୭ ଦିନ ପରେ ପେଟରୁ କିପରି ବାହାର କରାଗଲା ଷ୍ଟିଲ ଗ୍ଳାସ, ଶୁଣନ୍ତୁ ଏ ନେଇ କଣ କହୁଛନ୍ତି ଡାକ୍ତର…ଦେଖନ୍ତୁ Video

ଗଞ୍ଜାମ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମ୍ନାକୁ ଆସିବା ପରେ ଏବେ ଚାରିଆଡେ ଏହା ଭାଇରାଲ ହେବାରେ ଲାଗିଛି । ତାଙ୍କ ପେଟ ଭିତରୁ ଏକ ବଡ ଷ୍ଟିଲ ଗ୍ଳାସ ଅପରେସନ କରି ବାହାର କରାଯାଇଛି । ୭ ଦିନ ଧରି ଷ୍ଟିଲ ଗ୍ଳାସ ଟି ତାଙ୍କ ପେଟ ଭିତରେ ରହିଥିଲା । ଏହାପରେ ଅସହ୍ୟ ଯନ୍ତ୍ରଣା ହେବାରୁ ସେ ବାଧ୍ୟ ହୋଇ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଆଉ ଏନେଇ ବ୍ରହ୍ମପୁର ଏମକେସିଜି ହସ୍ପିଟାଲର ଡାକ୍ତର ନିଜେ ଖୁଲାସା କରିଛନ୍ତି ।

ଡାକ୍ତରଙ୍କ କହିବା ଅନୁଯାୟୀ, ରୋଗୀଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଏବଂ ସୁରଟର ଏକ ସୂତାକଳରେ ସେ କାମ କରନ୍ତି । ଗତ ୧୦ ଦିନ ତଳେ ବ୍ୟକ୍ତିଜନକ ତାଙ୍କ ସାଙ୍ଗମାନଙ୍କ ସହ ମିଶି ମଅଦ୍ୟୟପାନ କରିଥିଲେ । ଆଉ ନିଶାଶକ୍ତ ସାଙ୍ଗମାନେ ତାଙ୍କ ମଳଦ୍ଵାର ପଟେ ଏକ ଷ୍ଟିଲ ଗ୍ଳାସକୁ ଜବରଦସ୍ତି ଭର୍ତ୍ତି କରି ଦେଇଥିଲେ । ସେହି ସମୟରେ ତାଙ୍କୁ ବହୁତ କଷ୍ଟ ହୋଇଥିଲା । ସେ ଆଉ କାହାକୁ କିଛି ନକହି ବ୍ରହ୍ମପୁରରେ ଥିବା ନିଜ ଘରକୁ ତୁରନ୍ତ ପଳାଇ ଆସିଥିଲେ ।

ଓଡିଶା ଆସିବା ପରେ ପେଟ ଯନ୍ତ୍ରଣା ହେଉଛି ବୋଲି କହି ସେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ଚିକିତ୍ସାଳୟରେ  ଆସି ଆଡମିଶନ ହୋଇଥିଲେ । ସେତେବେଳ ପର୍ଯ୍ୟନ୍ତ ମଧ୍ୟ ବ୍ୟକ୍ତିଜଣକ ଗ୍ଳାସ ବିଷୟରେ କିଛି କହି ନଥିଲେ । ତାଙ୍କ ପେଟ ଏକ୍ସ-ରେ ହେବା ପରେ ଗ୍ଳାସ ଗୋଟେ ଅଛି ବୋଲି ଜଣା ପଡିଥିଲା ।

ଏହାପରେ ଡାକ୍ତର ତାଙ୍କୁ ପଚାରିବାରୁ ସେ ସଂପୂର୍ଣ୍ଣ ବିବରଣୀ ଦେଇଥିଲେ । ସେ ଆଗରୁ ଜାଣିଥିଲା କି ତା’ ପେଟ ଭିତରେ ଗ୍ଳାସଟିଏ ଥିଲା ବୋଲି । ହେଲେ ସେ କାହିଁକି ଏକଥା ଲୁଚାଇ ଥିଲା ସେକଥା ମଧ୍ୟ ପ୍ରକାଶ କରୁନାହାନ୍ତି । ଗ୍ଳାସଟି ୭ଦିନ ଧରି ପେଟ ଭିତରେ ରହିବା ଫଳରେ ମଳଦ୍ଵାର ବାଟେ ଆଉ ତାହାକୁ ବାହାର କରିବା ସମ୍ଭବ ହୋଇ ନଥିଲା ।

ତେଣୁ ଡାକ୍ତରମାନେ ବାଧ୍ୟ ହୋଇ ପେଟ ବାଟେ ଅପରେସନ କରି ଗ୍ଳାସଟିକୁ ବାହାର କରିଥିଲେ । ଏହି ଅପରେସନଟି ପ୍ରାୟ ୨ରୁ ଅଢେଇ ଘଣ୍ଟା ଲାଗିଥିଲା ବୋଲି ଡାକ୍ତର ସୂଚନା ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।