କଲେଜର ପ୍ରେମ ଜଙ୍ଗଲରେ ହେଲା ଶେଷ, ପ୍ରେମିକା ଦେଖା କରିବାକୁ ତାଙ୍କ ଗାଁ’କୁ ଯାଇଥିଲେ ହେଲେ… ପୁରା ଘଟଣା ଜାଣିଲେ ଆପଣ ବି ଭୟରେ ଥରିବେ

ପ୍ରେମ ଟାଣି ନେଇଥିଲା ପ୍ରେମିକା ପାଖକୁ । ହେଲେ ସେ ଜାଣି ନଥିଲା କି ପ୍ରେମିକାର ପରିବାର ମୃତ୍ୟୁ ଜାଲ ବୁଣି ରଖିଛନ୍ତି । କଲେଜରୁ ଆରମ୍ଭ ହୋଇଥିବା ପ୍ରେମ ଜଙ୍ଗଲରେ ସବୁଦିନ ପାଇଁ ଶେଷ ହୋଇଗଲା । ପୁରା ଶରୀର ନେଇ ପ୍ରେମିକାକୁ ଭେଟିବାକୁ ଯାଇଥିଲେ ହେଲେ କଙ୍କାଳ ହୋଇ ଫେରିଲେ । ୧୦ ଦିନ ପରେ ମିଳିଲା ପ୍ରେମିକର ଖପୁରି। ମୃତ୍ୟୁ ଛକି ବସିଛି ବୋଲି କିଏ ବା ଜାଣିଥିଲା । ପ୍ରେମିକକୁ ସମାଧି ଦେବାକୁ ପ୍ରେମିକାର ପରିବାର ଛକି ଦେବାକୁ ଜଗି ବସିଥିଲେ ।

ବୌଦ୍ଧ ଜିଲ୍ଲାର ପ୍ରେମ କନ୍ଧମାଳରେ ସମାଧି ନେଲା । ପ୍ରେମିକାର ପରିବାର ଲୋକେ ପ୍ରେମିକକୁ ଅତି ବିଭତ୍ସ ଭାବେ ହତୟଆ କରି ଘଞ୍ଚ ଜଙ୍ଗଲରେ ଶବକୁ ଫୋପାଡି ଦେଇଥିଲେ । ବୌଦ୍ଧ ଜିଲ୍ଲା ଘଣ୍ଟପଡା ଗାଁର ଶୁକଦେବ ରଣା କନ୍ଧମାଳର ପୁଟୁକିପାଳି ଗାଁର ଜଣେ ଯୁବତୀଙ୍କ ପ୍ରେମରେ ପଡିଥିଲେ । ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ । ଗତ ୨୬ ତାରିଖ ଦିନ ଜଣେ ସାଙ୍ଗଙ୍କୁ ସାଥିରେ ଧରି ପ୍ରେମିକାକୁ ଭେଟିବା ପାଇଁ ତାଙ୍କ ଗାଁ’କୁ ଯାଇଥିଲେ ଶୁକଦେବ ।

ସାଙ୍ଗ ବାଇକ ନେଇ ଘରକୁ ଫେରି ଯାଇଥିଲେ ଆଉ ଶୁକଦେବ ପ୍ରେମିକାର ଗାଁ’ରେ ରହି ଯାଇଥିଲେ । ଆଉ ଏତିକି ବେଳେ ପ୍ରେମିକାଙ୍କ ପରିବାର ଶୁବଦେବ ରଣାଙ୍କୁ ଦେଖି ହତୟଆର ଯୋଜନା ପ୍ରସ୍ତୁତ କରିଥିଲେ । କିଛି କଥା ହେବା ବାହାନାରେ ସେମାନେ ଶୁକଦେବଙ୍କୁ ନିକଟସ୍ଥ ଏକ ଜଙ୍ଗଲକୁ ନେଇ ଅତି ବିଭତ୍ସ ଭାବେ ହତୟଆ କରିଥିଲେ ।

ଆଉ ଶେଷରେ ତାଙ୍କ ମୃତଦେହକୁ ଅଖାରେ ପୁରାଇ ଜଙ୍ଗଲରେ ଫୋପାଡି ଦେଇଥିଲେ । ଅନ୍ୟପଟେ ଶୁକଦେବ ନିଖୋଜ ଥିବା ନେଇ ପରିବାର ଲୋକେ ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ । ଯାହାପରେ ଥାନା ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଯାହାପରେ ତଦନ୍ତ କରି ପୋଲିସ ପୁଟୁକିପାଳି ଗାଁ’ର ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଉଛନ୍ତି ଦୁଃଶାସନ ମଲିକ, ଗିରୀଶ ମଲିକ ଓ ନୀଳବନ୍ତ ମଲିକ ।

ସେପଟେ ପୋଲିସ ଶୁକଦେବଙ୍କ ହାଡ ଓ ଖପୁରି ଆଦିକୁ ଜବତ କରି ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ପରୀକ୍ଷା ପାଇଁ ପଠାଇଛି । ଏହି ହତୟଆକାଣ୍ଡରେ ଆଉ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ସେନେଇ ଅଧିକ ତଦନ୍ତ ଚଳାଇଛନ୍ତି ବାଲିଗୁଡା ପୋଲିସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।