ଗାଁ ଦାଣ୍ଡ କାନ୍ଦବୋବାଳିରେ ଫାଟି ପଡୁଛି । ପରିବାର ଲୋକଙ୍କୁ ହରେଈ ମୁଣ୍ଡ ପିଟି କାନ୍ଦୁଛନ୍ତି । ଯାହାକୁ ଦେଖିବ ତା’ ଆଖିରେ ଲୁହ । ଏହି ହୃଦୟ ବିଦାରକ ଦୃଶ୍ୟ ଯିଏ ବି ଦେଖିବ ତା ଆଖି ଲୁହରେ ଜକେଇ ଆସିବ । କାରଣ ଗାଁକୁ ଆସିଛି ପାଞ୍ଚ ପାଞ୍ଚୋଟି ଶବ । କାହାକୁ କିଏ ସାନ୍ତ୍ଵନା ଦେବ କିଛି ବୁଝି ହେଉନାହିଁ । ଗାଁ ଯାକ ସମସ୍ତେ କାନ୍ଦୁଛନ୍ତି । ସେପଟେ ଏକାସାଥେ ପାଞ୍ଚ ପାଞ୍ଚୋଟି କୋକେଇ ପ୍ରସ୍ତୁତି ଚାଲିଛି । କାହାକୁ କିଏ ବୁଝେଇବ କିଛି ଜଣା ପଡୁନାହିଁ ।

କିଏ ବାପାକୁ ହରେଈ କାନ୍ଦୁଛି ତ ଆଉ କିଏ କକାକୁ ହରେଈ କାନ୍ଦୁଛି । କିଏ ସ୍ଵାମୀକୁ ହରେଈ ମୁଣ୍ଡ ପିଟୁଛି ତ ଆଉ କିଏ ପୁଅକୁ ହରେଈ ଚେତାଶୁନ୍ୟ ହୋଇପଡୁଛି । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, ବିଧାତା ଏମିତି କାହିଁକି କଲେ ? ହେଲେ ଏହି ପ୍ରଶ୍ନର ଉତ୍ତର ଦେବ କିଏ ? କାନ୍ଦବୋବାଳି ସାଙ୍ଗକୁ ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ ଡାକରେ ଗାଁ ଦାଣ୍ଡ କମ୍ପି ଉଠୁଛି । ଏକାସାଙ୍ଗେ ୫ଟି ଶବ ଶ୍ମଶାନକୁ ଯିବାବେଳେ ଏକାସାଙ୍ଗେ ୫ଟି ଶବକୁ ଚିତା ଦିଆଯାଇଛି ।
ଆଉ ଏପଟେ ଏତେ ବଡ ଦୁଃଖକୁ ପରିବାର ଲୋକେ ଓ ଗ୍ରାମବାସୀ ସହଜରେ ଗ୍ରହଣ କରି ପାରୁନାହାନ୍ତି । କିଏ ଜାଣିଥିଲା ବଡି ଭୋରରୁ ଉଠି ମହୁଲ ଟୋଲ ପେଷାଇବା ପାଇଁ ଯାଉଥିବା ସେହି ୫ ଜଣ ଆଉ କେବେବି ଫେରିବେ ନାହିଁ । ସମ୍ପର୍କୀୟ ୫ଟି ପରିବାରର ୪ ଜଣ ବ୍ୟକ୍ତି ଓ ଜଣେ ୧୩ ବର୍ଷୀୟ ନାବାଳକ ସକାଳୁ ସକାଳୁ ଏକ ଅଟୋ କରି ମହୁଲ ଟୋଲ କରିବା ପାଇଁ ମୁକ୍ତାପେଶୀ ଯାଉଥିଲେ ।
ଘର ଠାରୁ ମାତ୍ର କିଛି ଦୂରରେ କାମାକ୍ଷାନଗର ୫୩ ନଂ. ଜାତୀୟ ରାଜପଥରେ ଯାଉଥିବା ବେଳେ ହଠାତ ତାଙ୍କୁ ପଚାରୁ ଏକ ଟ୍ରକ ଧକ୍କା ଦେଇଥିଲା । କେବଳ ଏତିକି ନୁହେଁ ବରଂ ନିୟନ୍ତ୍ରଣ ହରେଈ ଟ୍ରକଟି ସଂପୂର୍ଣ୍ଣ ଅଟୋ ଉପରେ ଚଢି ଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ୫ ଜଣ ଯାକ ପ୍ରାଣ ହରାଇଥିଲେ ଓ ରାସ୍ତା ଉପରେ ବିଛୁରି ହୋଇ ପଡିଥିଲା ୫ଟି ଶବ ।

ଯାହାକି ଏତେ ହୃଦୟ ବିଦାରକ ଆପଣ ନିଜେ ଅନୁଭବ କରି ପାରୁଥିବେ । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ସେଠାରୁ ଫେରାର ହୋଇ ଯାଇଥିବା ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।