“3ଟା ବେଳକୁ ତ ଆଉ ମଟନ ମିଳେନା, ତେବେ ବାସି ହେଲା କେମିତି ହେଇଗଲା !” କିଶୋର ମଟନ ସପକ୍ଷରେ ବାହାରିଲେ ସ୍ଥାନୀୟ କାଉନସେଲର

ଭୁବନେଶ୍ବର ଦୂରଦର୍ଶନ ଅଫିସ ନିକଟସ୍ଥ କିଶୋର ମଟନ ହୋଟେଲକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ରାଜଧାନୀରେ ଥିବା ସବୁ ରାସ୍ତାକଡ ଦୋକାନ ଓ ହୋଟେଲ ମାନଙ୍କରେ ଭୁବନେଶ୍ବର ମ୍ଯୁନିସିପାଲିଟି କର୍ପୋରେସନ ତରଫରୁ ଖାଦ୍ୟର ମାନ ଯାଞ୍ଚ କରିବା ଅଭିଯାନ ଜାରି ରହିଛି । ଏହାସହ ଖାଦ୍ୟ ପଞ୍ଜୀକରଣ ପତ୍ରର ମଧ୍ୟ ଯାଞ୍ଚ କରୁଛି ବିଏମସି । ତେବେ ଗତ ତିନିଦିନ ତଳେ ବିଏମସି ର ଅଫିସିଆଲ ଟ୍ଯୁଟର ଆକାଉଣ୍ଟରୁ କିଶୋର ମଟନକୁ ନେଇ ଏକ ପୋଷ୍ଟ ବେଶ ଭାଇରାଲ ହୋଇଥିଲା ।

ଯେଉଁଥିରେ ବିଏମସି ପକ୍ଷରୁ ଲେଖାଥିଲା କି, କିଶୋର ମଟନ ପାଖରେ ସଠିକ ଖାଦ୍ଯ ପଞ୍ଜୀକରଣ ପତ୍ର ନାହିଁ ଏବଂ ମଟନ ତରକାରୀରେ ଏକ୍ସପାରି ସସ୍ ଓ ରଙ୍ଗ ମିଶାଯାଉଛି । ଏହାସହ ଅସ୍ଵାସ୍ଥ୍ୟକର ପରିବେଶରେ ମଟନ ରନ୍ଧା ହେଉଛି ତେଣୁ କିଶୋର ମଟନକୁ ବିଏମସି ପକ୍ଷରୁ ସିଲ୍ କରାଯାଇଛି । ଏହାପରେ ପୁରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ କିଶୋରଙ୍କ ମଟନ ତରକାରୀ ଖାଇବା ପାଇଁ ବିଭିନ୍ନ ଜିଲ୍ଲାରୁ ଲୋକେ ରାଜଧାନୀ ଆସିଥାନ୍ତି ।

ତେବେ ବିଏମସି କିଶୋର ମାତାଙ୍କୁ ସିଲ୍ କରିଛି ବୋଲି ଘୋଷଣା କରିବା ପରଦିନ ହିଁ କିଶୋର ଭାଇଆନା ପୁଣି ଥରେ ମଟନ ରୋଷେଇ କରିଥିଲେ । ଯାହାକୁ ନେଇ ସାଧାରଣରେ ପୁଣି ଚର୍ଚ୍ଚା ହୋଇଥିଲା କି, ବିଏମସି ଯଦି ସିଲ୍ କଲା ତେବେ କିଶୋର ଭାଇନା ପୁଣି ଥରେ କେମିତି ମଟନ ରୋଷେଇ କରୁଛନ୍ତି । ତେବେ ଏନେଇ କିଶୋର କହିଥିଲେ ଯେ, ବିଏମସି କୌଣସି ପ୍ରକାର ସିଲ୍ କରିନି କି ଜୋରିମାନା ମଧ୍ୟ ପକେଇନି ।

ତେବେ ଏହାର ପରଦିନ ଅର୍ଥାତ ଗତକାଲି ବିଏମସି ର ଏନଫୋର୍ସମେଣ୍ଟ ଟିମ୍ ଆସି କିଶୋର ମଟନ ହୋଟେଲକୁ ସଂପୂର୍ଣ୍ଣ ଭାବେ ଭାଙ୍ଗି ଦେଇଛନ୍ତି । ଏହାପରେ ପୂର୍ବରୁ ସେହି ସ୍ଥାନର କାଉନସେଲର ଥିବା ଜଣେ ବ୍ୟକ୍ତି କିଶୋର ମଟନକୁ ନେଇ ନିଜ ମନ୍ତବ୍ୟ ଦେଇଛନ୍ତି ।

ତାଙ୍କ କହିବା ଅନୁଯାୟୀ, ଯଦି କିଶୋର ମଟନରେ ଅପମିଶ୍ରଣ ହେଉଥିଲା କି ଖାଦ୍ଯର ମାନ ନିମ୍ନ ଥିଲା ବେଳେ ତାଙ୍କୁ ସାତଦିନ ସମୟ ଦିଆ ଯାଇଥାନ୍ତା କିମ୍ବା ହୋଟେଲ ଭାଙ୍ଗିବା ପୂର୍ବରୁ ନୋଟିସ ଦେଇଥାନ୍ତେ । କିନ୍ତୁ ବିଏମସି କୌଣସି ପ୍ରକାର ନିର୍ଦ୍ଦେଶ ନଦେଇ କିଶୋରଙ୍କ ହୋଟେଲ ଭାଙ୍ଗିବା ତାଙ୍କୁ ପସନ୍ଦ ହୋଇନାହିଁ ।

ଏହାସହ ସେ କହିଛନ୍ତି, କିଶୋରଙ୍କ ମଟନ ଖାଇବାକୁ ଲୋକେ ଏତେ ଭିଡ ଜମାନ୍ତି ଯେ ୩ଟା ରୁ ୪ଟା ସୁଦ୍ଧା ଆଉ ମଟନ ମିଳେନାହିଁ । ତେବେ ତାଙ୍କ ମଟନ ବାସି ହେଲା କେମିତି ? ଏହିପରି କିଶୋର ଭାଇନାଙ୍କ ପାଖେ ବର୍ଷ ବର୍ଷ ଧରି ମଟନ ଖାଉଥିବା ଆହୁରି ଅନେକ ଗ୍ରାହକ ମଧ୍ୟ କିଶୋର ମଟନ ସପକ୍ଷରେ ନିଜ ମନ୍ତବ୍ୟ ଦେଇଛନ୍ତି । ଯାହାକି ସୋସିଆଲ ମିଡିଆରେ ବର୍ତ୍ତମାନ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।