ବାବୁଶାନ ମହାନ୍ତିଙ୍କ ପତ୍ନୀ ତୃପ୍ତି ଜଣେ ଶିକ୍ଷୟତ୍ରୀ । ସେ ମଣିଷ ଗଢି ଜାଣିଛନ୍ତି ଓ ଲଢି ବି ଜାଣିଛନ୍ତି । କେଉଁ ପରିସ୍ଥିତିରେ କଣ ନିଷ୍ପତ୍ତି ନେବାକୁ ହୁଏ ତାହାବି ସେ ଜାଣିଛନ୍ତି । ବୋହୂ ତୃପ୍ତିକୁ ସାହାସ ଦେଉଛନ୍ତି ଶାଶୁ ଅପରାଜିତା ଏବଂ ଶ୍ଵଶୁର ଉତ୍ତମ ମହାନ୍ତି । ବୋହୂ ଯାହା କରିଛି ଠିକ କରିଛି ଓ ଆଗକୁ ଯାହା କରିବ ଠିକ କରିବ ବୋଲି ସେମାନେ ଜାଣିଛନ୍ତି । ତୃପ୍ତିଙ୍କ ବିଚାର, ସାହସ, ଚିନ୍ତାଧାରା ଓ ଲଢିବାର ଧୈର୍ଯ୍ୟ ଦେଖି ଅପରାଜିତା ଓ ଉତ୍ତମ ମହାନ୍ତି ଅନେକ ଖୁସି ଅଛନ୍ତି ।
ସତରେ ସେ ବୋହୂ ନୁହେଁ ସୁନାମୁଣ୍ଡାଟେ । ନିଜ ସ୍ଵାମୀଙ୍କୁ ବିପଥଗାମୀ ହେବା ଦେଖି ତୃପ୍ତି ଯେଉଁ ପଦକ୍ଷେପ ନେଇଥିଲେ ଓ ଯେଉଁଭଳି ଭାବେ ପ୍ରକୃତିଙ୍କୁ ଉତ୍ତମମଧ୍ୟମ ଦେଇଥିଲେ ତାହା ପ୍ରକାଶ କରୁଛି ଯେ ଜଣେ ନାରୀ ତା’ ସ୍ଵାମୀକୁ ସୁରକ୍ଷା ଦେବା ପାଇଁ କିଛିବି କରିପାରେ । ସ୍ୱାସ୍ଥ୍ୟ ଖରାପ ଥିଲେ ବି ଉତ୍ତମ ମହାନ୍ତି ତୃପ୍ତିଙ୍କୁ ଆଗକୁ ବଢିବା ପାଇଁ ସାହାସ ଦେଉଛନ୍ତି । ବୋହୂ ତୃପ୍ତି କାହା କରିବ ସେଥିରେ ସମସ୍ତେ ରାଜି ହେଉଛନ୍ତି ।
ଅନ୍ୟପଟେ ବାବୁଶାନ ମଧ୍ୟ ଭିଡିଓ ମାଧ୍ୟମରେ ସ୍ତ୍ରୀ ଓ ଶ୍ଵଶୁରଙ୍କୁ କ୍ଷମା ମାଗିବା ସହ ସେମାନେ ଯେପରି ଅସୁବିଧାରେ ନ ପଡିବେ ସେଥିପ୍ରତି ଧ୍ୟାନ ଦେବେ ବୋଲି କହିଛନ୍ତି । ସବୁକିଛି ଠିକ ହୋଇ ଆସୁଥିବା ବେଳେ ପ୍ରକୃତି ମିଶ୍ର ଯେଉଁ ଝଡ ଉଠାଇବାକୁ ଚେଷ୍ଟା କରୁଛନ୍ତି ତା’ ବିରୋଧରେ ଏକାଠି ହେବେ ବାବୁଶାନ, ଉତ୍ତମ ମହାନ୍ତି ଓ ଅପରାଜିତା ।
ଆଉ ଏହି ସମସ୍ତଙ୍କ ଆଗରେ ରହି ଲଢିବେ ତୃପ୍ତି । ଆଉ ସ୍ତ୍ରୀ କେଉଁ ଭଳି ନିଜ ସ୍ଵାମୀଙ୍କୁ ଅନ୍ୟଠାରୁ ସୁରକ୍ଷା କରେ ଏହାର ଏକ ଭଲ ଉଦାହରଣ ପ୍ରସ୍ତୁତ କରିବେ ତୃପ୍ତି । ତୃପ୍ତି ଯାହାବି ନିଷ୍ପତ୍ତି ନେବେ ସବୁଆଡୁ ଭାବିଚିନ୍ତି ନେବେ ଏବଂ ସମଗ୍ର ଓଡିଶାବାସୀଙ୍କ ସମର୍ଥନ ତୃପ୍ତିଙ୍କ ସହ ରହିଛି ।
ତୃପ୍ତିଙ୍କ ପରିବାରରେ ମର୍ଯ୍ୟାଦାହାନି ହେବ ନାହିଁ ଏବଂ ତାଙ୍କ ସପକ୍ଷରେ ଉଚିତ ନ୍ୟାୟ ମିଳିବ ବୋଲି ସମସ୍ତେ ଆଶା କରୁଛନ୍ତି । ତେବେ ଦେଖାଯାଉ ବାବୁଶାନ ଓ ତୃପ୍ତିଙ୍କ ମଧ୍ୟରେ ପ୍ରକୃତି ଯେଉଁ ଝଡ ଆଣିବାକୁ ଚେଷ୍ଟା କରୁଛନ୍ତି ତାହା କେଉଁ ରୂପ ନେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।