ସାଙ୍ଗକୁ ବଞ୍ଚେଇ ଦେଇ ନିଜ ଜୀବନ ହାରିଦେଲେ ସାହସୀ ଶ୍ରାବଣ । ଅଧାରେ ରହିଗଲା ସୈନିକ ହେବାର ସ୍ଵପ୍ନ । ଯବାନ ହୋଇ ଦେଶ ସେବା କରିବାର ଇଚ୍ଛା ପାଣିରେ ଉବୁଟୁବୁ ହୋଇ ସବୁଦିନ ପାଇଁ ଶେଷ ହୋଇଯାଇଛି । ନିଜ ସ୍ଵପ୍ନ ସହ ପ୍ରାଣ ସିନା ହରେଈ ଦେଇଛି ଏହି କୁନି ପୁଅ ହେଲେ ପ୍ରତିବଦଳରେ ବଞ୍ଚେଇ ଦେଇଛି ଦୁଇଜଣ ସାଙ୍ଗଙ୍କ ଜୀବନ । ସାଙ୍ଗଙ୍କ ପାଇଁ ନିଜ ପ୍ରାଣ ବଳି ଦେବାର କାହାଣୀ ଯେତିକି ଦୁଃଖଦାୟକ ସେତିକି ପ୍ରେରଣାଦାୟାକ ମଧ୍ୟ ।

ସତରେ ଶ୍ରାବଣ ଭଳି ସାଙ୍ଗ ଦୁନିଆରେ ବେଶ ବିରଳ । ପୁଅକୁ ହରେଈ ବାପାମା’ ପ୍ରିୟଜନ କାନ୍ଦୁଛନ୍ତି ସିନା ହେଲେ ପୁଅର ଶେଷ କାର୍ଯ୍ୟ ପାଇଁ ଗର୍ବିତ ମଧ୍ୟ ଅନୁଭବ କରୁଛନ୍ତି । ମାଲକାନଗିରି ତଳସାହିର ସାନା ରାବୀଙ୍କ ଏକମାତ୍ର ପୁଅ ସାନା ଶ୍ରାବଣ । ସେ ସ୍କୁଲ ସରିବା ପରେ ସାଙ୍ଗଙ୍କ ସହ ପାଖରେ ଥିବା ଏକ ପାର୍କକୁ ଯାଇଥିଲା । ଖେଳକୁଦ ବେଳେ ପାଖରେ ଥିବା ଏକ ପୋଖରୀକୁ ଖସି ପଡିଥିଲେ ଯୁବରାଜ ଓ ତାଙ୍କ ସହ ଆଉ ଜଣେ ସାଙ୍ଗ ମଧ୍ୟ ନିଜ ଭାରସାମ୍ୟ ହରେଈ ପାଣିକୁ ଖସି ଯାଇଥିଲେ ।
ସାଙ୍ଗଙ୍କ ଏଭଳି ଅବସ୍ଥା ଦେଖି ସହି ପାରି ନଥିଲେ ଶ୍ରାବଣ । ସେ ସାଙ୍ଗେ ସାଙ୍ଗେ ପାଣିକୁ ଡେଇଁ ଦୁଇ ସାଙ୍ଗଙ୍କ ଜୀବନ ବଞ୍ଚେଇ ଦେଇଥିଲେ । ହେଲେ ପାଣିର କାଦୁଅ ଭିତରେ ତାଙ୍କ ଗୋଡ ପଶିଯିବାରୁ ସେ ପୋଖରୀରୁ ଆଉ ବାହାରି ପାରି ନଥିଲେ । ଆଉ ପୋଖରୀରୁ ଉଦ୍ଧାର ହେବା ଆଗରୁ ସେହିଠାରେ ହିଁ ସବୁଦିନ ପାଇଁ ଆଖି ବୁଝି ଦେଇଥିଲେ ।
ଘଟଣା ପରେ ସାଙ୍ଗମାନେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ବି ସେତେବେଳକୁ ସବୁ ସରି ଯାଇଥିଲା । ଦୁଇ ସାଙ୍ଗଙ୍କ ଜୀବନ ବଞ୍ଚେଇ ଗୋଟେ ସାଙ୍ଗ ପାଣି ଭିତରେ ଜୀବନ ହରେଈ ସାରିଥିଲା । ତେବେ ସାଙ୍ଗଙ୍କୁ ବଞ୍ଚେଇବାର ସାହସ ପଛରେ ଥିଲା ଜଣେ ସୈନିକ ହେବାର ସ୍ଵପ୍ନ । ପିଲାଦିନୁ ହିଁ ସେନାରେ ଯୋଗ ଦେବାକୁ ସେ ଲକ୍ଷ୍ୟ ରଖିଥିଲେ । ବଡ ହୋଇ ଯବାନ ହେବେ ବୋଲି ନିଜ ଘରେ ସାମଗ୍ରୀ ରଖି ପ୍ରସ୍ତୁତି କରୁଥିଲେ ।

ହେଲେ ତାଙ୍କର ସେଇ ସ୍ଵପ୍ନ ଏବେ ତାଙ୍କ ପରିବାର ପାଇଁ ସ୍ମୃତି ପାଲଟି ଯାଇଛି । ଆଉ ଏକମାତ୍ର ପୁଅକୁ ହରେଈ ତାଙ୍କ ପରିବାର ଏକଦମ ଭାଙ୍ଗି ପଡିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।