ଶାସ୍ତ୍ର ଅନୁସାରେ ଶୋଇବା ସମୟରେ ଆମ ମୁଣ୍ଡ ଦକ୍ଷିଣ ଦିଗକୁ କିମ୍ବା ପୂର୍ବ ଦିଗକୁ ହେବା ନିହାତି ଜରୁରୀ । ପଶ୍ଚିମ ଦିଗକୁ କିମ୍ବା ଉତ୍ତର ଦିଗକୁ ମୁହଁ କରି ଶୋଇବା ବିଲକୁଲ ମଧ୍ୟ ଉଚିତ ନୁହେଁ । ଶୋଇବା ଶୈଳୀରୁ ଆମ ଭାଗ୍ୟ ବିଷୟରେ ଅନେକ କଥା ଜଣା ପଡିଥାଏ । ଏହି ସମ୍ବନ୍ଧରେ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ । ଯେଉଁ ଲୋକମାନେ ସିଧା ହୋଇ ଉପରକୁ ମୁହଁ କରି ଶୁଅନ୍ତି ବା ଚିତ୍ ହୋଇ ଶୁଅନ୍ତି ଏବଂ ଗୋଟିଏ ଗୋଡ ଉପରେ ଆଉ ଏକ ଗୋଡ ପକେଇ ଶୁଅନ୍ତି ସେମାନେ ତାଙ୍କ ମନ ମୁତାବକ କାର୍ଯ୍ୟ କରିଥାନ୍ତି ।
ସେମାନଙ୍କ ମଧ୍ୟରେ ଅହଂଭାବ ଅଧିକ ମାତ୍ରାରେ ଥାଏ ଏବଂ ସେମାନେ କାହାକୁ ଡରି ନଥାନ୍ତି । ସେମାନଙ୍କ ମଧ୍ୟରେ ବହୁତ ଆତ୍ମଗାରିମା ଥାଏ ଓ ସବୁବେଳେ ଅନ୍ୟକୁ ନିଜ କବଜାରେ ରଖିବାକୁ ପସନ୍ଦ କରନ୍ତି । ସେମାନେ ନିଜ ନିୟମରେ ରହିଥାନ୍ତି ଓ ଅନ୍ୟ କେଉଁ ଅନୁଶାସନକୁ ମାନି ନଥାନ୍ତି । କିନ୍ତୁ ଯେଉଁମାନେ ସିଧା ହୋଇ ବା ଚିତ୍ ହୋଇ ଶୋଇ ଶୁଅନ୍ତି କିନ୍ତୁ ଗୋଡ ଉପରେ ଗୋଡ ରଖି ଶୁଅନ୍ତି ନାହିଁ ନାହିଁ ବରଂ ସିଧା ରଖନ୍ତି, ସେମାନଙ୍କ ଜୀବନ ବହୁତ ସରଳ ହୋଇଥାଏ ।
ନିଜର କିଛି ଆଇନ ଥିଲେ ମଧ୍ୟ ଅନ୍ୟର ଅନୁଶାସନକୁ ମଧ୍ୟ ସେମାନେ ମାନି ଚାଲିଥାନ୍ତି । ଯେଉଁମାନେ କଡ ମାଡି ଜାକି ହୋଇ ଶୁଅନ୍ତି ଓ ସେମାନଙ୍କ ଆଣ୍ଠୁ ଏବଂ ମୁହଁ ବହୁତ ପାଖାପାଖି ରହିଥାଏ ସେମାନେ ତାଙ୍କ ଜୀବନରେ ଆଗକୁ ବଢିବା ପାଇଁ କେବେବି ସୁଯୋଗ ପାଆନ୍ତି ନାହିଁ । କିନ୍ତୁ ଯେଉଁମାନେ କଡ ମାଡି ଶୋଇଲେ ମଧ୍ୟ ଗୋଡ ନଭାଙ୍ଗି ଏକଦମ ସିଧା ରଖି ଶୁଅନ୍ତି ସେମାନେ ତାଙ୍କ ଜୀବନରେ ସବୁକିଛି ଉପଭୋଗ କରିଥାନ୍ତି ।
ସେମାନଙ୍କ ପାଖକୁ ଅନେକ ସୁଯୋଗ ଆସିଥାଏ ଓ ଇଚ୍ଛାଶକ୍ତି ମଧ୍ୟ ଖୁବ ଅଧିକ ଥାଏ । ସେମାନଙ୍କୁ ପ୍ରତ୍ଯେକ କାର୍ଯ୍ୟରେ ସଫଳତା ମିଳିଥାଏ ଓ ମନରେ ବହୁତ ଉଚ୍ଚ ଆଶା ମଧ୍ୟ ରହିଥାଏ । ସେମାନେ ଅନ୍ୟକୁ ସମ୍ମାନ ଏବଂ ଭଲପାଇବା ଦିଅନ୍ତି ଓ ଯେକୌଣସି କାର୍ଯ୍ୟକୁ କରିବାର ସାହାସ ମଧ୍ୟ ସେମାନଙ୍କ ମଧ୍ୟରେ ଥାଏ । ସେମାନଙ୍କ ଜୀବନରେ ସମସ୍ଯା ଆସିଲେ ମଧ୍ୟ ଏକ ଦିବ୍ୟଶକ୍ତିର ସହଯୋଗ ତାଙ୍କ ଉପରେ ସର୍ବଦା ରହିଥାଏ ।
ଯେଉଁମାନେ ଗୋଟିଏ ପଟେ ମୁଣ୍ଡ କରି ଶୋଇଥିବେ ଆଉ ସକାଳୁ ଉଠିବା ବେଳକୁ ମୁଣ୍ଡ ସଂପୂର୍ଣ୍ଣ ଘୁରି ଯାଇଥିବ ବା ଚାରିଆଡେ ଘୁରି ଘୁରି ଶୁଅନ୍ତି, ସେମାନଙ୍କୁ କୌଣସି ନକରାତ୍ମକ ଶକ୍ତି କେବେବି ଛୁଇଁ ପାରେନାହିଁ । ସେମାନେ ବହୁତ ଖୋଲା ହୃଦୟର ହୋଇଥାନ୍ତି । ନିଜେ କୌଣସି ବନ୍ଧନ ଭିତରେ ରୁହନ୍ତି ନାହିଁ କି କାହାକୁ ବନ୍ଧନରେ ରଖନ୍ତି ନାହିଁ ।
ଏମାନେ ନିଜ ସ୍ଵାର୍ଥ ପାଇଁ ଅନ୍ୟ କାହା ଖୁସିରେ ବାଧା ଦିଅନ୍ତି ନାହିଁ କି କାହାର କ୍ଷତି କରନ୍ତି ନାହିଁ । କିନ୍ତୁ ଯେଉଁମାନେ ଯେତେ ନିଦରେ ଶୋଇଲେ ବି ଗୋଟିଏ ସ୍ଥାନରୁ ହଲି ନଥାନ୍ତି ସେମାନାଙ୍କ ଶରୀରକୁ ଅନେକ ନକରାତ୍ମକ ଶକ୍ତି ଆସିଥାଏ ଓ ଚିନ୍ତା ମଧ୍ୟ ନକରାତ୍ମକ ରହିଥାଏ । ଏମାନେ ସବୁବେଳେ କୋଣ ଜାଗାରେ ଶୋଇବାକୁ ପସନ୍ଦ କରନ୍ତି ।
ଏମାନେ ଅନ୍ୟମାନଙ୍କ କଥା ବେଶୀ ଶୁଣିଥାନ୍ତି ଏବଂ ସେମାନଙ୍କ ନକରାତ୍ମକ କଥାରେ ଏତେ ମାତି ଯାଆନ୍ତି ଯେ ନିଜାରତ କ୍ଷତି କରିବା ସହ ଚାରିପାଖେ ଥିବା ଲୋକଙ୍କର ମଧ୍ୟ କ୍ଷତି କରିଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।