ପାଦ ଫାଟିଲେ ଘରେ କେଉଁ ସମସ୍ଯା ଦେଖା ଦେଇଥାଏ ? ଏହା ସହ ଜାଣନ୍ତୁ ଶାସ୍ତ୍ର ବର୍ଣ୍ଣିତ ଆହୁରି 15 ଟି Anuchinta

ଆମ ଜୀବନକୁ ସହଜ ଓ ସୁନ୍ଦର କରିବା ପାଇଁ ଶାସ୍ତ୍ରରେ ଅନେକ ନିୟମମାନ ଉଲ୍ଲେଖ ରହିଛି ଯାହାର ପାଳନ କରିବା ଦ୍ଵାରା ଆମେ ସୁଖ ସମୃଦ୍ଧି ପ୍ରାପ୍ତ କରିଥାଉ । ଆସନ୍ତୁ ଜାଣିବା ଏହିପରି କିଛି ଅନୁଚିନ୍ତା ବିଷୟରେ । ବାସ୍ତୁ ଅନୁସାରେ ଶୋଇବା ଖଟ ଉପରେ ବସି କେବେବି ଖାଦ୍ୟ ଖାଇବା ଉଚିତ ନୁହେଁ । ଏହାଦ୍ବାରା ଋଣଭାର ବୃଦ୍ଧି ହୋଇଥାଏ ଏବଂ ସ୍ୱାସ୍ଥ୍ୟ ସମସ୍ଯା ଦେଖାଦିଏ । ରୋଷେଇ ଘରେ କେବେବି ଅଇଁଠା ବାସନ ରଖିବା ଉଚିତ ନୁହେଁ, ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହେବାସହ ଆର୍ଥିକ ସମସ୍ଯା ଦେଖାଦିଏ ।

ରାତିରେ ଗାଧୁଆ ଘରେ କିମ୍ବା ରୋଷେଇ ଘରେ କେବେବି ଖାଲି ବାଲ୍ଟି ରଖିବା ଉଚିତ ନୁହେଁ, ଏହା ଅସବୁଭ ହୋଇଥାଏ ଘରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ସନ୍ଧ୍ୟା ସମୟରେ କେବେବି କୌଣସି ଜିନିଷ ଦାନ କରିବା ଉଚିତ ନୁହେଁ କିମ୍ବା ସନ୍ଧ୍ୟା ସମୟରେ ବାହାର ଲୋକଙ୍କୁ କ୍ଷୀର, ଦହି ଓ ଲବଣ ଆଦି ଦେବା ଅନୁଚିତ । ଏହାଦ୍ବାରା ଆର୍ଥିକସ୍ଥିତି ଖରାପ ହୋଇଥାଏ । ବିନା କାରଣରେ ଏଠିସେଠି ଛେପ ପକାଇଆବ ଏକ ଖରାପ ଅଭ୍ଯାସ ହୋଇଥାଏ ।

ଏହାଦ୍ବାରା ସୂର୍ଯ୍ୟ ଏବଂ ବୁଧଗ୍ରହଙ୍କ ଖରାପ ପ୍ରଭାବ ପଡିବା ସହ ସନ୍ତାନ ହାନି ଏବଂ ଆର୍ଥିକ ସମସ୍ଯା ଦେଖା ଦେଇଥାଏ । ଘରେ ଜୋତା ଚପଲ ଏଠିସେଠି ପକାଇବା ଏକ ଖରାପ ଅଭ୍ଯାସ ହୋଇଥାଏ । ଏହାଦ୍ବାରା ଘରେ କଳିଝଗଡା ଦେଖା ଦେଇଥାଏ ଏବଂ ପରସ୍ପର ଭିତରେ ସମ୍ପର୍କ ଖରାପ ହୋଇଥାଏ । ଖାଦ୍ୟ ଖାଇସାରିବା ପରେ ଅଇଁଠା ଥାଳି ଅଧିକ ସମୟ ପର୍ଯ୍ୟନ୍ତ ନ ଧୋଇବା କିମ୍ବା ଥାଳିରେ ହାତ ଧୋଇବା ଖରାପ ଅଭ୍ଯାସ ହୋଇଥାଏ । ଏହା ଅଶୁଭ ହେବାସହ ଗ୍ରହମାନଙ୍କର ଖରାପ ପ୍ରଭାବ ପଡିଥାଏ ।

ଘରେ କେବେବି ପାଣିର ଅଯଥା ଅପବ୍ୟୟ କରିବା ଉଚିତ ନୁହେଁ କିମ୍ବା ନଳରୁ ପାଣି ଲିକ୍ ହେବା ଅନୁଚିତ । ଏହାଦ୍ବାରା ମାନସିକ ସମସ୍ଯା ଦେଖାଦେବା ସହ ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ । ଘରେ କିମ୍ବା ଘରପାଖରେ କେବେବି ଶୁଖି ଯାଇଥିବା ଗଛ କିମ୍ବା ଅଧା ଜଳି ଯାଇଥିବା ଗଛ ରଖିବା ଉଚିତ ନୁହେଁ । ଏହାଦ୍ବାରା ମାନସିକ ଅବସାଦ ଦେଖାଦେବା ସହ ଉନ୍ନତି ବାଧାପ୍ରାପ୍ତ ହୋଇଥାଏ ।

ସୂର୍ଯ୍ୟାସ୍ତ ସମୟରେ କିମ୍ବା ପରେ କେବେବି କାହାକୁ ଖଟା ଲାଗୁଥିବା ଦ୍ରବ୍ୟ ଯେପରି ଦହି, ଆଚାର। ଲୁଣ ଇତ୍ୟାଦି ଦେବା ଉଚିତ ନୁହେଁ । ଏହାଦ୍ବାରା ଦାରିଦ୍ର୍ୟତା ଦେଖାଦେବାର ସମ୍ଭାବନା ରହିଥାଏ । ଶାସ୍ତ୍ର ଅନୁସାରେ ଗୁରୁ ଗୁରୁଜନ ଲୋକଙ୍କୁ ସମ୍ମାନିତ କରିବା ସହ ସେବାଶୁଶ୍ରୁଷା କରିବା ଦ୍ଵାରା ଆୟୁ, ବିଦ୍ୟା, ବଳ ଏବଂ ଯଶବୃଦ୍ଧି ହୋଇଥାଏ । କେବେବି ଅନ୍ୟମାନଙ୍କ ସହ କଥା ହେବା ବେଳେ ବଡପାଟି କରି କଥା ହେବ ଉଚିତ ନୁହେଁ । ଏହାଦ୍ବାରା ଗ୍ରହଦୋଷ ଦେଖା ଦେଇଥାଏ ଏବଂ ମାନସିକ ସମସ୍ଯା ବୃଦ୍ଧି ହେବାସହ କାର୍ଯ୍ୟ ଅସଫଳ ହୋଇଥାଏ ।

ଘରେ ପଇସା ଠିକ ସ୍ଥାନରେ ରଖିବା କୁହିତ ଏବଂ ଏଠିସେଠି ପଇସା ରଖିବା ଦ୍ଵାରା ଅଶୁଭ ହୋଇଥାଏ ଓ ଆର୍ଥିକ ସମସ୍ଯା ଦେଖାଦେବାର ସମ୍ଭାବନା ରହିଥାଏ । ଗୋଡ ଘୋଷାଡ଼ି ଚାଲିବା ଏକ ଖରାପ ଅଭ୍ଯାସ ହୋଇଥାଏ । ଏହା ଅଶୁଭ ଓ ଅମଙ୍ଗଳକାରୀ ହେବାସହ ରାହୁଙ୍କ ଖରାପ ପ୍ରଭାବ ପଡିଥାଏ ।

କେବେବି ନିଜର ପାଦ ଫାଟିବାକୁ ଦେବା ଅନୁଚିତ । ଏହା ଅମଙ୍ଗଳକାରୀ ହୋଇଥାଏ ଓ ଶୁକ୍ରଗ୍ରହ କମଜୋର ହେବାସହ ବୈବାହିକ ଜୀବନ ଏବଂ ପାରିବାରିକ ଜୀବନରେ ବିଭିନ୍ନ ସମସ୍ଯା ଦେଖା ଦେଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।