ଭାଉଜ ଓ ଦିଅର ମଧ୍ୟରେ ଅନୈତିକ ସମ୍ପର୍କ ରହିଥିଲା । ସେଥିପାଇଁ ଦିଅରକୁ କେବେବି ଅନ୍ୟତ୍ର ବିବାହ କରାଇବା ପାଇଁ ଚାହୁଁ ନଥିଲେ ଭାଉଜ କିମ୍ବା ଅନ୍ୟ କେଉଁଠି ବିବାହ କରେଇ ଦେଉ ନଥିଲେ । ଯାହା ଦିଅରକୁ ବହତୁ କଷ୍ଟ ଲାଗୁଥିଲା । ଦିଅର ପାଇଁ ଯେଉଁଠୁ ଯେମିତି ବି ବାହାଘର ପ୍ରସ୍ତାବ ଆସୁଥିଲା ସେସବୁକୁ ଭାଉଜ କୁଆଡେ ଭାଙ୍ଗି ଦେଉଥିଲା । ଏହା ଯୋଗୁଁ ଦିଅର ଭାଉଜକୁ ଏକଦମ ଜୀବନରେ ମାରିଦେଲା । ଭାଉଜକୁ ମାରିବା ପରେ ତାଙ୍କ ମୃତଦେହକୁ ମାଟିତଳେ ପୋତି ଦେଇଥିଲା ଦିଅର ।
ଆଜ୍ଞା ହଁ, ଦିଅର ଓ ଭାଉଜର ଅନୈତିକ ସମ୍ପର୍କକୁ ନେଇ ଏକ ଜଘନ୍ୟ ହତୟଆକାଣ୍ଡ ଘଟିଯାଇଛି । ଦିଅରର ଅନ୍ୟତ୍ର ବାହାଘରରେ ଭାଉଜ ବାଧକ ସାଜିବାରୁ ତାଙ୍କୁ ଜୀବନରେ ମାରି ମାଟି ତଳେ ପୋତି ଦେଇଛି ଦିଅର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନା ଅନ୍ତର୍ଗତ ପାମରା ଚଟୁଗୁଡ ଗାଁରେ । ଗତକାଲି ପୋଲିସ ହତୟଆକାରୀ ଦିଅରକୁ ଗିରଫ କରିବା ସହ ଭାଉଜର ଗଳିତ ମୃତଦେହକୁ ଉଦ୍ଧାର କରିଛି ।
ଭାଉଜ ଆରତୀ କୁଣ୍ଡୁ ଭାଇ ଧର୍ମେନ୍ଦ୍ର କୁଣ୍ଡୁଙ୍କୁ ବିବାହ କରିଥିଲେ । ପୂର୍ବେ ଧର୍ମେନ୍ଦ୍ର ଓ ତାଙ୍କ ଭାଇ ଜିତେନ୍ଦ୍ର ଭୁବନେଶ୍ବରରେ ଏକ ଠିକାଦାର ପାଖେ ରହି ରଙ୍ଗକାମ କରୁଥିଲେ । ଆଉ ଏବେ କିଛିଦିନ ହେବ ସେମାନେ ବାରିପଦାରେ ରହି କାମ କରୁଥିଲେ । ହେଲେ ସ୍ତ୍ରୀ ନିଖୋଜ ହୋଇଯିବାରୁ ଥାନାରେ ଏତଲା ଦେଇଥିଲେ ବଡ ଭାଇ ଧର୍ମେନ୍ଦ୍ର । ଏମିତିକି ଭାଇ ଜିତେନ୍ଦ୍ରର କାର୍ଯ୍ୟକଳାପ ସନ୍ଦେହଜନକ ଥିବା ନେଇ ଧର୍ମେନ୍ଦ୍ର ନିଜ ଏତଲାରେ ମଧ୍ୟ ଜଣାଇଥିଲେ ।
ଆଉ ପୋଲିସ ଜିତେନ୍ଦ୍ରକୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେ ସବୁ ସତ ଓଗାଳି ଦେଇଥିଲା । ଦିଅର ଜିତେନ୍ଦ୍ରକୁ ଥାନାକୁ ଆଣି ପଚରାଉଚରା କରିବା ପରେ ହିଁ ଭାଉଜ ଆରତୀକୁ ହତୟଆ କରିଥିବା ସ୍ଵୀକାର କରିଥିଲା । ଯାହାକି ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଭାଇ ଜିତେନ୍ଦ୍ର ଭାଉଜକୁ ମାରି ଯେଉଁ ସ୍ଥାନରେ ପୋତିଥିଲା ସେଠାରୁ ଖୋଳାଯାଇ ତାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି ଓ ଦିଅର ଜିତେନ୍ଦ୍ର ବର୍ତ୍ତମାନ ପୋଲିସ ହେପାଜତରେ ରହିଛି ।
ସ୍ତ୍ରୀକୁ ହରାଇ ଓ ଭାଇ ସହ ସ୍ତ୍ରୀର ଏଭଳି ଅନୈତିକ ସମ୍ପର୍କ ବିଷୟରେ ଜାଣି ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଭାଇ ଓ ତାଙ୍କ ପରିବାର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।