ମାନ୍ୟତା ରହିଛି କି ଗଣେଶ ଚତୁର୍ଥୀ ଦିନ ଭଗବାନ ଶ୍ରୀଗଣେଶଙ୍କୁ ଘରକୁ ଆଣିବା ଦ୍ଵାରା ତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଚଳିତ ବର୍ଷ ୩୧ ଅଗଷ୍ଟ ବୁଧବାର ଦିନ ପାଳିତ ହେବାକୁ ଯାଉଛି ପବିତ୍ର ଗଣେଶ ଚତୁର୍ଥୀ । ଭଗବାନ ଗଣେଶଙ୍କୁ ଶୁଭତାର ଦେବତା ବୋଲି କୁହାଯାଏ । ସେଥିପାଇଁ ସମସ୍ତ ଦେବାଦେବୀଙ୍କ ଠାରୁ ତାଙ୍କୁ ପ୍ରଥମେ ପୂଜା କରାଯାଏ । ତେବେ ଏହି ଗଣେଶ ଚତୁର୍ଥୀ ଦିନ କିଛି କାର୍ଯ୍ୟ ରହିଛି ଯାହା କରିବା ଦ୍ଵାରା ଭଗବାନ ଗଣେଶ କୋପ କରିଥାନ୍ତି । ଏହିଦିନ ଭୁଲରେ ବି କରନ୍ତୁନି ଏହି କାମ ।

ପ୍ରଥମ କାର୍ଯ୍ୟଟି ହେଉଛି ଗଣେଶ ଚତୁର୍ଥୀ ଦିନ ଗଣପତିଙ୍କ ପୂଜାରେ ତୁଳସୀ ପତ୍ରର ପ୍ରୟୋଗ କରିବା ଉଚିତ ନୁହେଁ । ଜାଣତରେ ହେଉ କି ଅଜାଣତରେ ହେଉ ଭଗବାନ ଗଣେଶଙ୍କୁ କେବେବି ତୁଳସୀ ପତ୍ର ଅର୍ପଣ କରନ୍ତୁ ନାହିଁ । ଦ୍ଵିତୀୟ କାର୍ଯ୍ୟଟି ହେଉଛି ରିଦ୍ଧିସିଦ୍ଧିଦାତା ଭଗବାନ ଗଣେଶଙ୍କୁ ଏହିଦିନ ଘରେ ସ୍ଥାପନ କରାଯିବା ଶୁଭ ହୋଇଥାଏ । ହେଲେ ଏହିଦିନ ଭୁଲରେ ବି ଜହ୍ନ ଦେଖିବା ଉଚିତ ନୁହେଁ ।
ଶାସ୍ତ୍ର ଅନୁଯାୟୀ ଗଣେଶ ପୂଜା ଦିନ ଯେଉଁମାନେ ଭୁଲରେ ବି ଚନ୍ଦ୍ରମାଙ୍କୁ ଦର୍ଶନ କରନ୍ତି ତାଙ୍କ ଉପରେ ମିଥ୍ୟା ଅଭିଯୋଗ ଲାଗିଥାଏ । ତେଣୁ ଏହିଦିନ ଚନ୍ଦ୍ରମାଙ୍କୁ ଭୁଲରେ ମଧ୍ୟ ଦେଖନ୍ତୁ ନାହିଁ । ତୃତୀୟ କାର୍ଯ୍ୟ ହେଉଛି ଗଣେଶ ପୂଜା ଦିନ ଭୁଲରେ ମଧ୍ୟ ମୂଳା ଖାଇବା ଉଚିତ ନୁହେଁ । ଯଦି ଆପଣ ଏହିଦିନ ମୂଳା ଖାଉଛନ୍ତି ତେବେ ଭବିଷ୍ୟତରେ ଅନେକ ପ୍ରକାର ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଥାଏ ।

ଚତୁର୍ଥ କାର୍ଯ୍ୟ ହେଉଛି ଗଣେଶ ପୂଜା ଦିନ କଳା ରଙ୍ଗର ବସ୍ତ୍ର କଦାପି ପିନ୍ଧନ୍ତୁ ନାହିଁ । ଏହାଦ୍ବାରା ଆପଣଙ୍କ ଗଣେଶ ପୂଜା ସଫଳ ହୋଇ ନଥାଏ । ତେଣୁ ଏହି ପବିତ୍ର ଦିନରେ ଏହି ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ ନୁହେଁ । ପଞ୍ଚମରେ ଗଣେଶ ପୂଜା ଦିନ ଭଗବାନ ଗଣେଶଙ୍କୁ ପୁଷ୍ପାଞ୍ଜଳି ଦେବା ସମୟରେ କିଛି କଥା ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ ହୋଇଥାଏ ।
କେତେ ପ୍ରକାରର ଫୁଲ ପୂଜା ନିମନ୍ତେ ନିଷେଧ କରାଯାଇଛି, ଯାହା ପୁଷ୍ପାଞ୍ଜଳି ସମୟରେ ପ୍ରୟୋଗ କରିବା ଉଚିତ ନୁହେଁ । ଯେମିତିକି ପୋକ ଦ୍ଵାରା ଦଂଶିତ ହୋଇଥିବା ଫୁଲ, ବାସୀ ଫୁଲ, ଗଛ ତଳେ ପଡିଥିବା ଫୁଲ, ଅଧା ଛିଣ୍ଡା ବା ଡେମ୍ଫ ନଥିବା ଫୁଲ ଆଦି ଶାସ୍ତ୍ରରେ ବର୍ଜିତ ରହିଛି ।

ଏହିଭଳି ଫୁଲକୁ କୌଣସି ଭଗବାନ ବି ଅର୍ପଣ କରନ୍ତୁ ନାହିଁ କି ପୁଷ୍ପାଞ୍ଜଳିରେ ଦିଅନ୍ତୁ ନାହିଁ । ଏପରି କରିବା ଦ୍ଵାରା ପାପ ଲାଗିଥାଏ । ଭଗବାନ ଗଣେଶଙ୍କୁ ହଳଦିଆ ବା ନାଲି ରଙ୍ଗର ଫୁଲ ଅର୍ପଣ କରିବା ବହୁତ ମଙ୍ଗଳ ହୋଇଥାଏ ଓ ଶୁଭଫଳ ପ୍ରାପ୍ତି ହୋଇଥାଏ । ଷଷ୍ଠ କାର୍ଯ୍ୟ ହେଉଛି ଗଣେଶ ପୂଜା ଦିନ ସ୍ଵାମୀ-ସ୍ତ୍ରୀ ଭୁଲରେ ବି କଳହ କରନ୍ତୁ ନାହିଁ ।
ନଚେତ ଆପଣଙ୍କୁ ଭଗବାନ ଗଣେଶଙ୍କ କୃପା ପ୍ରାପ୍ତ ହେବନାହିଁ । ଏହିଦିନ କୌଣସି ବ୍ୟକ୍ତିଙ୍କ ସହ ଝଗଡା କରନ୍ତୁ ନାହିଁ ସମସ୍ତଙ୍କ ପ୍ରତି ସ୍ନେହା ମମତା ରଖନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।