କେତେ ସହିଥାନ୍ତେ ଗ୍ରାମବାସୀ! ପୂର୍ବରୁ ଛକି ରହିଥିଲେ ପାନେ ଦେଲେ… କଣ ସମ୍ପୂର୍ଣ୍ଣ ଘଟଣା ଦେଖନ୍ତୁ video

ନିଜ ମାଟି ମା’କୁ ଖୋଳ କଲେ ଆଉ ଛୋଟ ଛୋଟ ପିଲାଙ୍କ ପାଇଁ ବିପଦ ବି ସାଜିଲେ । ଗ୍ରାମବାସୀ ଆଉ କେତେ ସହିଥାନ୍ତେ ! ସାଧାରଣ ଗ୍ରାମବାସୀ ବୋଲି କଣ ସାଧାରଣ ହୋଇ ରହିଥିବେ ! ପ୍ରଶାସନ ନ ଶୁଣିବାରୁ ନିଜ ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ଗାଁଲୋକେ । ଆଉ ଏହା ହେଉଛି ତା’ ପରର ଦୃଶ୍ୟ । ମାନତପୁର ଉପଖଣ୍ଡ ହାଟଡ଼ିହି ବୈତରଣୀ ନଦୀର ଦରବାଘାଟ ଠାରୁ ମାଫିଆମାନେ ନିୟମିତ ବାଲି ଚୋରି କରି ଗାଁ ରାସ୍ତା ଦେଇ ଚାଲାଣ କରି ଆସୁଥିଲେ । ଯାହାକି ଗାଁ ଲୋକଙ୍କ ପାଇଁ ସମସ୍ଯା ସୃଷ୍ଟି କରିଥିଲା ।

ଗାଁ ଲୋକେ ଏହାକୁ ବିରୋଧ କରିବାରୁ ମାଫିଆମାନେ ନାଲି ଆଖି ଦେଖାଇ ସେମାନଙ୍କୁ ଅନେକ ସମୟରେ ଭୟଭୀତ କରି ଆସୁଥିଲେ । ହେଲେ ଏଥର ଗାଁ ଲୋକେ ମିଳିତ ହୋଇ ନଦୀବନ୍ଧ ଠାରୁ ବାଲି ବୋଝେଇ ଗାଡି ଯାତାୟାତ କରୁଥିବା ରାସ୍ତାରେ ବାଡ ବୁଜି ଦେବାରୁ ବାଲି ମାଫିଆ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଯାହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଛି ।

ସେପଟେ ଏହି ଘଟଣା ପରେ ଉପଜିଲ୍ଲାପାଳ ନିଜେ ତହସିଲଦାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେବା ସହ ସମ୍ପୃକ୍ତ ବାଲିଘାଟରେ ୧୪୪ ଧାରା ଲାଗୁ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବାଲି ମାଫିଆଙ୍କୁ ତୁରନ୍ତ ଚିହ୍ନଟ କରି ଗିରଫ କରାଯିବ ବୋଲି ସେ କଥା ଦେଇଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ଦିନ ଧରି ଗାଁ ଘାଟରୁ କୋଟି କୋଟି ଟଙ୍କାର ବାଲି ଉଠେଇ ନେଉଛନ୍ତି ବାଲି ମାଫିଆ ମାନେ ।

ସେମାନେ ପ୍ରଶାସନକୁ ଯେତେ ଏ ସମ୍ବନ୍ଧରେ ଜଣାଇଲେ ମଧ୍ୟ କେହି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ତେଣୁ ଗ୍ରାମବାସୀ ମାନେ ନିଜେ ସେହି ଘାଟକୁ ବନ୍ଦ କରିବା ପାଇଁ ଗଛ ଓ କଣ୍ଟାବାଡ ଆଦି ଲଗାଇ ଦେଇଥିଲେ । ବର୍ତ୍ତମାନ ସେଠାରୁ ବାଲି ନେବା ପାଇଁ ଅନୁମତି ମିଳି ନଥିବା ସତ୍ତ୍ୱେ ବାଲି ମାଫିଆ ମାନେ ବାଲି ନେଉଛନ୍ତି, ଯାହାକି ଆଇନସଙ୍ଗତ ନୁହେଁ । ଭବିଷ୍ୟତରେ ଯଦି ଏଥିପାଇଁ ଅନୁମତି ମିଳେ ତେବେ ଯାଇ ସେଠାରୁ ବାଲି କାରବାର ହୋଇପାରିବ ।

ଆଗକୁ ଏନେଇ ଯେମିତି କୌଣସି ଆଇନ ଭଙ୍ଗ ନହୁଏ ସେଥିପ୍ରତି ଧ୍ୟାନ ଦେବେ ବୋଲି ଆନନ୍ଦପୁର ଉପଜିଲ୍ଲାପାଳ ନିଜେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।