ପୂଜାଘରେ ଆମେ ଭଗବାନଙ୍କ ପୂଜାପାଠ ଓ ପ୍ରାର୍ଥନା କରିଥାଉ ଏବଂ ସୁଖ ସମୃଦ୍ଧି କାମନା କରିଥାଉ । ପୂଜାର ଫଳ କିପରି ପ୍ରାପ୍ତ ହେବ ସେଥିପାଇଁ ପୂଜାଘରେ ଦେବୀଦେବତାଙ୍କ ଫଟୋ ଏବଂ ମୂର୍ତ୍ତି ଆଦି ରଖିବା ସହ ନାନା ଉପାୟମାନ କରିଥାଉ । ତେବେ ପୂଜାଘରେ ପୂଜାପାଠକୁ ନେଇ ଅନେକ ପ୍ରକାର ନିୟମ ରହିଛି, ଯାହାର ଧ୍ୟାନ ରଖିବା ଦ୍ଵାରା ଆମକୁ ପୂଜାର ଫଳ ନିଶ୍ଚୟ ପ୍ରପାତ ହୋଇଥାଏ । ନଚେତ କାଙ୍ଗାଳ ଭୋଗ କରିବାକୁ ପଡିଥାଏ । ତେବେ ଚାଲନ୍ତୁ ଜାଣିବା କଣ ସେହି ସବୁ ନିୟମ ।
ପୂଜାଘର ସର୍ବଦା ଉତ୍ତର-ପୂର୍ବ ଦିଗ ବା ଐଶାନ୍ୟ କୋଣରେ ହେବା ଉଚିତ । ଏହାର ବିପରୀତ ଦିଗରେ ପୂଜାଘର ରହିଲେ କିମ୍ବା ପୂଜାରେ ମନ ନ ଲାଗିଲେ ତାହାର ଫଳ ମଧ୍ୟ ମିଳେନାହିଁ । ପୂଜାଘରେ ଗୋଟିଏ ଭଗବାନଙ୍କର ଗୋଟିଏ ଫଟୋ ରଖନ୍ତୁ । କେବେବି ଗୋଟିଏ ଭାଗଭାନଙ୍କର ଏକାଧିକ ଫଟୋ ରଖନ୍ତୁ ନାହିଁ, ଏହା ଅଶୁଭ ମାନାଯାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ପୂଜାଘରେ କୌଣସି ଗୁରୁଜନ କିମ୍ବା ପୂର୍ବଜ ମାନଙ୍କ ଫଟୋ ମଧ୍ୟ ଲଗାଇବା ଉଚିତ ନୁହେଁ ।
ଏପରି ଭୁଲ କରିବା ଦ୍ଵାରା ଘରେ ନକରାତ୍ମକ ଊର୍ଜା ବାସ କରିଥାଏ । ପୂଜା ଘରେ ବା ସଂପୂର୍ଣ୍ଣ ଘରେ ଭଗବାନ ଗଣେଶଙ୍କର ଗୋଟିଏ ମୂର୍ତ୍ତି ରଖନ୍ତୁ । ଏକାଧିକ ଗଣେଶ ମୂର୍ତ୍ତି ଘରେ ରଖିବା ଦ୍ଵାରା ଶୁଭ କାର୍ଯ୍ୟରେ ବାଧା ଉପୁଜିଥାଏ ବା କାମ ବନୁ ବନୁ ବିଗିଡି ଯାଇଥାଏ । ବାସ୍ତୁ ସାତର ଅନୁସାରେ କେବେବି ଭଙ୍ଗାରୁଜା ହୋଇଥିବା ଭଗବାନଙ୍କ ମୂର୍ତ୍ତି ବା ଫଟୋ ରଖିବା ଉଚିତ ନୁହେଁ ।
ଏହାଦ୍ବାରା ମଧ୍ୟ ଘରେ ନକରାତ୍ମକ ଊର୍ଜା ବଢିଥାଏ ଓ ଭଗବାନ କ୍ରୋଧିତ ହୋଇଥାନ୍ତି । ବସ୍ତୁ ଶାସ୍ତ୍ର ଅନୁସାରେ ପୂଜାଘରର ଆଖପାଖରେ ଶୌଚାଳୟ ବନାନ୍ତୁ ନାହିଁ କି ପୂଜାଘରେ ଭଗବାନଙ୍କର ବହୁତ ବଡ ବଡ ମୂର୍ତ୍ତି ରଖନ୍ତୁ ନାହିଁ । ପୂଜାଘରେ ଯଦି ଶିବଲିଙ୍ଗ ରଖୁଛନ୍ତି ତେବେ ଆଙ୍ଗୁଳି ଠାରୁ ମଧ୍ୟ ଛୋଟ ଶିବଲିଙ୍ଗ ରଖନ୍ତୁ । ପାରଦ ତିଆରି ଶିବଲିଙ୍ଗ ପୂଜାଘରେ ରଖିଲେ ଭଗବାନ ଆପଣଙ୍କ ପୂଜା ଶୀଘ୍ର ସ୍ଵୀକାର କରିଥାନ୍ତି ।
ପୂଜାଘରେ ଉଗ୍ର ବା କ୍ରୋଧିତ ଦେବୀଦେବତାଙ୍କ ଫଟୋ ନରଖି ସର୍ବଦା ହସ ହସ ମୁହଁ ଥିବା ଫଟୋ ରଖିବା ଶୁଭ ହୋଇଥାଏ । ନଚେତ ଜୀବନରେ ସମସ୍ଯା ବଢିଯିବ । ଭଗବାନ ହନୁମାନଙ୍କର ମଧ୍ୟ ବେଶୀ ବଡ ଫଟୋ ରଖନ୍ତୁ ନାହିଁ । ହନୁମାନ ଠିଆ ହୋଇଥିବା ଫଟୋ ନରଖି ସେ ବସିଥିବ ଫଟୋ ରଖନ୍ତୁ ।
ପୂଜାରେ ମନ ନ ଲାଗୁଥିଲେ ଧନ ସମ୍ପତ୍ତିର କ୍ଷତି ହୋଇଥାଏ । ପୂଜାଘର ଷ୍ଟୋର ରୁମ୍ କିମ୍ବା ବେଡ ରୁମ୍ ରେ ଭୁଲରେ ମଧ୍ୟ ବନାନ୍ତୁ ନାହିଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏପରି କରିବା ଦ୍ଵାରା ସେହି ବ୍ୟକ୍ତି ଶୀଘ୍ର ଗରିବ ହୋଇଯାନ୍ତି । ଅନେକ ଲୋକ ବାସି ଫୁଲ, କଦଳୀ ଚୋପା, ଅଗରବତୀ ଓ ଘିଅ ଡବା ଆଦି ଅଳିଆ ଆବର୍ଜନା ପ୍ରତି ଧ୍ୟାନ ଦିଅନ୍ତି ନାହିଁ ଓ ଅନେକ ଦିନ ପର୍ଯ୍ୟନ୍ତ ପୂଜାଘରେ ପକେଇ ରଖନ୍ତି ।
ଏସବୁ ଜିନିଷ ଦରିଦ୍ରତା, ଅକାଳ ମୃତ୍ୟୁ ଓ ମଙ୍ଗଳ ଦୋଷକୁ ନିମନ୍ତ୍ରଣ କରିଥାଏ । ତେଣୁ ପ୍ରତିଦିନ ସନ୍ଧ୍ୟାରେ ସେସବୁ ବାହାର କରି ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।