ଅଜଗର ସାପ ପେଟରେ କଣ ଅଛି ? ନିଖୋଜ ବୃଦ୍ଧ ନା ଅନ୍ୟ ଜଙ୍ଗଲି ପଶୁ ? ଏନେଇ ବଡ ସୂଚନା ଦେଲେ ଫରେଷ୍ଟ ଗାର୍ଡ, ଦେଖନ୍ତୁ video

ସାପ ପେଟରେ କଣ ଅଛି ? ମଣିଷ ନା ଅନ୍ୟ କିଛି ଜଙ୍ଗଲି ପଶୁ ? ଯଦି ସାପ ପେଟରେ ଜଙ୍ଗଲି ପଶୁ ରହିଛି ତେବେ ସେହି ନିଖୋଜ ବୃଦ୍ଧ ଜଣକ ଗଲେ କୁଆଡେ ? ଏମିତି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରୁଛି । ପ୍ରଥମେ ଖବର ଆସିଥିଲା କି ଜଣେ ବୃଦ୍ଧଙ୍କୁ ଅଜଗର ସାପ ଗିଳି ଦେଇଛି । ବୃଦ୍ଧଙ୍କୁ ଗିଳିବା ପରେ ସାପତି ଅନ୍ୟ କୁଆଡେ ଯାଇ ନପାରି ଗୋଟିଏ ସ୍ଥାନରେ ପଡି ରହିଛି ।

ସାପଟି ଶୋଇଥିବା ସ୍ଥାନରୁ ମାତ୍ର ୧୨ଶହ ମିଟର ଦୂରରେ ବୃଦ୍ଧଙ୍କ ଚପଲ ଏବଂ ସାଇକେଲ ଥୁଆ ହୋଇଥିବାରୁ ବୃଦ୍ଧଙ୍କୁ ଅଜଗର ସାପଟି ଗିଳି ଦେଇଛି ବୋଲି ଲୋକେ ସନ୍ଦେହ କରୁଥିଲେ । ଲୋକେ ସାପ ପାଖକୁ ଯାଇ ଭିଡିଓ କରିବା ସହ ଫରେଷ୍ଟ ଗାର୍ଡଙ୍କୁ ସୂଚନା ମଧ୍ୟ ଦେଇଥିଲେ । ତେବେ ଫରେଷ୍ଟ ଗାର୍ଡଙ୍କ ପ୍ରତିକ୍ରିୟା ପରେ ସେହି ଅଜଗର ସାପ ପେଟରେ ବୃଦ୍ଧ ଅଛନ୍ତି ନା ଅନ୍ୟ କିଛି ଜଙ୍ଗଲି ପଶୁ ଅଛି ତାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି ।

ଫରେଷ୍ଟରଙ୍କ କହିବା ଅନୁଯାୟୀ ଅଜଗର ସାପଟି ଯଦି ବୃଦ୍ଧଙ୍କୁ ଗିଳିଥାନ୍ତା ତେବେ ସେହିଠାରୁ ହିଁ ଆଉ କୁଆଡେ ଯାଇ ପାରି ନଥାନ୍ତା । ବୃଦ୍ଧଙ୍କ ସାଇକେଲ ଓ ଚପଲ ମିଳିବା ସ୍ଥାନରୁ ୧୨ଶହ ଇତର ଦୂରତାରେ ଅଜଗର ପଡିଛି । ସେଥିପାଇଁ ଅଜଗର ବୃଦ୍ଧଙ୍କୁ ନୁହେଁ ବରଂ କୁଟୁରା କି ବାରହା ଭଳି ପଶୁକୁ ଖାଇ ଥାଇପାରେ ବୋଲି ସେ କହିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ସତ କଣ ତାହା ସାମ୍ନାକୁ ଆସି ପାରିନାହିଁ ।

ଅଜଗର ପେଟରେ କଣ ରହିଛି ତାହା ଏପର୍ଯ୍ୟନ୍ତ କେହିବି ଜାଣି ନାହାନ୍ତି । ତେବେ ଗଣମାଧ୍ୟମରେ ବ୍ରେକିଙ୍ଗ ବୋଲି ଏକ ଟର୍ମ ରହିଛି । ଯେଉଁଥିରେ କୌଣସି ଏକ ଖବରର ପ୍ରାଥମିକ ସୂଚନା ଲୋକଙ୍କ ପାଖରେ ପହଞ୍ଚା ଯାଇଥାଏ । ଯାହା ପରବର୍ତ୍ତୀ ଅପଡେଟ ହୋଇ ଅଧିକାଂଶ ଖବର ଠିକ ହୋଇଥାଏ । ଏହି ଅଜଗର ସାପଟିର ଖବର ମଧ୍ୟ ଠିକ ସେମିତି । ଏହା ମିଛ ଖବର ନୁହେଁ ବରଂ ଏହା ଗୋଟିଏ ବ୍ରେକିଙ୍ଗ ।

ପ୍ରାଥମିକ ସୂଚନାରୁ ଅନୁମାନ କରା ଯାଉଥିଲା କି ନିଖୋଜ ବୃଦ୍ଧଙ୍କୁ ଅଜଗର ସାପଟି ଗିଳି ଦେଇଛି ବୋଲି । କିନ୍ତୁ ଫରେଷ୍ଟ ଗାର୍ଡ କିଛି ଅଲଗା ସୂଚନା ଦେଇଛନ୍ତି । ତେବେ ଏଠାରେ ସବୁଠୁ ବଡ ପ୍ରଶ୍ନ ହେଉଛି ଯଦି ଅଜଗର ସାପଟି ବୃଦ୍ଧଙ୍କୁ ଗିଳିନି ତେବେ ବୃଦ୍ଧ ଜଣକ ଗଲେ କୁଆଡେ ? ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।