“ଆମର ବାପା ନାହିଁ ବୋଲି ତୁ ମୋତେ ବୁଝାଉଥିଲୁ ନା । ତୁ କହୁଥିଲୁ ମୁଁ ତୋର ବାପା ଅଛି । ହେଲେ ତୁ କଣ କଲୁ ରିଙ୍କି । ତୋ ପାଇଁ ତୋ ଗାଁ ପଞ୍ଚାୟତ ଗର୍ବ କରୁଥିଲା । ହସ ଦେଇଥିଲୁ ଆଉ ଏବେ ଜୀବନ ସାରା ଲୁହ ଦେଇଦେଲୁ । ମୋ କଥା ତୋର ଟିକେ ବି ମନେ ପଡିଲାନି ?” ଇଏ ହେଉଛି ଭଉଣୀ ଆରପାରିକୁ ଚାଲିଯିବା ପରେ ଜଣେ ଭାଇର ଦୁଃଖଭରା ପୋଷ୍ଟ । ଭାଇ ନିଜ ଭଉଣୀର ଆତ୍ମହତୟଆକୁ ସହଜରେ ଗ୍ରହଣ କରି ପାରୁନାହିଁ ।

ଆଉ ଯାହାକୁ ନେଇ ସୋସିଆଲ ମିଡିଆରେ କରିଛନ୍ତି କିଛି ଏଭଳି ଦୁଃଖଭରା ପୋଷ୍ଟ । ମହିଳା ଏସଆଇ ସ୍ବାଗତିକା ବେହେରାଙ୍କ ଆତ୍ମହତୟଆ ପରେ ପୁରା ପରିବାର ଭାଙ୍ଗିପଡିଛି । କାରଣ ପିଲାଟି ଦିନରୁ ତାଙ୍କ ନଥିଲେ । ବହୁ କଷ୍ଟରେ ପାଠ ପଢି ପୋଲିସରେ ଚାକିରି ପାଇଥିଲେ ସ୍ବାଗତିକା । ତାଙ୍କୁ ନେଇ ପରିବାର ସହ ଗାଁ’ଠୁ ପଞ୍ଚାୟତ ଯାଏଁ ସମସ୍ତେ ଖୁବ ଗର୍ବ କରୁଥିଲେ । ଝିଅକୁ ପୋଲିସ ବର୍ଦ୍ଦିରେ ଦେଖି ତାଙ୍କ ମା’ ଓ ଭାଇଙ୍କ ଛାତି କୁଣ୍ଢେମୋଟ ହୋଇ ଯାଉଥିଲା । କିନ୍ତୁ ସବୁକିଛି ଶେଷ ହୋଇଗଲା ।
ଆଇଆଇସି ଙ୍କ ନିର୍ଯ୍ୟାତନା ସହି ନପାରି ଜୀବନ ହାରିଦେଲେ ସ୍ବାଗତିକା ଓରଫ ରିଙ୍କି । ଉଚ୍ଚ ପୋଲିସ ଅଧିକାରୀଙ୍କ ଅତ୍ୟାଚାର ଏତେ ଥିଲା ଯେ ଯାହା ସହିବା ରିଙ୍କିଙ୍କ ପକ୍ଷେ ଆଉ ସହଜ ହେଲାନାହିଁ । ୨୦୧୯ରୁ ଜି.ଉଦୟଗିରି ଥାନାରେ ସ୍ବାଗତିକା ଏସଆଇ ଭାବେ କାମ କରୁଥିଲେ ।

କିନ୍ତୁ ସେ କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ଆଇଆଇସି ତାଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ । ଆଇଆଇସି ରେବତୀ ଶବର ସବୁବେଳେ ତାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିଲେ । ସ୍ବାଗତିକା ଯେତେବେଳେ ବି ଘରକୁ ଫୋନ କରୁଥିଲେ ସବୁବେଳେ ଆଇଆଇସିଙ୍କ ମାନସିକ ନିର୍ଯ୍ୟାତନା ବିଷୟରେ କହୁଥିଲେ । ଆଇଆଇସି ଙ୍କ ନିର୍ଯ୍ୟାତନା ସହି ହେଉ ନଥିବାରୁ ସେ ଚାକିରି ଛାଡିଦେବା କଥା ମଧ୍ୟ କହୁଥିଲେ ।
ଆଇଆଇସି ରେବତୀଙ୍କ ମାନସିକ ଅତ୍ୟାଚାର ଯୋଗୁଁ ରିଙ୍କି ଆତ୍ମହତୟଆ କରିଥିବାରୁ ଘଟଣାର ତଦନ୍ତ କରି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରିଙ୍କିଙ୍କ ପରିବାର ଦାବି କରିଛନ୍ତି । ଯାହାକୁ ନେଇ ଜି.ଉଦୟଗିରି ଥାନା ଆଗରେ ପରିବାର ଲୋକେ ଧାରଣା ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।