ଜାଣନ୍ତୁ ବ୍ରହ୍ମାଣ୍ଡର ଏହି ଶକ୍ତିଶାଳୀ ନାଗଙ୍କ ବିଷୟରେ, ଯାହାଙ୍କ ଶକ୍ତି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଦେବତା ରୂପରେ ପୂଜା ପାଉଥିବା ସର୍ପରାଜଙ୍କୁ ଶକ୍ତିର ପ୍ରତୀକ ବୋଲି ମାନାଯାଏ । ପ୍ରାଚୀନ ସଂସ୍କୃତିରେ ସର୍ପରାଜଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ନାଗଙ୍କ ପୂଜା କରିବା ଆମ ପରମ୍ପରାରେ ବହୁ ପୁରାତନ ଅଟେ । କେବଳ ଭାରତ ନୁହେଁ ବରଂ ଅନେକ ପ୍ରାଚୀନ ସଂସ୍କୃତିରେ ନାଗଙ୍କୁ ଶକ୍ତିର ପ୍ରତୀକ ବୋଲି କୁହାଯାଏ । ଚାଲନ୍ତୁ ଜାଣିବା ଏଭଳି କିଛି ଶକ୍ତିଶାଳୀ ନାଗଙ୍କ ବିଷୟରେ ଯେଉଁମାନଙ୍କ ଭୂମିକା ହିନ୍ଦୁ ଧର୍ମରେ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି ।

କାଳିଆ ନାମକ ଏକ ନାଗ ବୃନ୍ଦାବନରେ ଥିବା ଯମୁନା ନଦୀରେ ବାସ କରୁଥିଲା । କାଳିଆ ନାଗ ସେଠାରେ ରହୁଥିବାରୁ ଯମୁନା ନଦୀର ପାଣି ଏତେ ବିଷାକ୍ତ ହୋଇ ଯାଇଥିଲା ଯେ ସେଠାକୁ କୌଣସି ମଣିଷ କି ପଶୁପକ୍ଷୀ ଯାଇ ପାରୁନଥିଲେ । କାଳିଆ ନାଗ ରମଣାକ ଦ୍ଵୀପର ବାସିନ୍ଦା ଥିଲା । ହେଲେ ସେ ନାଗଙ୍କ ଶତ୍ରୁ ପ୍ରଭୁ ଗରୁଡଙ୍କ ଡରରେ ବୃନ୍ଦାବନକୁ ପଳେଇ ଆସିଥିଲା । କାରଣ ଗରୁଡ ଜଣେ ଋଷିଙ୍କ ଅଭିଶାପ ଯୋଗୁଁ ବୃନ୍ଦାବନରେ ପ୍ରବେଶ କରି ପାରୁନଥିଲେ ।

ତେଣୁ ବୃନ୍ଦାବନ କାଳିଆ ନାଗ ପାଇଁ ସବୁଠୁ ସୁରକ୍ଷିତ ସ୍ଥାନ ଥିଲା । ଥରେ ପ୍ରଭୁ ଶ୍ରୀକୃଷ୍ଣ ନଦୀକୂଳରେ ଖେଳୁଥିବା ବେଳେ ନଦୀ ଭିତରକୁ ପଳାଇଥିଲେ । ତାଙ୍କ ଉପରେ ଆକ୍ରମଣ କରି କାଳିଆ ନାଗ ବିଷ ଓଗାଳି ଦେଇଥିଲା । ହେଲେ ପ୍ରଭୁ ଶ୍ରୀକୃଷ୍ଣ ଯଥାଶୀଘ୍ର ତାକୁ କାବୁ କରି ନେଇଥିଲେ ଓ କାଳିଆ ନାଗର ମୁଣ୍ଡରେ ବସି ପାଣିରୁ ବାହାରକୁ ଆସିଥିଲେ ।

ସେହିପରି ତକ୍ଷକ ନାମକ ଏକ ନାଗ ବିଷୟରେ ମହାଭାରତରେ ଉଲ୍ଲେଖ କରାଯାଇଛି । ଅର୍ଜୁନ ଯେତେବେଳେ ଖାଣ୍ଡବ ବନରେ ନିଆଁ ଲଗାଇ ନଷ୍ଟ କରି ଦେଇଥିଲେ ସେଠାରେ ରହୁଥିବା ତକ୍ଷକ ନାଗ ସେଠାରୁ ଆସି ତକ୍ଷଶୀଳାରେ ବାସ କଲା । ତାଙ୍କୁ ଭଗବାନ ଇନ୍ଦ୍ରଙ୍କ ମିତ୍ର ବୋଲି ମଧ୍ୟ କୁହାଯାଏ । ସେ ପାତାଳରେ ବାସ କରୁଥିବା ୮ଟି ନାଗଙ୍କ ମଧ୍ୟରୁ ଅନ୍ଯତମ । ଏକ ଋଷିଙ୍କ ଅଭିଶାପ ଦ୍ଵାରା ରାଜା ପରୀକ୍ଷିତଙ୍କୁ ତକ୍ଷକ ନାଗ ଦଂଶନ କରିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେଣୁ କ୍ରୋଧ ବଶବର୍ତ୍ତୀ ହୋଇ ପରୀକ୍ଷିତଙ୍କ ପୁତ୍ର ଜନ୍ମେଜୟ ସମସ୍ତ ନାଗଙ୍କ ବିନାଶ ପାଇଁ ଯଜ୍ଞ କଲେ ଓ ସମସ୍ତ ନାଗ ଆସି ଯଜ୍ଞ କୁଣ୍ଡରେ ପଡିବାକୁ ଲାଗିଲେ । ତକ୍ଷକଙ୍କ ନାମ ନେବା ପରେ ସେ ବି ଜଗି କୁଣ୍ଡ ପାଖରେ ଆସି ପହଞ୍ଚିଥିଲେ । କିନ୍ତୁ ସେଠାରେ ଆସ୍ତିକ ନାମକ ଜଣେ ଯୁବଋଷିଙ୍କ ଅନୁରୋଧ କ୍ରମେ ଜନ୍ମେଜୟ ଯଜ୍ଞ ବନ୍ଦ କରି ଦେଇଥିଲେ । ଯାହାଫଳରେ ତକ୍ଷକଙ୍କ ପ୍ରାଣ ବଞ୍ଚି ଯାଇଥିଲା ।

ଭଗବାନ ଶିବଙ୍କ ବାହାନ ଭିତରୁ ଗୋଟିଏ ହେଉଛି କର୍କୋଟ ନାଗ । ସେ ମଧ୍ୟ ଜନ୍ମେଜୟଙ୍କ ଯଜ୍ଞରୁ ରକ୍ଷା ପାଇବା ପାଇଁ ବ୍ରହ୍ମାଙ୍କ ଉପଦେଶରେ ମହାଦେବ ଶିବଙ୍କ ତପସ୍ୟା କରିବା ଆରମ୍ଭ କରି ଦେଇଥିଲେ । ତାଙ୍କ ତପସ୍ୟାରେ ଖୁସି ହୋଇ ମହାଦେବ ବର ଦେଲେ ଯେ ଯେଉଁ ନାଗ ଧର୍ମର ପାଳନ କରନ୍ତି ତାଙ୍କର ବିନାଶ ହୋଇପାରିବ ନାହିଁ । ତେଣୁ ମହାଦେବ ଶିବଲିଙ୍ଗରେ କର୍କୋଟ ନାମଗକୁ ପ୍ରବେଶ କରାଇଦେଲେ ଓ ତାଙ୍କର ପ୍ରାଣ ବଞ୍ଚିଗଲା । ସେବେଠାରୁ ଶିବଲିଙ୍ଗଙ୍କୁ କର୍କଟେଶ୍ଵର ଶିବଲିଙ୍ଗ ବୋଲି ମଧ୍ୟ କୁହାଯାଏ ।

ମନଶା ଋଷି କଶ୍ୟପ ଓ କଦରୁଙ୍କ କନ୍ୟା ଥିଲେ ମନଶା ଦେବୀ । ତାଙ୍କୁ ଶିବଙ୍କ ପୁତ୍ରୀ ବୋଲି ମଧ୍ୟ କୁହାଯାଏ ଓ ନାଗଜାତିର ଅଗ୍ରଗାମୀ ମଧ୍ୟ ମାନାଯାଏ । ସେ ଶେଷନାଗ ଓ ବାସୁକକୀ ନାଗଙ୍କ ଭଉଣୀ ମଧ୍ୟ । ରାଜା ପୃଥୁ ଯେତେବେଳେ ପୃଥିବୀକୁ ଗାଈ ରୂପରେ ଦୁହିଁଥିଲେ ସେତେବେଳେ ବିଷ ଉତ୍ପନ୍ନ ହୋଇଥିଲା ।

ଯାହାପରେ ମନଶା ଦେବୀ ନିଜ ଦିବ୍ୟଶକ୍ତିରେ ଅନେକ ଶକ୍ତିଶାଳୀ ସର୍ପଙ୍କୁ ଉତ୍ପନ୍ନ କରିଥିଲେ । ଯେଉଁମାନେ ସେହି ସବୁ ବିଷକୁ ପାନ କରି ବ୍ରହ୍ମାଣ୍ଡ ରକ୍ଷା କରିବାରେ ସମର୍ଥ ହୋଇଥିଲେ । ମନଶା ଦେବୀ ଏତେ ଶକ୍ତିଶାଳୀ ଥିଲେ ସେ ନିଜ ଚକ୍ଷୁରେ ମା ପାର୍ବତୀଙ୍କୁ ସଜ୍ଞାହୀନ କରି ଦେଇଥିଲେ ।

ସେହିପରି ବାସୁକୀ ନାଗଙ୍କୁ ଅନେକ ପୁରାଣରେ ସବୁଠୁ ଶକ୍ତିଶାଳୀ ନାଗ ଭାବେ ଉଲ୍ଲେଖ କରାଯାଇଛି । ସେ ଶେଷନାଗଙ୍କ ସାନ ଭାଇ ଓ ମହାଦେବଙ୍କ ପରମଭକ୍ତ ହୋଇଥିବାରୁ ଶିବ ତାଙ୍କୁ ନିଜ ଗଳାଡ଼େ ଧାରଣ କରିଛନ୍ତି । ତାଙ୍କ ଦ୍ଵାରା ହିଁ ମନ୍ଦ୍ରାଚନ ପର୍ବତକୁ ବାନ୍ଧି ସମୁଦ୍ର ମନ୍ଥନ କରାଯାଇଥିଲା । ଏହାସହିତ ତ୍ରିପୁରାସୁରକୁ ବଧ କରିବା ସମୟରେ ସେ ଶିବଙ୍କ ଧନୁଷର ଡୋର ମଧ୍ୟ ହୋଇଥିଲେ । ପ୍ରାଣ ବା ଜୀବନ ଊର୍ଜା ଯାହାକୁ ଉଣ୍ଡଳିନୀ କୁହାଯାଏ ତା’ର ପ୍ରତିନିଧିତ୍ଵ କରନ୍ତି ବାସୁକୀ ନାଗ ।

ବ୍ରହ୍ମାଣ୍ଡ ନିର୍ମାଣ ଓ ବିନାଶରେ ନାଗମାନଙ୍କ ରାଜା ଶେଷନାଗଙ୍କ ଏକ ବିଶେଷ ଭୂମିକା ରହିଛି । ନାଗଙ୍କ ମଧ୍ୟରେ ସର୍ବପ୍ରଥମେ ଶେଷନାଗଙ୍କର ଉତ୍ପତ୍ତି ହୋଇଥିଲା । ନାଗରାଜ ଅନନ୍ତନାଗ ମଧ୍ୟ ତାଙ୍କର ଅନ୍ୟନାମ । କ୍ଷୀରସାଗରରେ ଭଗବାନ ବିଷ୍ଣୁ ଶେଷନାଗ ବା ଅନନ୍ତନାଗ ଉପରେ ଶୟନ କରନ୍ତି .ବିଷ୍ଣୁଙ୍କ ସେବକ ହେବା ପାଇଁ ତାଙ୍କୁ ସଂସାର ତ୍ୟାଗ କରି ହଜାର ହଜାର ବର୍ଷ ପର୍ଯ୍ୟନ୍ତ ତପସ୍ୟା କରିବାକୁ ପଡିଥିଲା ।

ବ୍ରହ୍ମାଣ୍ଡ ହେବା ପରେ ତାଙ୍କୁ ସମୟଚକ୍ରର ଦାୟିତ୍ଵ ଦିଆ ଯାଇଥିଲା । ତାଙ୍କୁ ଆଦିଶେଷ ମଧ୍ୟ କୁହାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।