କି ହୃଦୟଥରା ଦୃଶ୍ୟ ! ଗଛ କଟିଲା ଆଉ ନିମିଷକେ ଭାଙ୍ଗିଗଲା ଶହ ଶହଟି ସଂସାର, ଦେଖନ୍ତୁ ଆପଣ ବି କାନ୍ଦି ପକାଇବେ, ଦେଖନ୍ତୁ video

ଆଜି ଆମେ ଏଇ ଯେଉଁ ଭିଡିଓ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଦେଖିଲେ ହୁଏତ ଆପଣଙ୍କ ଆଖିରେ ବି ଲୁହ ଆସିଯିବ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି । ଆଉ ଲୋକେ ଏଥିରେ ସମବେଦନା ଜନକ କମେଣ୍ଟ ଦେଉଛନ୍ତି । ଏହି ଭିଡିଓ ଦେଖିଲେ ଆପଣଙ୍କ ଛାତି ବି ଥରିଯିବ । ଭିଡିଓରେ ଆପଣ ଦେଖିବାକୁ ପାଇବେ କି ଗୋଟିଏ ଗଛଟିଏ ଉପୁଡି ତଳେ ପଡିଯାଉଛି । ଆପଣ ଭାବୁଥିବେ ଏଥିରେ ନୂଆ କଥା କଣ ।

କିନ୍ତୁ ପ୍ରକୃତ ଦୃଶ୍ୟ କଣ ଜାଣିଲେ ଆପଣ ବି ନିଜ କୋହ ସମ୍ଭାଳି ପାରିବେନି । ଏହି ଗଛଟିକୁ ଏକ ଗାଁ ସହ ତୁଳନା କଲେ ବି କିଛି ଭୁଲ ହେବନାହିଁ । କାରଣ ଏହାର ଝଙ୍କାଳିଆ ଡାଳ ତଳେ ଶହ ଶହ ଜୀବନ ଆଶ୍ରା ନେଇଥିଲେ । ଗଛଟି ଭୁଷୁଡି ପଡିବାର ଦୃଶ୍ୟ ଆଉ ଥରେ ଦେଖିଲେ ଜାଣିପାରିବେ ଏହା କେବଳ ଗଛ ନୁହେ ବରଂ ଅନେକ ଚଢେଇଙ୍କ ବାସସ୍ଥାନ ଓ ସଂସାର । ଶହ ଶହ ପକ୍ଷୀଙ୍କର ଘର ହେଉଛି ଏହି ଗଛ ।

ହେଲେ ମଣିଷର ସ୍ଵାର୍ଥ ଚୋଟରେ ଗଛଟି ଭୁଷୁଡିଗଲା ଆଉ ଚାହୁଁ ଚାହୁଁ ବାସହରା ହୋଇଗଲେ ଶହ ଶହ ନିରୀହ ଚଢେଇ । କିଛି ଚଢେଇ ରାବ ଛାଡି ଜୀବନ ବିକଳରେ ଉଡି ପଳାଇଲେ ସିନା ହେଲେ ଆଉ କିଛି ଗଛରୁ ଖସି ସେଇଠି ହିଁ ଟଳିପଡିଲେ । ଗଛ ସିନା ଗୋଟିଏ ଥିଲା ହେଲେ ଏଠି ଅନେକଙ୍କ ଜୀବନ ବାନ୍ଧି ହୋଇ ରହିଥିଲା ।

ହେଲେ ନିଜ ସୁବିଧା ଓ ସ୍ଵାର୍ଥ ପାଇଁ ଗଛ କାଟୁଥିବା ମଣିଷଟି ଭୁଲିଗଲା ଯେ ପ୍ରକୃତି ଯେଉଁ ଗଛକୁ ଦାନ କରିଛି ସେଥିରେ କେବଳ ମଣିଷର ଏକା ଅଧିକାର ନାହିଁ । ସଂସାରର ପ୍ରତିଟି ଜୀବନର ସମାନ ହକ୍ ରହିଛି । ପ୍ରକୃତି ଆଗରେ ତ ସମସ୍ତେ ତା’ ସନ୍ତାନ । ଆଉ ପ୍ରକୃତି ଆଇନ ପାଠ ପଢିନି ଯେ କେଉଁ ସନ୍ତାନର ଭାଗ କେତେ ତାହା ଲେଖି ଦେଇ ଯିବ ।

ତେଣୁ ମଣିଷ ଏହାର ଫାଇଦା ଉଠାଇ ସବଳ ହୋଇଥିବାରୁ ଦୁର୍ବଳ ଉପରେ ମନ ଇଚ୍ଛା ଅତ୍ୟାଚାର କରିଚାଲିଛି । ଉନ୍ନତିକରଣକୁ ଆମେ ବିରୋଧ କରୁନାହିଁ କିନ୍ତୁ ସବୁ ଭିତରେ ଏମାନଙ୍କ କଥା ବି ଚିନ୍ତା କରିବା ଆବଶ୍ୟକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।