‘ବ୍ଳାକମେଲ କରୁଥିଲା ବୟଫ୍ରେଣ୍ଡ, ମାଗୁଥିଲା 30 ଲକ୍ଷ ଟଙ୍କା ! ଆଉ କହୁଥିଲା ଟଙ୍କା ନଦେଲେ ତତେ ମୁଁ…’ Shweta Kumari ଙ୍କ ବାପା କଲେ ବଡ ଖୁଲାସା

ରାଜଧାନୀର ମହିଳା ସଫ୍ଟୱେୟାର ଇଞ୍ଜିନିୟର ଶ୍ଵେତା କୁମାରୀଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢିବାରେ ଲାଗିଛି । ଶ୍ଵେତାଙ୍କ ସୁଇସାଇଡ ପଛରେ କଣ କାରଣ ରହିଛି ? ଶ୍ଵେତାଙ୍କୁ ବୟଫ୍ରେଣ୍ଡ ସୌମ୍ୟଜିତ ବ୍ଳାକମେଲ କରୁଥିଲେ କି ? ପ୍ରେମ ଓ ପ୍ରତାରଣାକୁ ନେଇ ଶ୍ଵେତା ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଭୁବନେଶ୍ବର ଗ୍ରୀନ ଆପାର୍ଟମେଣ୍ଟରୁ ଶ୍ଵେତା ଉତ୍କଳ କୁମାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ପରେ ଏବେ ଏଭଳି ଅନେକ ପ୍ରଶ୍ନ ମୁଣ୍ଡ ଟେକୁଛି ।

ଝିଅର ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ଏକଦମ ଭାଙ୍ଗି ପଡିଥିବା ବେଳେ ଶ୍ଵେତାଙ୍କ ବାପା ନେଇଏ ବଡ ଖୁଲାସା କରିଛନ୍ତି । ସୌମ୍ୟଜିତ ଶ୍ଵେତାଙ୍କ ସହ ଅନ୍ତରଙ୍ଗ ମୂହୁର୍ତ୍ତର କିଛି ଫଟୋ ରଖିଥିଲେ । ଶ୍ଵେତାଙ୍କ ଘରଲୋକ ସୌମ୍ୟଜିତଙ୍କ ଘରକୁ ବିବାହ ପ୍ରସ୍ତାବ ନେଇ ମଧ୍ୟ ଯାଇଥିଲେ । ହେଲେ ସୌମ୍ୟଜିତ ଏବଂ ତାଙ୍କ ପରିବାର ଲୋକେ ଶ୍ଵେତାଅଙ୍କ ପରିବାର ଠାରୁ ୩୦ ଲକ୍ଷ ଡିମାଣ୍ଡ କରିଥିଲେ ।

ସୌମ୍ୟଜିତ ମଧ୍ୟ ଶ୍ଵେତାଙ୍କୁ ବ୍ଳାକମେଳ କରୁଥିଲେ କି ଯଦି ତୁମେ ମୋ କଥା ନ ମାନିବ, ମୁଁ ଯେତେ ଟଙ୍କା ମାଗୁଛି ନଦେବ ତେବେ ତୁମର ଫଟୋ ସବୁ ମୁଁ ଭାଇରାଲ କରିଦେବି । ଭଦ୍ରକର ଶ୍ଵେତା କୁମାରୀ ଭୁବନେଶ୍ଵରର ଏକ ଘରୋଇ ଆପାର୍ଟମେଣ୍ଟରେ ରହି ଏକ କମ୍ପାନୀରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ଏହାରି ମଧ୍ୟରେ ସୌମ୍ଯଜିତଙ୍କ ସହ ତାଙ୍କର ସମ୍ପର୍କ ଗଢି ଉଠିଥିଲା ।

ହେଲେ ପରେ ସୌମ୍ୟଜିତ ତାଙ୍କୁ ଶାରୀରିକ, ମାନସିକ ଓ ଆର୍ଥିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ସୋମ୍ୟଜିତଙ୍କ ନିର୍ଯ୍ୟାତନା ବଢିବା ପରେ ଶ୍ଵେତା ଏଭଳି ଏକ ଚରମ ନିଷ୍ପତ୍ତି ନେଇଥିଲେ । ତେଣୁ ତାଙ୍କ ଝିଅକୁ ସୁଇସାଇଡ କରିବା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଶ୍ଵେତାଙ୍କ ବାପା ଥାନାରେ କେସ୍ ମଧ୍ୟ ରୁଜୁ କରିଛନ୍ତି । ଶ୍ଵେତାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ ଦେଖିଲେ ଆଲଗୁଛି ସେ ନିଜ ଦୁନିଆରେ ବେଶ ଖୁସି ଥିଲେ ।

କିନ୍ତୁ ହଠାତ ଏମିତି ଏକ ନିଷ୍ପତ୍ତି ନେବା ପଛର କାରଣ କଣ ହୋଇପାରେ ? ସେ ଏମିତି କି ଚାପରେ ଥିଲେ ଯେଉଁଥି ପାଇଁ ତାଙ୍କୁ ଜୀବନ ହରିବାକୁ ପଡିଲା ? ତେବେ ତାଙ୍କ ମୃତ୍ୟୁ ପଛରେ ପ୍ରେମ ଓ ପ୍ରତାରଣା ଘଟଣା ଥିବା ସୁରାକ ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।