ବର୍ତ୍ତମାନ ସମୟରେ ଓଡିଆ ଫିଲ୍ମକୁ ଥିଏଟର ମିଳୁନି ବା ଥିଏଟରରେ ଫିଲ୍ମ ରିଲିଜି ହେବାକୁ ସ୍ଥାନ ମିଳୁନି । ଏହା ପୂର୍ବରୁ ଯେତେସବୁ ଓଡିଆ ଫିଲ୍ମ ଆସୁଥିଲା ଥିଏଟରରେ ରିଲିଜ ହେବାସହ ଦର୍ଶକମାନେ ମଧ୍ୟ ବହୁଳ ମାତ୍ରାରେ ଦେଖୁଥିଲେ । କିନ୍ତୁ ଏବେ ଦର୍ଶକେ ପଡିଆ ଫିଲ୍ମ ଦେଖିବାକୁ ସେତେ ପସନ୍ଦ କରୁନାହାନ୍ତି ଏବଂ ଫିଲ୍ମ ପଡିବା ପାଇଁ ହଲ୍ ବି ମିଳୁନି । ଏନେଇ ଅନେକ ପ୍ରଡ୍ୟୁସର ଓ ବୁଦ୍ଧିଜୀବୀ ନିଜ ମତ ରଖୁଥିବା ବେଳେ ଶ୍ରୀକୁମାର ଜେନା ମଧ୍ୟ ଏନେଇ ମତ ଦେଇଛନ୍ତି ।
ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଅଭିନୀତ ଫିଲ୍ମ “ଅଗସ୍ତ୍ୟା” ରେ ସେ କାମ କରିଥିଲେ । ଓଡିଆ ସିନେଜଗତର ଭବିଷ୍ୟତକୁ ନେଇ ଯେଉଁ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ତାହା ଉପରେ ନିଜ ମନ୍ତବ୍ୟ ଦେଇଛନ୍ତି ଶ୍ରୀକୁମାର । ସେ କହିଛନ୍ତି ୮୦ ଓ ୯୦ ଦଶକ ବେଳକୁ ଏବଂ ତା’ ପରେ ପରେ ମଧ୍ୟ ଓଡିଆ ସିନେମାର ବେଶ ଚାହିଦା ଥିଲା । ସିଦ୍ଧାନ୍ତ ମହାପାତ୍ର, ଶ୍ରୀରାମ ପଣ୍ଡା, ମିହିର ଦାସ ଆଦି କଳାକାରଙ୍କୁ ଦେଖିବାକୁ ଲୋକେ ଖୁବ ପସନ୍ଦ କରୁଥିଲେ । ତା’ପରେ ଯେଉଁ ଫିଲ୍ମ ଆସିଲା ତାହା ନ ଚାଲିବାର କାରଣ ହେଉଛି କପି ।
ଆଗରୁ ବି କିଛି କପି ଫିଲ୍ମ ଚାଲୁଥିଲା । ହେଲେ ଏବର ଫିଲ୍ମ ଗୁଡିକ ଏତେ ମାତ୍ରାରେ କପି ହେଉଛି ଯେ ସେଥିରେ ଆମ ଓଡିଆ ଛୁଙ୍କ କିଛି ପାଉନାହାନ୍ତି ଦର୍ଶକ । ଓଡିଆ ଦର୍ଶକମାନେ ଟଲିଉଡ, ବଲିଉଡ ଓ ହଲିଉଡ ସବୁ ପ୍ରକାର ଫିଲ୍ମ ଦେଖୁଛନ୍ତି । ଆଉ ସେସବୁକୁ ଓଡିଆ ଫିଲ୍ମ ସହ ତୁଳନା କରିବା ବେଳେ ସେମାନେ ଯାନୀ ପାରୁଛନ୍ତି ଓଡିଆ ସିନେମା କଣ ବ କେଉଁ ଅବସ୍ଥାରେ ଅଛି ।
ତେଣୁକରି ସେମାନେ ବାହାରର ସିନେମାକୁ ଅଗ୍ରାଧିକାର ଦେଉଛନ୍ତି । ପ୍ରଡ୍ୟୁସର ମାନେ ଯେତେବେଳେ ଯେଉଁ ହିରୋକୁ ବ୍ରେକ ଦେଉଛନ୍ତି ସେମାନେ ଏହା ପୂର୍ବରୁ ତାଙ୍କ ବିଷୟରେ ଜାଣି ରଖିବା ଉଚିତ । ହିରୋର ଶରୀର ମଧ୍ୟ ହିରୋ ଭଳି ହେବା ଦରକାର । ହେଲେ ଆମ ଓଡିଆ ଇଣ୍ଡଷ୍ଟ୍ରିର ହିରୋମାନେ ୯-୧୦ ମାସର ଗର୍ଭବତୀ ମହିଳା ଭଳି ଚାଲୁଛନ୍ତି । ଏମିତି ହେଲେ ସିନେମା କେମିତି ଚାଲିବ !
ହିରୋଙ୍କୁ ନେବା ଆଗରୁ ତାଙ୍କ ପାଖରେ କଣ ଟ୍ୟାଲେଣ୍ଟ ଅଛି, ତାଙ୍କ ଫିଜିକ କେମିତି, ମାର୍କେଟରେ କେତେ କଣ ଚାଲିବେ ଓ ତାଙ୍କ ଡାଇଲାଗ ଡେଲିଭରି କେମିତି ରହିଛି ଏସବୁ ପରଖିବା ଦରକାର । ଏହାସହ ପ୍ରଡ୍ୟୁସର ମାନେ ଖୁବ ଟଙ୍କାରେ ଫିଲ୍ମ ଶେଷ କରିବା ପାଇଁ ଡାଇରେକ୍ଟର ମାନଙ୍କୁ କହୁଛନ୍ତି । ଯାହାଫଳରେ ଭଲ ମାନର ଓଡିଆ ଫିଲ୍ମ ଆଉ ଦେଖିବାକୁ ମିଳୁନାହିଁ ବୋଲି କହିଛନ୍ତି ଶ୍ରୀକୁମାର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।