ପତ୍ନୀ Varsha ଙ୍କ ଭାଇରାଲ ଅଡିଓ ଲିଙ୍କ ପୋଷ୍ଟ କରି ସିଧାସଳଖ ପ୍ରଶ୍ନ ପଚାରିଲେ ସାଂସଦ Anubhav Mohanty, ଶୁଣନ୍ତୁ କଣ ରହିଛି ଅଡିଓ କ୍ଲିପରେ…

ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏକ ପୁରୁଣା ଅଡିଓ କଲ୍ କୁ ନେଇ ସୋସିଆଲ ମିଡିଆରେ ବର୍ଷାଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଅନୁଭବ ବର୍ଷାଙ୍କୁ ପଚାରିଛନ୍ତି, ‘କି ବର୍ଷା ତୁମେ କୁହ ଏ ସ୍ଵର କାହାର ? ଫୋନରେ ତୁମେ ଓ ତୁମ ଭଉଣୀ ମୋ ପରିବାର ବିରୁଦ୍ଧରେ କଣ ଏମିତି କଥା ହେଉଥିଲା ?” ଦୁଇ ବର୍ଷ ତଳର ଏହି ପୁରୁଣା ଅଡିଓ କ୍ଲିପକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି ।

ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ଟ୍ଵିଟରରେ ଏଭଳି ଏକ ପୋଷ୍ଟ କରିଛନ୍ତି ଅନୁଭବ । ଯେଉଁଥିରେ ବର୍ଷା ଏବଂ ତାଙ୍କ ଭଉଣୀ ବନାନୀ ସାହୁ କିଛି କଥା ହେଉଥିବା ଶୁଣିବାକୁ ମିଳୁଛି । ତେଣୁ ଟ୍ବିଟରରେ ଅଡିଓ ଲିଙ୍କ ପୋଷ୍ଟ କରି ବର୍ଷାଙ୍କୁ ଜବାବ ମାଗିଛନ୍ତି ଅନୁଭବ । ଅନୁଭବ ଲେଖିଛନ୍ତି, “ତୁମ ଛବିକୁ କଳଙ୍କିତ କରିବା ମୋର ଉଦ୍ଦେଶ୍ୟ ନୁହେଁ । ମୁଁ ତୁମକୁ ସମ୍ମାନ ଦିଏ ।

ଗୋଟିଏ ଅଡିଓ ମୋତେ ଓ ମୋ ପରିବାରକୁ ଅପମାନିତ କରିବା ସହ ମାନସିକ ଯନ୍ତ୍ରଣା ଦେଉଛି । ଜଣେ ବନ୍ଧୁ ଭାବେ ମୁଁ ଏହି ଟ୍ବିଟ କରୁଛି । ମୋତେ ଉତ୍ତର ଦିଅ ।” ୨୦୨୨ ମସିହାର ଏହି ଭାଇରାଲ ଅଡିଓ କ୍ଲିପର ତଦନ୍ତ ପାଇଁ ଡିଜିପିଙ୍କୁ ଚିଠି ଲେଖିଥିଲେ ଅନୁଭବ । ଅଡିଓରେ ବର୍ଷା ତାଙ୍କ ଭଉଣୀଙ୍କୁ କହୁଥିବା ଶୁଣିବାକୁ ମିଳୁଛି କି, ମୁଁ କଲ୍ ରେକର୍ଡ ଅଡିଓ ସବୁ ଡ଼ିଲିଟ କରିଦେଇଛି । ସାହୁ ସିଷ୍ଟର୍ସରେ ତା’ର ଡାଉଟ ଥାଏ ନା, ତାକୁ ବି ଡ଼ିଲିଟ କରିଦେଇଛି । ଭାଗ୍ୟ ଭଲ ମୋତେ ଆଜି ତୁମେ ବଢିଆ ମେସେଜଟିଏ ଦେଇଛ ।

ଆଉ ବାକି ଛୋଟ ମୋଟ ସବୁ ଚାଟ ବି ଡ଼ିଲିଟ କରିଦେଇଛି । ସବୁ ବୁଦ୍ଧି ଲଗେଇ କରିଦେଇଛି ନା ଆଉ । ଏହାସହ ବର୍ଷା ଅନୁଭବଙ୍କୁ ନେଇ ମଧ୍ୟ କହୁଛନ୍ତି, ମୁଁ ମାମିଙ୍କ ପାଖେ କଥା ହେଉଥିଲି ସେତେବେଳେ ସେ ଆସିଲା ହେଲେ ମୁଁ ତା’ ସହ ଜମାବି କଥା ହେଲିନି । ଆଉ ମାମିଙ୍କୁ କହିଲି, ମାମି ଭାବିଲ ଯଦି ଏଇଟା ନ୍ଯୁଜରେ ଆସିବ ତେବେ ସବୁ ହଲଚଲ ହୋଇଯିବ । ଆଉ ତା’ର ପଦବୀ ଫଦବୀ ସବୁ ପଳେଇବ । ତା; ପରେ ଆମେ ଖାଉଛୁ ସେ ଷଣ୍ଢ ଭଳିଆ ଏଣ୍ଟ୍ରି ମାରିଲା ।

ଆଉ ମୋତେ ଯେମିତି ଦେଖିଲା ମୁହଁ ବୁଲେଇ ଦେଇ ପଳେଇଲା । ମୁଁ କହିଲି, ଶୁଣ ଆଉ କେବେ ଚିହ୍ନିବ ତୁମେ ବାପ ପୁଅ ଦୁଇଜଣ ମୋତେ ! ଏହିଭଳି ଅନେକ ସନ୍ଦେହଜନକ କଥା ବର୍ଷା ହେଉଥିବାର ଶୁଣିବାକୁ ମିଳିଛି ଅଡିଓ ରେକର୍ଡରେ । ତେବେ ଦେଖାଯାଉ ଆଗକୁ ଅନୁଭବଙ୍କୁ କଣ ଜବାବ ଦେଉଛନ୍ତି ବର୍ଷା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।