ଭୁବନେଶ୍ବର ଆପୋଲୋ ହସ୍ପିଟାଲ ପଛପାଖ ଦୂରଦର୍ଶନ ଅଫିସ ନିକଟରେ କିଶୋର ଭାଇନାଙ୍କ ମଟନ ହୋଟେଲ । ରାତି ପାହିଲେ କିଶୋର ମଟନ ହୋଟେଲରେ ପ୍ରତିଦିନ ଶହ ଶହ ଲୋକଙ୍କ ଭିଡ ଜମୁଥିଲା । କିଶୋରଙ୍କ କାଠ ଚୂଲି ତିଆରି ମଟନକୁ ଖାଇବା ପାଇଁ ଲମ୍ବା ଲାଇନ ଲାଗୁଥିଲା । କିନ୍ତୁ ଆଉ ହଣ୍ଡା ବସୁନି କି ବଡ ବଡ ଗାଡି ବି ମଟନ ଖାଇବାକୁ ଲାଗୁନାହିଁ । କାରଣ ବିଏମସି ର ଏନଫୋର୍ସମେଣ୍ଟ ଟିମ୍ କିଶୋର ଭାଇନାଙ୍କ ମଟନ ହୋଟେଲକୁ ମାଟିରେ ମିଶେଇ ଦେଇଛି ।

ଆଉ ଯେବେ ଠାରୁ କିଶୋରଙ୍କ ମଟନ ହୋଟେଲ ଭାଙ୍ଗି ଦିଆଯାଇଛି ସେବେଠାରୁ ଫୁଡ୍ ଲାଇସେନ୍ସ ପାଇଁ ଦିନରାତି ଏକ କରି ଦେଇଛନ୍ତି କିଶୋର ଭାଇନା । ପ୍ରଥମେ ସେ ଫୁଡ୍ ଲାଇସେନ୍ସ ଆଣିବେ ଆଉ ତା’ପରେ ଯାଇ କେଉଁଠି ମଟନ ହୋଟେଲ କରିବେ ସେନେଇ ଜାଗା ଠିକ କରିବେ ବୋଲି ଚିନ୍ତା କରିଛନ୍ତି କିଶୋର । କିନ୍ତୁ ବିଏମସି ଆଉ ଥରେ ରିକ୍ସ ନେବା ଚାହୁଁନି । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଆଉ ଥରେ କିଶୋର ମଟନ ହୋଟେଲ ନାଁରେ ଲାଇସେନ୍ସ ଦେବାକୁ ରାଜି ନାହିଁ ।
କାରଣ ବାସି ଆଉ ନାଲି ରଙ୍ଗ ମିଶା କଙ୍କଡା ଏବଂ ଏକ୍ସପାରି ସସ୍ କୁ ବ୍ୟବହାର କରି କିଶୋର ଯେଉଁ ଖାଦ୍ଯ ପ୍ରସ୍ତୁତ କରୁଥିଲା ତାହା ଲୋକଙ୍କ ଖାଇବା ଉପଯୋଗୀ ବା ସ୍ୱାସ୍ଥ୍ୟ ପକ୍ଷେ ଭଲ ନଥିଲା । ତେଣୁ ବିଏମସି କିଶୋର ହୋଟେଲରେ ଚଢାଉ କରିବା ସହ ଫାଇନ ସହ ସିଲ୍ କରିଥିଲା । ଯାହା ବିଏମସି ନିଜେ ଟ୍ବିଟ କରି ଜଣାଇଥିଲା ।

କିନ୍ତୁ ସେଦିନ ରାତି ପାହିବା ପରେ ସବୁଦିନ ଭଳି କିଶୋର ମଟନ ହୋଟେଲ ଖୋଲିଥିଲା । ବିଏମସି ର କଥାକୁ ଖାତିର ନକରି ସେଦିନ ବି ୨୦୦କେଜି ମଟନ ରାନ୍ଧିଥିଲେ କିଶୋର । ଆଉ ଏହା କରିବା କିଶୋର ଭାଇନାଙ୍କ ପାଇଁ ଭାରି ପଡିଥିଲା । ଯାହାପରେ ବିଏମସି ଏନଫୋର୍ସମେଣ୍ଟ ଟିମ୍ ଯାଇ କିଶୋର ମଟନ ହୋଟେଲକୁ ଭାଙ୍ଗି ଦେଇଥିଲେ । ଏମିତିକି କିଶୋର ଭାଇନା ପାଖେ ଫୁଡ୍ ଲାଇସେନ୍ସ ନଥିବା ମଧ୍ୟ ଚର୍ଚ୍ଚା ହେଉଥିଲା ।
ଯେଉଁଥି ପାଇଁ ଫୁଡ୍ ଲାଇସେନ୍ସ ପାଇବା ଅପାଇନ କିଶୋର ଭାଇ ଦିନରାତି ଏକ କରୁଛନ୍ତି । କିନ୍ତୁ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ କିଶୋର ଭାଇନାକୁ ଫୁଡ୍ ଲାଇସେନ୍ସ ନଦେବା ପାଇଁ ବିଏମସି ଏକ ପ୍ରକାର ନିଷ୍ପତ୍ତି ନେଇଛି ବୋଲି ଶୁଣିବାକୁ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।