ଡିମିରି ଚେରକୁ ଡେଉଁରିଆରେ ଭର୍ତ୍ତି କରି ପିନ୍ଧିଲେ କେଉଁ ଲାଭ ପ୍ରାପ୍ତ ହୋଇ ଥାଏ ? ଏହାସହ ଜାଣନ୍ତୁ ଆହୁରି 20 ଟି ଅନୁଚିନ୍ତା

ଆମ ଜୀବନକୁ ସୁଖମୟ କରିବା ପାଇଁ ଶାସ୍ତ୍ରରେ ଅନେକ ଉପଯୋଗୀ ଅନୁଚିନ୍ତା ସବୁ ଉଲ୍ଲେଖ ରହିଛି । ଯାହାର ପାଳନ ବା ଅନୁସରଣ କରିବା ଦ୍ଵାରା ଆମେ ସୁଖୀ ଜୀବନଯାପନ କରିପାରିବା । ଆଜି ସେମିତି କିଛି ଅନୁଚିନ୍ତା ବିଷୟରେ ଆମେ ଜାଣିବା । ଘରେ କେବେବି ଚିରାଫଟା କିମ୍ବା ପୁରୁଣା କପଡାକୁ ପୁଟୁଳା କରି ରଖିବା ଉଚିତ ନୁହେଁ । ଏହାଦ୍ବାରା ଅଶୁଭ ଶକ୍ତି ବୃଦ୍ଧି ହୋଇଥାଏ । ତେଣୁ ସେସବୁ ବ୍ୟବହାର କରିଦେବା କିମ୍ବା ଘରୁ ବାହାର କରିଦେବା ମଙ୍ଗଳକାରୀ ହୋଇଥାଏ ।

ଘରେ କେବେବି ଦେବୀ ଦେବତାଙ୍କ ଭାଙ୍ଗିଥିବା କିମ୍ବା ଫାଟିଥିବା ମୂର୍ତ୍ତି ଅଥବା ଫଟୋ ରଖିବା ଉଚିତ ନୁହେଁ । ଏହା ଅଶୁଭ ହେବାସହ ଅର୍ଥହାନି ହୋଇଥାଏ । ତେଣୁ ଏହାକୁ ନଦୀରେ ପ୍ରବାହିତ କରିଦେବ ଉହିତ । ଘରର ଛାତ ଉପରେ କେବେବି ଅଦରକାରୀ ଜିନିଷ ଗଦା କରିବା ଉଚିତ ନୁହେଁ କିମ୍ବା ଅଳିଆ ଆବର୍ଜନା କରିବା ଅନୁଚିତ । ଏହାଦ୍ଵାରା ପିତୃଦୋଷ ଦେଖାଦେବ ସହିତ ଅର୍ଥ ଅଭାବ ହେବାର ସମ୍ଭାବନା ରହିଥାଏ ।

ଘରେ କେବେବି ଭାଙ୍ଗିଥିବା ଜିନିଷ କିମ୍ବା ଅଦରକାରୀ ଜିନିଷ ଏବଂ ଭଙ୍ଗାକାଚ ଜିନିଷ ଆଦି ରଖିବା ଉଚିତ ନୁହେଁ । ଏହାଦ୍ବାରା ଘରେ ବାସ୍ତୁଦୋଷ ଦେଖା ଦେଇଥାଏ । ଘରେ କେବେବି ପଇସା ରଖୁଥିବା ଆଲମାରି କିମ୍ବା ବାକ୍ସ ଭଙ୍ଗା ଦଦରା ହେବା ଉଚିତ ନୁହେଁ । ଏହା ଅଶୁଭ ହେବାସହ ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ ।

ଘରେ ବୁଢିଆଣୀ ବସା ହୋଇଥିଲେ ତୁରନ୍ତ ସଫା କରିବା ଉଚିତ । ଏହା ଅଶୁଭ ହେବାସହ ବାସ୍ତୁଦୋଷ ଦେଖା ଦେଇଥାଏ ଏବଂ ଖରାପ ସମୟ ଆସିବାର ସମ୍ଭାବନା ଥାଏ । ଘରେ ଯଦି ଭଙ୍ଗା ଚେୟାର ଟେବୁଲ ରହିଥାଏ ତେବେ ତୁରନ୍ତ ହଟାଇଦେବା ଉଚିତ । ଏହା ଶୁଭ ହେବାସହ ପରିବାର ସଦସ୍ୟଙ୍କ ଉନ୍ନତିରେ ବାଧା ସୃଷ୍ଟି କରିଥାଏ । ମହିଳାମାନେ ଦିନ ୧୨ଟା ପୂର୍ବରୁ ଘରେ ଝାଡୁପୋଛା ଲଗାଇବା ଉଚିତ ।

ସୂର୍ଯ୍ୟାସ୍ତ ପରେ ଝାଡୁପୋଛା ଲାଗାଇବା ଦ୍ଵାରା ଘରେ ଦାରିଦ୍ର୍ଯ ଦେଖା ଦେଇଥାଏ । ମହିଳାମାନେ ଠାକୁର ପୂଜା କରିବା ପୂର୍ବରୁ ଖାଦ୍ଯ ଖାଇବା ଖାଇବା ଉଚିତ ନୁହେଁ ଏବଂ ପୂଜା ପରେ ଖାଦ୍ଯ ଗ୍ରହଣ କରିବା ଶୁଭ ଓ ମଙ୍ଗଳକାରୀ ହୋଇଥାଏ । ଘରେ ପଇସା ରଖୁଥିବା ସ୍ଥାନରେ କମ୍ ଆଲୋକ ଲଗାଇବା ଉଚିତ ।

ଅଧିକ ଆଲୋକ ଥିଲେ ଏହା ଅଶୁଭ ହେବାସହ ଅଯଥା ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ରହିଥାଏ । ପ୍ରତ୍ଯେକ ଗୁରୁବାର ଦିନ ତୁଳସୀ ଗଛମୂଳେ କ୍ଷୀର ଅର୍ପଣ କରିବା ଅତ୍ୟନ୍ତ ସୁଭ ହୋଇଥାଏ ଏବଂ ଘରେ ଆର୍ଥିକ ସମ୍ପନ୍ନତା ପ୍ରାପ୍ତ ହୋଇଥାଏ । ପ୍ରତ୍ଯେକ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଘରେ ସୁତକ ପାଠ କରିବା ହୋମ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ଓ ଦାରିଦ୍ର୍ୟତା ଦୂର ହୋଇଥାଏ ।

ଡିମିରି ଗଛର ଚେରକୁ କପଡାରେ ଗୁଡାଇ ଡେଉଁରିଆରେ ଭର୍ତ୍ତି କରି ବେକରେ ପିନ୍ଧିବା ମଙ୍ଗଳକାରୀ ହୋଇଥାଏ ଏବଂ ଆର୍ଥିକ ସମ୍ପନ୍ନତା ପ୍ରାପ୍ତ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।