ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କ ଜୀବନ ଗ୍ରହ ମାନଙ୍କର ଚଳନ ଓ ସ୍ଥିତି ଉପରେ ନିର୍ଭରଶୀଳ । ଏହା ଆମ ଜୀବନରେ କେବେ ସୁଖ ନେଇ ଆସେ ତ ଆଉ କେବେ ଦୁଃଖ ନେଇ ଆସେ । ଏହା ଯୋଗୁଁ ମଣିଷ ଜୀବନରେ ନିରନ୍ତର ପରିବର୍ତ୍ତନ ଲାଗି ରହିଥାଏ । ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଆଧାର କରି ଆଜି ଆମେ ଜାଣିବା ୨୦୨୨ ସେପ୍ଟେମ୍ବର ମାସର ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ରାଶିଫଳ ଓ ଅଶୁଭ ଗ୍ରହଙ୍କ ଅଶୁଭ ପ୍ରଭାବ ଖଣ୍ଡନର ଯଥୋଚିତ ପ୍ରତିକାର ।
ଦେଖିବାକୁ ସେପ୍ଟେମ୍ବର ମାସଟି ତୁଳା ରାଶିର ଲୋକଙ୍କ ପାଇଁ ମିଶ୍ରିତ ଫଳାଫଳ ପ୍ରଦାନ କରିବ । କାରଣ ଆପଣଙ୍କ ଗ୍ରହ ଓ ନକ୍ଷତ୍ରଙ୍କ ସ୍ଥିତି କିଛି ଏପରି ରହିଛି ଯାହା କାର୍ଯ୍ୟକ୍ଷେତ୍ରରେ ନିୟୋଜିତ ଥିବା ଲୋକଙ୍କ ପାଇଁ କିଛି ସମସ୍ଯା ଦେଖାଦେବାର ସମ୍ଭାବନା ରହୁଛି । ଏହି ସମୟରେ କ୍ଯାରିୟରରେ ଭଲ ଫଳାଫଳ ରହିବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । କିନ୍ତୁ ବ୍ୟବସାୟରେ ଥିବା ଲୋକମାନେ ଏହି ମାସରେ ଭଲ ଫଳାଫଳ ପାଇବେ ।
ତଥାପି କାର୍ଯ୍ୟରେ ମନ ଲଗାଇବାରେ ଆପଣଙ୍କୁ ଟିକେ ସଂଘର୍ଷ କରିବାକୁ ପଡିବ । ଯଦି ଆପଣ କାର୍ଯ୍ୟରେ ଭଲ ଫଳାଫଳ ଚାହୁଁଛନ୍ତି ତେବେ ଆତ୍ମବିଶ୍ଵାସର ସହ କରି କରିବା ଆବଶ୍ୟକ । ସେହିପରି ତୁଳା ରାଶିର ବିଦ୍ୟାର୍ଥୀମାନେ ଅଧ୍ୟୟନରେ ଭଲ ଫଳାଫଳ ପାଇବାର ନଜର ଆସୁଛି ।
ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କ ପାଇଁ ଏହି ଅବଧି ଶୁଭ ଫଳାଫଳ ପ୍ରଦାନ କରିବ । ଏହି ସମୟ ଆପଣଙ୍କ ପରିବାରରେ ମଧ୍ୟ ସୁଖ ପ୍ରଦାନ କରିବ । ଯାହାଫଳରେ ଆପଣ ପାରିବାରିକ ସୁଖର ଲାଭ ଉଠାଇ ପାରିବେ । ଆର୍ଥିକ ସ୍ଥିତି ଦୃଷ୍ଟିରୁ ସେପ୍ଟେମ୍ବର ମାସଟି ମିଶ୍ରିତ ଫଳାଫଳ ପ୍ରଦାନ କରିବାକୁ ଯାଉଛି । ଏହି ସମୟରେ ଆପଣଙ୍କ ଖର୍ଚ୍ଚରେ ବୃଦ୍ଧି ଘଟିବ ଓ ଜମା ଅର୍ଥର ବଡ ଅଂଶ ଜମି କିମ୍ବା ଅନ୍ୟ କୌଣସି ଜିନିଷ କିଣିବାରେ ବ୍ୟବହାର କରିପାରନ୍ତି ।
ତେଣୁ ଅଯଥା ଖର୍ଚ୍ଚ କରିବାକୁ ଆପଣ ଦୂରେଇ ରୁହନ୍ତୁ । ଅନ୍ୟପଟେ ଏହି ମାସରେ କିଛି କ୍ଷେତ୍ରରୁ ହଠାତ ଟଙ୍କା ମଧ୍ୟ ଆସିପାରେ । ନିକଟତର ଲୋକଙ୍କ ଠାରୁ ମଧ୍ୟ ଭଲ ଲାଭ ପାଇବେ । ପ୍ରେମରେ ଥିବା ବ୍ୟକ୍ତିଙ୍କ ପାଇଁ ଏହି ମାସଟି କିଛି ଶୁଭଫଳ ଆଣିବ ଓ ଆପଣଙ୍କ ପ୍ରେମରେ ବୃଦ୍ଧି ଘଟିବ ।
ନିଜ ସାଥିଙ୍କ ସହ ବିବାହ କରିବାକୁ ଚାହୁଁଥିବା ଲୋକଙ୍କ ସ୍ଵପ୍ନ ସାକାର ହେବ । କିନ୍ତୁ ବିବାହିତ ଲୋକଙ୍କ ଜୀବନରେ ଏହି ମାସରେ କିଛି ସମସ୍ଯା ଦେଖା ଦେଇପାରେ । ତେଣୁ ଅଯଥା ଯୁକ୍ତିତର୍କ କରିବାରୁ ଦୂରେଇ ରୁହନ୍ତୁ ଓ ନିଜ କ୍ରୋଧକୁ ବଶରେ ରଖନ୍ତୁ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ସେପ୍ଟେମ୍ବର ମାସଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତିଦିନ ଯେକୌଣସି ମନ୍ଦିର ଯିବାକୁ ଚେଷ୍ଟା କରନ୍ତୁ ।
ଯଦି ପ୍ରତ୍ଯେକ ଦିନ ଯାଇ ପାରୁନାହାନ୍ତି ତେବେ ନିର୍ଦ୍ଧିଷ୍ଟ ବାରରେ ଯାଆନ୍ତୁ ଏବଂ ଭଗବାନଙ୍କ ନିକଟରେ ଦୀପଟିଏ ନିଶ୍ଚୟ ଜଳାନ୍ତୁ । ଏହାସହ ବିବାହିତ ଝିଅଙ୍କୁ ନାଲି ପୋଷାକ ଦାନ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।