ବଦଳିବ କି କର୍ମଚାରୀଙ୍କ ଅବସର ବୟସ ! ଆମେରିକା ଓ ୟୁରୋପ ମଡେଲକୁ ନେଇ ବିଚାର ବିମର୍ଷ ଚାଲିଛି । ରିପୋର୍ଟ ଅନୁଯାୟୀ ୨୦୪୭ ସୁଦ୍ଧା ଭରତ ଏକ ବୟସ୍କ ବହୁଳ ଦେଶ ଭାବେ ଉଭା ହେବ । କାରଣ ସେତେବେଳକୁ ଭାରତରେ ୬୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଲୋକଙ୍କ ସଂଖ୍ୟା ପ୍ରାୟ ୧୪ କୋଟିରୁ ଅଧିକ ହୋଇଯିବ । ଫଳରେ ଏହାର ପ୍ରଭାବ ପେନସନ ଫଣ୍ଡ ଉପରେ ପଡିବ । ବର୍ତ୍ତମାନ ଇପିଏଫ ର ୬ କୋଟି ଉପଭୋକ୍ତା ଥିବାବେଳେ ଆଗକୁ ଏହା ଆହୁରି ବଢିଯିବ ବୋଲି ଆଶା କରାଯାଉଛି ।
ତେଣୁ ଏହି ଚାପକୁ କମ୍ କରିବା ପାଇଁ ଭରତ ସରକାର ସରକାରୀ ଚାକିରିଆଙ୍କ ଅବସର ବୟସରେ ପରିବର୍ତ୍ତନ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା ଇପିଏଫ ଦେଶରେ କର୍ମଚାରୀଙ୍କ ଅବସର ବୟସ ବଢାଇବାକୁ ଚିନ୍ତା କରୁଛନ୍ତି । ତେଣୁ ନିଜ ଭିଜନ ଡକ୍ୟୁମେଣ୍ଟରେ ଇପିଏଫଓ ଏହି ପ୍ରସଙ୍ଗ ଉଠାଇଛି । ଏଥିପାଇଁ ଅନ୍ୟ ବିକଶିତ ଦେଶ ମାନଙ୍କର ମଡେଲ ଉପରେ ବିଚାର କରାଯିବ । ଏହାଦ୍ବାରା ପେନସନ ସିଷ୍ଟମକୁ ମଜବୁତ କରିବା ପାଇଁ ସହଯୋଗ ମିଳିପାରିବ ବୋଲି କୁହାଯାଉଛି ।
ଆଗରୁ ଇପିଏଫ ର ୬ କୋଟି ଉପଭୋକ୍ତା ଥିବା ବେଳେ ୨୦୨୨ରେ ଆହୁରି ୮ ଲକ୍ଷରୁ ଅଧିକ ନୂଆ ଉପଭୋକ୍ତା ଯୋଡି ହୋଇଛନ୍ତି । ତେଣୁ ଏହି ପ୍ରସଙ୍ଗରେ ସରକାର ଖୁବ ଶୀଘ୍ର ବିଚାର କରନ୍ତୁ ବୋଲି ସଂଗଠନ କହିଛି । ଇକୋନୋମିକ୍ସ ଟାଇମର ତଥ୍ୟ ମୁତାବକ ଦେଶରେ ଅବସର ବୟସ ୫୮ରୁ ୬୫ ବର୍ଷ ମଧ୍ୟରେ ରହିଛି ।
ଘରୋଇ ସେକ୍ଟରରେ କାମ କରୁଥିବା କର୍ମଚାରୀଙ୍କ ଅବସର ବୟସ ୫୮ ବର୍ଷ ଥିବା ବେଳେ ଡାକ୍ତର ମାନଙ୍କ କ୍ଷେତ୍ରରେ ଏହା ୬୫ ବର୍ଷ ଯାଏଁ ରହିଛି । ତେଣୁ ପେନସନ ବୋଝ ହାଲୁକା କରିବା ପାଇଁ ବିଦେଶର ଅବସର ନୀତି ଉପରେ ବିଚାର କରାଯାଉଛି । ୟୁରୋପୀୟ ୟୁନିୟନରେ ଅବସର ବୟସ ୬୫ ବର୍ଷ ଥିବାବେଳେ ଇଟାଲୀ ଓ ଡେନମାର୍କରେ ଏହା ୬୭ ବର୍ଷ ରହିଛି । ସେହିପରି ଆମେରିକାରେ କର୍ମଚାରୀଙ୍କ ଅବସର ବୟସ ରହିଛି ୬୬ ବର୍ଷ ।
ଭାରତରେ ଏଭଳି ନିୟମ ଲାଗୁ ହେଲେ କର୍ମଚାରୀଙ୍କ ଅବସର ବୟସ ବଢିବ । ଫଳରେ ଇପିଏଫଓ ଓ ଅନ୍ୟ ଫଣ୍ଡ ମାନଙ୍କରେ ଅଧିକ ଅର୍ଥ ଜମା ହୋଇପାରିବ । ଏହାଦ୍ବାରା ପେନସନ ସିଷ୍ଟମ ଉପରେ କମ୍ ଚାପ ପଡିବ । ଏହାସହ ମହଙ୍ଗା ସମସ୍ଯାକୁ ମଧ୍ୟ ନିୟନ୍ତ୍ରଣ କରା ଯାଇପାରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।