ବାହାଘର ଛାଡି ଦୌଡୁଥିଲା ବର, ଗୋଡେଇ ଗୋଡେଇ ଧରିଲା କନିଆଁ, ଆଉ ତା’ପରେ ଯାହା ହେଲା ନା… ଦେଖନ୍ତୁ video

ନିଜ ବାହାଘର ଛାଡି ବର ଦୌଡୁଥିବା ବେଳେ ରାସ୍ତାରେ ଗୋଡେଇ ଗୋଡେଇ ଧରିଲା ବର । ଯାହାକୁ ନେଇ ରାସ୍ତାରେ ଦେଖିବାକୁ ମିଳିଛି ହାଇଡ୍ରାମା ଓ ଏହାର ଭିଡିଓ ବି ଖୁବ ଭାଇରାଲ ହେଉଛି । ଭାଇରାଲର ଗନ୍ଥାଘର ହେଉଛି ସୋସିଆଲ ମିଡିଆ । ବିବାହ ଜନିତ ଅନେକ ଫଟୋ ଓ ଭିଡିଓ ପ୍ରତିଦିନ ଭାଇରାଲ ହୁଏ । କେଉଁଠି ମଜାଦାର ଦୃଶ୍ୟ ଦେଖିବାକୁ ମିଳେ ତ ଆଉ କେଉଁଠି ଜାକଜକମ ବିବାହ । ଏବେ କିନ୍ତୁ ବରକନ୍ଯାଙ୍କ ଏକ ୟୁନିକ ଭିଡିଓ ଭାଇରାଲ ହେଉଛି ।

ବର ଓ କନ୍ୟା ଏଭଳି କିଛି କରିଛନ୍ତି ଯାହା ଏକ ହାଇ ଭୋଳଟେଜ ଡ୍ରାମାରେ ପରିଣତ ହୋଇଛି । ଭିଡିଓରେ ଦେଖିବାକୁ ମିଳୁଛି କି କନ୍ୟା ରାସ୍ତା ମଝିରେ ଚିତ୍କାର କରୁଛି । ଆଗରେ ବାର ଦୌଡୁଛି ଓ ତାଙ୍କ ପଛେ ପଛେ ଦୌଡୁଛି କନ୍ୟା । ଏହା ପୁଣି ଘଟିଛି କୋର୍ଟ ସମୁଖରେ । ଏଅସତରେ ଏହି ଫୁଲ୍ ଭୋଲଟେଜ ହାଇଡ୍ରାମା ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ତେବେ ଘଟଣାଟି ହେଉଛି ବିହାରର ନବାଦା ଜିଲ୍ଲା ଅନ୍ତର୍ଗତ ମୋହାଲି ଗାଁର ବାସିନ୍ଦା ଗୁଡି କୁମାରୀ ଅନ୍ୟ ଏକ ଗାଁର ସନ୍ଦୀପ କୁମାରଙ୍କୁ ପସନ୍ଦ କରୁଥିଲେ ।

ଦୁହେଁ ମୋବାଇଲରେ ପରସ୍ପର ସହ କଥା ହେଉଥିଲେ । ସନ୍ଦୀପ ଗୁଡିଙ୍କୁ ଭେଟିବା ପାଇଁ ତାଙ୍କ ଗାଁକୁ ଯାଇଥିଲେ । ହେଲେ ପରିବାର ଓ ଗ୍ରାମବାସୀ ଉଭୟଙ୍କୁ ଦେଖି ନେବା ପରେ ତାଙ୍କ ବିବାହ ସ୍ଥିର କରି ନେଇଥିଲେ । ପ୍ରଥମେ ଗୁଡିଙ୍କୁ ବାହା ହେବାକୁ ପ୍ରସ୍ତୁତ ନଥିଲେ ସନ୍ଦୀପ, ହେଲେ ପରେ ରାଜି ହୋଇଥିଲେ ।

ଦୁହେଁ ନବାଦାର ସିଭିଲ କୋର୍ଟରେ ବିବାହ କରିବାକୁ ପହଞ୍ଚିଥିଲେ । ଓକିଲ ସନ୍ଦୀପଙ୍କୁ କାଗଜପତ୍ରରେ ଦସ୍ତଖତ କରିବାକୁ କହିବାକୁ ବେଳେ ସନ୍ଦୀପ କଲମ ଫିଙ୍ଗି ଦୌଡିବାକୁ ଲାଗିଥିଲେ । ଭିଡିଓରେ ଦେଖିବାକୁ ମିଳିଛି ଗୁଡି ବି ଜିଦ୍ ରେ ସନ୍ଦୀପ ପଛରେ ଦୌଡିବାକୁ ଲାଗିଛନ୍ତି । ପରେ ସମ୍ପର୍କୀୟ ମାନେ ପୁଅକୁ ଧରିବାରେ ସକ୍ଷମ ହୋଇଥିଲେ । ଯାହାପରେ ରାସ୍ତାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

ତିନିମାସ ପୂର୍ବରୁ ଉଭୟଙ୍କ ବିବାହ ସ୍ଥିର ହୋଇଥିବା ବେଳେ ପୁଅ ଚମ୍ପଟ ମାରିବାକୁ ବସିଥିଲା । ତା’ପରେ ଉଭୟ ମନ୍ଦିରରେ ବିବାହ କରିଥିଲେ ବୋଲି ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।