କାହିଁକି ପରସ୍ପରଠୁ ଅଲଗା ହୋଇଗଲେ Hero ଏବଂ Honda ? ପ୍ରଥମ ଥର ପାଇଁ ଜାଣନ୍ତୁ ହିରୋ ହୋଣ୍ଡା ଅଲଗା ହେବାର ପ୍ରକୃତ କାରଣ (Hero Honda Split Story)

୯୦ ଦଶକରେ ମୋଟର ସାଇକେଲ କହିଲେ ମନକୁ “ହିରୋହଣ୍ଡା” ର ନାଁ ଚାଲିଆସେ , ଯାହାକି ସେତେବେଳେ ଲୋକଙ୍କର ସବୁଠୁ ପସନ୍ଦର ବାଇକ ଥିଲା । ସେତେବେଳେ ହିରୋହଣ୍ଡା କମ୍ପାନୀ ହିଁ ବଜାରରେ ମୋଟର ସାଇକେଲ ନିର୍ମାଣ କରୁଥିଲା । ସେତେବେଳେ ଅନେକ ଲୋକ ଜାଣି ନଥିଲେ ଯେ ହିରୋହଣ୍ଡା ଦୁଇଟି କମ୍ପାନୀ । କିନ୍ତୁ ହିରୋ ଓ ହଣ୍ଡା ପରସ୍ପରଠୁ ଅଲଗା ହେବା ପରେ ହିଁ ଲୋକେ ଜାଣିଲେ ଏହା ଦୁଇଟି କମ୍ପାନୀ । ପ୍ରକୃତରେ ହିରୋ ଏକ ସାଇକେଲ ନିର୍ମାଣକାରୀ କମ୍ପାନୀ ଥିଲା, ଯାହାର ନିର୍ମାତା ଥିଲେ ବ୍ରିଜମୋହନ ମୁଞ୍ଜାଲ ।

ସେ ଏହି କମ୍ପାନୀକୁ ୧୯୫୬ରେ ନିର୍ମାଣ କରିଥିଲେ ଓ ୧୮୭୫ ବେଳକୁ ହିରୋ ଭାରତର ସବୁଠୁ ବଡ ସାଇକେଲ ନିର୍ମାଣକାରୀ କମ୍ପାନୀ ହୋଇ ସାରିଥିଲା । ହିରୋ କମ୍ପାନୀ ସାଇକେଲର ଚାହିଦା ଭାରତ ସମେତ ବିଦେଶରେ ମଧ୍ୟ ରହିଥିଲା । ତେଣୁ ଏହା ଗିନିଜ ବୁକ ଅଫ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି । ବ୍ରିଜମୋହନ ଦେଖିଲେ ବିଦେଶରେ ମୋଟର ସାଇକେଲର ଚାହିଦା ବଢୁଛି ହେଲେ ଭାରତରେ ଏହା ଆସି ନଥିଲା । ତେଣୁ ସେ ଭାରତର ଲୋକଙ୍କୁ ମୋଟର ସାଇକେଲ ଭେଟି ଦେବାକୁ ଚାହୁଁଥିଲେ ।

ହେଲେ ଇଞ୍ଜିନ ବନାଇବା ପାଇଁ ତାଙ୍କ ପାଖେ କୌଣସି ଟେକ୍ନୋଲୋଜି ନଥିବାରୁ ସେ କୌଣସି ବିଦେଶୀ କମ୍ପାନୀର ସହାୟତା ନେବାକୁ ଚାହୁଁଥିଲେ । ସେତେବେଳେ ସରକାର ମଧ୍ୟ ବିଦେଶୀ କମ୍ପାନୀ ସହ ମିଶି ବ୍ୟବସାୟ ବୃଦ୍ଧି କରିବା ପାଇଁ ଭାରତୀୟ କମ୍ପାନୀ ମାନଙ୍କୁ ପ୍ରୋତ୍ସାହନ ଦେଉଥିଲେ । ତେଣୁ ସେତେବେଳେ ବ୍ରିଜମୋହନ ଜାପାନର ଏକ ବଡ ମୋଟର ସାଇକେଲ ନିର୍ମାଣକାରୀ କମ୍ପାନୀ ହୋଣ୍ଡା ସହ ହାତ ମିଶାଇବାକୁ ପ୍ରସ୍ତାବ ଦେଇଥିଲେ ।

ସେତେବେଳେ କୌଣସି ବିଦେଶ କମ୍ପାନୀ ଭାରତରେ ସିଧାସଳଖ କାରବାର କରିବାର ସୁଯୋଗ ପାଉ ନଥିବାରୁ ହୋଣ୍ଡା ବି ଏଭଳି ସୁବର୍ଣ୍ଣ ସୁଯୋଗକୁ ହାତଛଡା କରି ନଥିଲା । ଯାହାପରେ ୧୯୮୪ରେ ଏହି ଦୁଇଟି କମ୍ପାନୀ ମିଶି ଭାରତୀୟଙ୍କ ପାଇଁ ମୋଟର ସାଇକେଲ ନିର୍ମାଣ କରିବା ଆରମ୍ଭ କଲେ । ହୋଣ୍ଡା ଇଞ୍ଜିନ ତିଆରି କରୁଥିବା ବେଳେ ହିରୋ ଓଟାର ସାଇକେଲର ବଡିପାର୍ଟ ତିଆରି କରୁଥିଲା । ହରିୟଣାରେ ଏହାର ପ୍ରଥମ ପ୍ଲାନିଂ କରାଗଲା ଓ ୧୯୮୫ରେ ହିରୋହୋଣ୍ଡା ସିଡି ୧୦୦ ବଜାରକୁ ଆସିଲା ।

ଏହା ଭାରତର ପ୍ରଥମ ବାଇକ ଓ ମାଇଲେଜ ମଧ୍ୟ ଖୁବ ଭଲ ଥିବାରୁ ଭାରତୀୟମାନେ ଏହାକୁ ଖୁବ ପସନ୍ଦ କରିଥିଲେ ଏବଂ ସାଧାରଣ ମଧ୍ୟବିତ୍ତ ପରିବାର କିଣିପାରିବା ଭଳି ଏହାର ମୂଲ୍ୟ ମଧ୍ୟ ନିର୍ଦ୍ଧାରିତ କରା ଯାଇଥିଲା । ଜାପାନ ମୁଦ୍ରାର ମୂଲ୍ୟ ବୃଦ୍ଧି ଯୋଗୁଁ ଜାପାନରୁ ଆସୁଥିବା ସ୍ପେୟାର ପାର୍ଟ ଗୁଡିକର ମୂଲ୍ୟ ମଧ୍ୟ ବଢିବାରେ ଲାଗିଲା । ଯାହାଫଳରେ ହିରୋହୋଣ୍ଡା ବାଇକକୁ କମ୍ ମୂଲ୍ଯରେ ବିକିବା ଦୁଇ କମ୍ପାନୀଙ୍କ ପାଇଁ କଷ୍ଟକର ହୋଇପଡିଲା ।

ଏହାସହ ହିରୋହୋଣ୍ଡାର ଅନେକ ପ୍ରତିଯୋଗୀ ତଥା ସୁଜୁକି, ୟମାହା, ବାଜାଜ ଓ ଟିଭିଏସ ଭଳି କମ୍ପାନୀ ମଧ୍ୟ ବଜାରକୁ ଆସି ସାରିଥିଲେ । ଏହି କମ୍ପାନୀ ଗୁଡିକ କେବଳ ସହରୀ ଲୋକଙ୍କ ଚାହିଦା ପୂରଣ କରୁଥିବା ବେଳେ ହିରୋହୋଣ୍ଡା ଗାଁ ସହ ସହରରେ ଥିବା ମଧ୍ୟବିତ୍ତ ଓ ତଳୁଆ ମଧ୍ୟବିତ୍ତ ପରିବାରର ଲୋକଙ୍କୁ ନଜରରେ ରଖି ନିର୍ମାଣ କରାଯାଉଥିଲା । ଏଥିପାଇଁ କମ୍ପାନୀକୁ କିଛିଟା କ୍ଷତି ସହ୍ୟ କରିବାକୁ ପଡିଥିଲେ ମଧ୍ୟ ୧୯୯୦ରେ ଏହା ବଡ ଧରଣର ଲାଭ କରିଥିଲା ।

ସେପଟେ ଦୁଇ କମ୍ପାନୀର ମ୍ୟାନେଜମେଣ୍ଟରେ ମତାନ୍ତର ଦେଖା ଦେବା ଆରମ୍ଭ ହୋଇ ସାରିଥିଲା । ହୋଣ୍ଡା ଆମେରିକା ସମେତ ଅନେକ ଦେଶରେ କାମ କରୁଥିବା ବେଳେ ହିରୋହୋଣ୍ଡାକୁ କିନ୍ତୁ ବିଦେଶ କାରବାର କରିବାର ଅନୁମତି ଦେଉ ନଥିଲା ହୋଣ୍ଡା । ଏହାକୁ ନେଇ ହିରୋ ଓ ହୋଣ୍ଡା ମଧ୍ୟରେ ମତାନ୍ତର ବଢିବାରେ ଲାଗିଲା ।

ହୋଣ୍ଡା ଇଞ୍ଜିନ ନିର୍ମାଣ କରୁଥିବା ବେଳେ ହିରୋ କେବଳ ବଡିପାର୍ଟ ନିର୍ମାଣ କରୁଥିବାରୁ ଅଲଗା ହେଲେ ହିରୋକୁ ବଡ କ୍ଷତି ସହିବାକୁ ପଡିବ ବୋଲି ନିଜ ଲାଭାଂଶର ଏକ ବଡ ଶେୟାରକୁ ଇଞ୍ଜିନ ନିର୍ମାଣରେ ଲଗାଇଦେଲା ହିରୋ । ପୂର୍ବରୁ କେହିବି ନିଜର ଅଲଗା ପ୍ରଡ଼କ୍ଟ ତିଆରି କରିପାରିବେ ନି ବୋଲି ଚୁକ୍ତି ହୋଇଥିବା ବେଳେ ଏହା ଯୋଗୁଁ ଦୁଇ କମ୍ପାନୀ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ।

ଆଉ ଏହାକୁ ଖାତିର ନକରି ହୋଣ୍ଡା ୧୯୯୯ରେ ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ନାମକ କମ୍ପାନୀ ଆରମ୍ଭ କରିଦେଲା ଓ ହିରୋହୋଣ୍ଡା ବାଇକ ଭଳି ଲୋକଙ୍କୁ ସୁଲଭ ମୂଲ୍ଯରେ ବାଇକ ଯୋଗାଇଲା । ହୋଣ୍ଡା ବାଇକ ହିରୋହୋଣ୍ଡାର ବାଇକକୁ ବଜାରରେ ଟକ୍କର ଦେବା ପରେ ହିରୋହୋଣ୍ଡା ଗ୍ରାହକ ବାଣ୍ଟି ହୋଇଗଲେ ।

ଏହାପରେ ହୋଣ୍ଡା ଉଭୟ ଓ ପୁରୁଷ ଚାଳକଙ୍କୁ ନଜରରେ ରଖି ହୋଣ୍ଡା ଆକ୍ଟିଭା ନାମକ ସ୍କୁଟର ମଧ୍ୟ ବଜାରକୁ ଛାଡିଲା । ଯାହାକି ବଜାରରେ ଖୁବ ସଫକତା ହାସଲ କଲା । ହୋଣ୍ଡା ହିରୋହୋଣ୍ଡା ଠାରୁ ତ ଲାଭ ପାଉଥିଲା ସେପଟେ ନିଜ ସ୍ଵତନ୍ତ୍ର କମ୍ପାନୀରୁ ମଧ୍ୟ ବେଶ ଲାଭ ପାଇଲା । ଏହି ସବୁ ସମସ୍ଯା ଯୋଗୁଁ ୨୦୧୦ରେ ଉଭୟ କମ୍ପାନୀ ପରସ୍ପର ଠାରୁ ଅଲଗା ହୋଇଗଲେ । ହୋଣ୍ଡା ନିଜର ୨୬% ଲାଭାଂଶକୁ ହିରୋ କମ୍ପାନୀକୁ ବିକିଦେଲା ଓ ଏହାପରେ ହିରୋ ନିଜ କମ୍ପାନୀର ନାମ “ହିରୋ ମୋଟକପ” ଦେଲେ ।

ସମସ୍ତେ ଭାବୁଥିଲେ ହୋଣ୍ଡା ବିନା ହିରୋ ବଜାରରେ ତିଷ୍ଠି ପାରିବ ନାହିଁ । ହେଲେ ହିରୋ ମୋଟର ସାଇକେଲ ବନାଇବାରେ ମଧ୍ୟ ଏକ ସଫଳ କମ୍ପାନୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।