ଆଜି ହେଉଛି ହିନ୍ଦୁ ଧର୍ମର ଅଗ୍ରପୂଜ୍ୟ ଦେବତା ଭଗବାନ ଗଣେଶଙ୍କ ପୂଜା । ଘରେ ଘରେ ଓ ଅନୁଷ୍ଠାନ ମାନଙ୍କରେ ଭଗବାନ ଗଣେଶଙ୍କ ପୂଜା ଖୁବ ଧୁମଧାମରେ କରାଯାଉଛି । ତେବେ ଏଥିରେ ପଛରେ ରହିନାହାନ୍ତି କେ. ଦୀପିକା । ପ୍ରେମିକ ଦିନେଶଙ୍କ ଘର ଆଗରେ ଭଗବାନ ଗଣେଶଙ୍କ ମୂର୍ତ୍ତି ରଖି ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଦିନେଶଙ୍କ ଘର ଆଗରେ ପ୍ରାୟ ଏକ ମାସ ଧରି ଧାରଣାରେ ବସିଛନ୍ତି ଦୀପିକା ।

ନିଜ ପୁଅକୁ ବାପାର ପରିଚୟ ଓ ନିଜେ ସ୍ବାମୀର ଅଧିକାର ପାଇଁ ସଂଘର୍ଷ କରି ଚାଲିଛନ୍ତି । ଏହାରି ମଧ୍ୟରେ ଅନେକ ବାଧାବିଘ୍ନର ମଧ୍ୟ ସମୁଖୀନ ହେବାକୁ ପଡିଛି ଦୀପିକାଙ୍କୁ । ତେବେ ସବୁ କିଛି ସହି ଧୈର୍ଯ୍ୟର ସହ ନ୍ୟାୟ ପାଇଁ ଅପେକ୍ଷା କରିଥିବା ଦୀପିକା ନିଜ ଧାରଣାସ୍ଥଳୀରେ ହିଁ ବିଘ୍ନହର୍ତ୍ତା ଭଗବାନ ଗଣେଶଙ୍କୁ ଆମନ୍ତ୍ରଣ କରିଛନ୍ତି । ଭଗବାନ ଗଣେଶଙ୍କ ମୂର୍ତ୍ତି କେବଳ ସ୍ଥାପନ କରିଛନ୍ତି ତାହା ନୁହେଁ ବରଂ ପୂଜାର ସମସ୍ତ ପ୍ରକାର ଆୟୋଜନ କରିଛନ୍ତି ଦୀପିକା ।
ପୂଜା ସ୍ଥଳକୁ ବିଭିନ୍ନ ପ୍ରକାର ସାଜସଜ୍ଜା ସାମଗ୍ରୀରେ ସଜେଇଛନ୍ତି ଓ ଭଗବାନ ଗଣେଶଙ୍କ ମନ ପସନ୍ଦର ଅନେକ ଭୋଗ ମଧ୍ୟ ରଖିଛନ୍ତି । ପୂଜା ପୂର୍ବରୁ ଭଗବାନ ଗଣେଶଙ୍କ ପୂଜାସ୍ଥଳକୁ ସଜେଇବାରେ ଲାଗି ପଡିଛନ୍ତି ଦୀପିକା । ଦୀପିକାଙ୍କୁ ତାଙ୍କ ଲଢେଇରେ ସହଯୋଗ କରୁଥିବା ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ତାଙ୍କ ନିକଟରେ ଉପସ୍ଥିତ ଅଛନ୍ତି । ଦୀପିକା ଆଜି ଖୁବ ଖୁସି ଥିବା ଜଣା ପଡ଼ୁଛନ୍ତି ।
ବିଘ୍ନହର୍ତ୍ତା ଭଗବାନ ଗଣେଶଙ୍କୁ ଆମନ୍ତ୍ରଣ କରି ହୁଏତ ତାଙ୍କର ଆଶା ଓ ବିଶ୍ବାସ ଆହୁରି ବଢିଯାଇଛି । ଶ୍ରୀଗଣେଶ ତାଙ୍କ ଜୀବନର ସବୁ ବିଘ୍ନ ହରଣ କରି ଖୁବ ଶୀଘ୍ର ତାଙ୍କୁ ନ୍ୟାୟ ପ୍ରଦାନ କରିବାରେ ସାହାଯ୍ୟ କରିବେ ବୋଲି ବିଶ୍ବାସ କରିଛନ୍ତି ଦୀପିକା । ପ୍ରେମ ଓ ପ୍ରତାରଣାର ଯେଉଁ ପରିଣତି ସେ ଦୀର୍ଘ ଦିନ ଧରି ଭୋଗ କରି ଆସୁଛନ୍ତି ଓ ତା’ ସହ ଲଢିବା ପାଇଁ ଅଣ୍ଟା ଭିଡିଛନ୍ତି ସେଥିରେ ନିଶ୍ଚିତ ଭାବେ ତାଙ୍କର ବିଜୟ ହେବ ବୋଲି ଦୀପିକାଙ୍କର ଦୃଢ ବିଶ୍ବାସ ରହିଛି ।

ତେବେ ସେ ତ ପରର କଥା ଆଜି ଦୀପିକା କିନ୍ତୁ ଭଗବାନ ଗଣେଶଙ୍କ ପୂଜାରେ ନିଜକୁ ନିୟୋଜିତ ରଖିଛନ୍ତି । ତେବେ ଦୀପିକାଙ୍କର ଗଣେଶ ପୂଜା କରିବା ଆପଣଙ୍କୁ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।