ଏହି ସବୁ ଇଣ୍ଟର ନ୍ୟାସନାଲ କ୍ରିକେଟରଙ୍କ ପୋଲ୍ ଖୋଲିଦେଲେ ଚିୟର ଗାର୍ଲ, ଭାରତୀୟ ଖେଳାଳିଙ୍କୁ ନେଇ କହିଲେ କିଛି ଏମିତି କଥା

ଚିୟର ଗାର୍ଲ ଖୋଲିଦେଲେ ଆଇପିଏଲ ଖେଳାଳିଙ୍କ ଗୁମର । ଖେଳ ସରିବା ପରେ ଖେଳାଳିମାନେ ସେମାନଙ୍କୁ ରୁମ୍ କୁ ଡାକନ୍ତି । ଗାବ୍ରିଲା ନାମକ ଏହି ଯୁବତୀଙ୍କ ବ୍ଲଗରେ ଉଲ୍ଲେଖ ରହିଛି କ୍ରିକେଟରଙ୍କ କଳା କାହାଣୀ । କିଛି ଇଣ୍ଟରନ୍ୟାସନାଲ ଖେଳାଳିଙ୍କ ଗୁମର ଖୋଲି ଦେଇଛନ୍ତି ଆଫ୍ରିକୀୟ ସୁନ୍ଦରୀ ତଥା ମୁମ୍ବାଇ ଇଣ୍ଡିଆନ୍ସର ଚିୟର ଗାର୍ଲ ଗାବ୍ରିଲା ପାସ୍କିଲୋଟୋ । ଭଦ୍ର ଖେଳର ଅଭଦ୍ର ଖେଳାଳିଙ୍କ ଏହି କଳା ସତ ଏବେ ସାମାଜିକ ଗଣମାଧ୍ୟମ ଗୁଡିକରେ ଭାଇରାଲ ହେଉଛି ।

ଖେଳ ପରେ ହୋଟେଲରେ ହେଉଥିବା ପାର୍ଟି ଗୁଡିକରେ ସେମାନଙ୍କ ସହ କିପରି ବ୍ୟବହାର କରାଯାଏ ସେକଥା ନିଜ ବ୍ୟକ୍ତିଗତ ବ୍ଲଗରେ ବଖାଣିଛନ୍ତି ଗାବ୍ରିଲା । ତେବେ ଏହି ଖବରଟି ପୁରୁଣା ହେଲେ ମଧ୍ୟ ଏକଥା ଖୁବ ଲୋକଙ୍କୁ ଜଣା । କାରଣ ଏହି ଘଟଣା ସାମ୍ନାକୁ ଆସିବା ପରେ ବିଶ୍ଵ କ୍ରିକେଟରେ ହଇଚଇ ସୃଷ୍ଟି ହୋଇ ଯାଇଥିଲା । ତେଣୁ ଏହାକୁ ଲୁଚାଇବା ପାଇଁ ଯଥାସମ୍ଭବ ଉଦ୍ୟମ କରା ଯାଇଥିଲା । ଗାବ୍ରିଲା କ୍ରିକେଟରଙ୍କୁ ବଦନାମ ଉଦ୍ଦେଶ୍ୟରେ ଏହି ପୋଷ୍ଟ କରିଥିଲେ ତାହା ନୁହେଁ ।

ବରଂ ଏଥିରେ ସେ କିଛି ଏମିତି କ୍ରିକେଟରଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗାବ୍ରିଲା ଲେଖିଛନ୍ତି କି, ଖେଳ ପରେ ହୋଟେଲରେ ହେଉଥିବା ପାର୍ଟିରେ ଅନେକ କ୍ରିକେଟର ଆମକୁ କେବଳ ଏକ ଉପଭୋଗର ବସ୍ତୁ ବୋଲି ଭାବନ୍ତି । ସେମାନେ ଯେମିତି କଲ୍ ଗାର୍ଲ ବୋଲି ସେମାନେ ବ୍ୟବହାର କରନ୍ତି ।

ଦକ୍ଷିଣ ଆଫ୍ରିକୀୟ ଖେଳାଳି ଗ୍ରୀମ ସ୍ମିଥଙ୍କ ବ୍ସିଆୟରେ ସେ ଲେଖିଛନ୍ତି କି, ସ୍ମିଥ ସବୁ ଚିୟର ଗାର୍ଲଙ୍କ ପଛରେ ଧାଉଁଥିଲେ । ତାଙ୍କ ଗାର୍ଲଫ୍ରେଣ୍ଡ ପାଖରେ ଥିଲାବେଳେ ବି ସେ ଅଶ୍ଳୀଳ ବ୍ୟବହାର କରୁଥିଲେ । ଏହାସହ ଅଷ୍ଟ୍ରେଲିଆନ କ୍ରିକେଟରମାନେ ସବୁଠୁ ବେଶୀ ଅଭଦ୍ର ବୋଲି ଗାବ୍ରିଲା ଲେଖିଛନ୍ତି । ଆଦାମ ଲିଜାର୍ଡ଼ ଓ ଡେନ କ୍ରିଷ୍ଟିଆନଙ୍କ ନାମ ମଧ୍ୟ ସେ ଉଲ୍ଲେଖ କରିଛନ୍ତି ।

ଏହିପରି ଆହୁରି ଅନେକ ଖେଳାଳି ମଧ୍ୟ ଅଛନ୍ତି ଯେଉଁମାନେ ଚିୟର ଗାର୍ଲଙ୍କୁ ରାତିରେ ରୁମ୍ କୁ ଆସିବାକୁ ଅଫର୍ ଦିଅନ୍ତି । କ୍ରିକେଟରଙ୍କ ଠାରୁ ଅଧିକ ଚରିତ୍ରହୀନ ବ୍ୟକ୍ତି ସେ ଆଜି ଯାଏଁ ଦେଖି ନାହାନ୍ତି ବୋଲି ମଧ୍ୟ କହିଛନ୍ତି ଗାବ୍ରିଲା । ଏହାସହ ଭାରତୀୟ ଖେଳାଳି କିନ୍ତୁ ସବୁଠୁ ଅଧିକ ଭଦ୍ର ଓ ନମ୍ର ବୋଲି ଲେଖିଛନ୍ତି ଗାବ୍ରିଲା ।

ରୋହିତ ଶର୍ମା ଓ ଧୋନୀ ଏତେ ଭଲ ଯେ ସେମାନେ କେବେବି କାହାକୁ ଖରାପ ବ୍ୟବହାର ଦେଖାନ୍ତି ନାହିଁ । ସେମାନେ ଚିୟର ଗାର୍ଲଙ୍କୁ ପରିବାର ସଦସ୍ୟ ଭଳି ସମ୍ମାନ ଦିଅନ୍ତି । ଅନ୍ୟ ଦେଶର ଖେଳାଳି ଭାରତୀୟ ଖେଳାଳିଙ୍କ ଠାରୁ କିଛି ଶିଖିବା ଉଚିତ ବୋଲି କହିଛନ୍ତି ଗାବ୍ରିଲା । ଏହାସହ ସେ କହିଛନ୍ତି ସଚିନ ତେନ୍ଦୁଲକର ଏଭଳି ପାର୍ଟିରେ କେବେବି ଉପସ୍ଥିତ ରୁହନ୍ତି ନାହିଁ ।

ଭାରତୀୟ କ୍ରିକେଟରଙ୍କ ବିଷୟରେ ଗାବ୍ରିଲା ଯାହା ଲେଖିଛନ୍ତି ତାହା ଆମ ସମସ୍ତଙ୍କୁ ନିଶ୍ଚିତ ଭାବେ ଗର୍ବିତ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।