟିଏ ବ୍ୟକ୍ତିର ପାଦ ଦେଖି ଜାଣିପାରିବେ ତାଙ୍କ ବର୍ତ୍ତମାନ ଭବିଷ୍ୟତ ବିଷୟରେ । ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।
ପାଞ୍ଚଟି ଗଠନର ପାଦ ରହିଛି । ପ୍ରଥମ: ଯେଉଁ ଲୋକଙ୍କ ପାଦର ଆଙ୍ଗୁଠି ବଡରୁ ସାନ କ୍ରମରେ ଥାଏ, ସେମାନେ ଅନ୍ୟ ମାନଙ୍କ ଉପରେ ନିଜର ରୋବାବ ଦେଖାଇବାକୁ ସବୁବେଳେ ଚେଷ୍ଟା କରନ୍ତି । ଏହିଭଳି ପାଦ ଥିବା ବ୍ୟକ୍ତି ନିଜ ଅଧିକାର ଯତାଇଥାନ୍ତି ସବୁ କ୍ଷେତ୍ରରେ । ଏହି ପାଦର ବ୍ଯକ୍ତି ଚାହାନ୍ତି ସବୁ ଜାଗାରେ ତାଙ୍କୁ ଲୋକ ସମ୍ମାନ ଦିଅନ୍ତୁ । ଏବଂ ତାଙ୍କ କଥାକୁ ମାନନ୍ତୁ ।
ଦିତୀୟ: ଯେଉଁ ବ୍ୟକ୍ତିଙ୍କ ବୁଢା ଆଙ୍ଗୁଠି ପାଖ ଦୁଇ ଆଙ୍ଗୁଠି ବଡ ଓ ସମାନ ହୋଇଥାଏ ସେମାନେ ବହୁତ ପରିଶ୍ରମୀ ଅଟନ୍ତି । ଏହି ବ୍ଯକ୍ତି ନିଜ କଷ୍ଟ ଫଳରେ କାର୍ଯ୍ୟରେ ସଫଳତା ହାସଲ କରନ୍ତି । ବହୁତ ମନ ସମ୍ମାନ ମଧ୍ୟ ନିଜ ଜିଅବନରେ କମାଇଥାନ୍ତି ।
ତୃତୀୟ: ଯେଉଁ ବ୍ୟକ୍ତିଙ୍କ ବୁଢା ଆଙ୍ଗୁଠି ପାଖ ଗୋଟିଏ ଆଙ୍ଗୁଠି ବହୁତ ବଡ ହୋଇଥାଏ । ଏବଂ ଶେଷ ଆଙ୍ଗୁଠି ଛୋଟ ହୋଇଥାଏ । ଏହି ବ୍ୟକ୍ତି ସମସ୍ତ କାର୍ଯ୍ୟ ନୂଆ ଶୈଳୀରେ କରିଥାନ୍ତି । ସେମାନଙ୍କର ଏହି ଯୋଜନା ଫଳରେ ତାଙ୍କୁ ତାଙ୍କ ଜୀବନରେ ବିଶେଷ ସ୍ଥାନ ମଧ୍ୟ ମିଳିଥାଏ । ଘର ପରିବାରରେ ସମସ୍ତ ପ୍ରକାର ସୁଖ ସୁବିଧା ମଧ୍ୟ ମିଳିଥାଏ । ଚତୁର୍ଥ: ଯେଉଁ ବ୍ୟକ୍ତିଙ୍କ ପାଦର ବୁଢା ଆଙ୍ଗୁଠି କେବଳ ବଡ ହୋଇଥାଏ ।
ଏବଂ ଆଉ ବାକି ସମସ୍ତ ଗୋଟିଏ ସମାନର ଛୋଟ ହୋଇଥାଏ । ସେଭଳି ବ୍ୟକ୍ତି ଥଣ୍ଡା ସ୍ଵାଭାବର ହୋଇଥାନ୍ତି । ସମସ୍ତ କାର୍ଯ୍ୟକୁ ଖୁବ ଆରାମର ସହ କରନ୍ତି । ନିଜର ବିରୋଧୀ ଥିବା ଲୋକଙ୍କ ସହ ଶାନ୍ତିରେ କାର୍ଯ୍ୟ କରି ବିଜୟ ପ୍ରାପ୍ତ କରନ୍ତି । ଶାନ୍ତି ପ୍ରିୟ ହୋଇଥିବାରୁ ବେଳେ ବେଳେ ଅଳସୁଆ ମଧ୍ୟ ହୋଇଯାନ୍ତି । ଯାହାଦ୍ୱାରା କାର୍ଯ୍ୟ କରିବାରେ ଡେରି କରିଥାନ୍ତି ।
ପଞ୍ଚମ: ଯେଉଁ ବ୍ୟକ୍ତିଙ୍କ ପାଦର ବୁଢା ଆଙ୍ଗୁଠି ପାଖ ଗୋଟିଏ ଆଙ୍ଗୁଠି ବଡ ହୋଇ ଆଉ ବାକି ସମସ୍ତ ଆଙ୍ଗୁଠି ଛୋଟ କ୍ରମରେ ଥାଏ । ତେବେ ସେହି ବ୍ୟକ୍ତି ଶକ୍ତିଶାଳୀ ହୋଇଥାନ୍ତି । ଏମାନେ ସମସ୍ତ କାର୍ଯ୍ୟ ଜୋସର ସହ ସମ୍ପୂର୍ଣ କରନ୍ତି । ଏମାନଙ୍କୁ ମଜା କରିବା ବହୁତ ପସନ୍ଦ ହୋଇଥାଏ । ଏହି ବ୍ୟକ୍ତି ନିଜ ଜୀବନର ସମ୍ପୂର୍ଣ ଆନନ୍ଦ ଉଠାନ୍ତି । ସବୁବେଳେ ଖୁସି ରୁହନ୍ତି ଏବଂ ଅନ୍ୟମାନଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର ନିଶ୍ଚୟ କରନ୍ତୁ ।