ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହଙ୍କ ଚଳନ ଓ ସ୍ଥିତି ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ଫଳରେ ଆମ ଜୀବନରେ ସୁଖ ଓ ଦୁଃଖ ଲାଗି ରହିଥାଏ । ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଅନୁଧ୍ୟାନ କରି କୌଣସି ବ୍ୟକ୍ତିଙ୍କ ଭାଗ୍ୟ ଓ ଭବିଷ୍ୟତ ବିଷୟରେ ଅନେକ କିଛି ତଥ୍ୟ ମିଳିଥାଏ । ସେହି ଅନୁସାରେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କନ୍ୟାର ରାଶି ପାଇଁ ୨୦୨୨ ଅଗଷ୍ଟ ମାସଟି କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ କଣ କରିବେ ପ୍ରତିକାର ।

କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ୨୦୨୨ ଅଗଷ୍ଟ ମାସଟି କିଛି କ୍ଷେତ୍ରରେ ସକାରାତ୍ମକ ଫଳ ନେଇଆସିବ ଏବଂ ଜୀବନର ବିଭିନ୍ନ କ୍ଷେତ୍ରରେ ଉତ୍ଥାନ ପତନର ସ୍ଥିତି ଦେଖଦେବ । ଏହି ମାସରେ ଆପଣ ସ୍ୱାସ୍ଥ୍ୟ ପ୍ରତି ବିଶେଷ ସତର୍କ ରହିବା ଆବଶ୍ୟକ । କାରଣ ପୂର୍ବରୁ ଥିବା ରୋଗ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଏହି ମାସରେ ଶନି ଆପଣଙ୍କ ପାରିବାରିକ ଜୀବନ ଉପରେ ପ୍ରଭାବ ପକାଇବ । ଆପଣଙ୍କ ପାରିବାରିକ ଜୀବନରେ ତିକ୍ତତା ଦେଖା ଦେଇପାରେ ଓ ପ୍ରେମ ସମ୍ବନ୍ଧରେ ମଧ୍ୟ କିଛି ପାର୍ଥକ୍ୟ ଦେଖାଦେବ ।
ଅନ୍ୟପକ୍ଷରେ କ୍ଯାରିୟର ଦୃଷ୍ଟିରୁ ମାସଟି ଆପଣଙ୍କ ପାଇଁ ସକାରାତ୍ମକ ଫଳ ପ୍ରଦାନ କରିବ । ଏହି ମାସଟି ଆପଣଙ୍କ କ୍ଯାରିୟରରେ ସଫଳତା ହାସଲ କରିବାରେ ସହାୟକ ହୋଇପାରେ । ଏହି ମାସରେ ଆପଣ କୌଣସି ନୂତନ ବ୍ୟବସାୟ ପାଇଁ ଯୋଜନା କରୁଥିଲେ ତାହା କାର୍ଯ୍ୟକାରୀ କରିପାରନ୍ତି । ନୂତନ ଚାକିରି ଖୋଜୁଥିବା ବ୍ୟକ୍ତିମାନେ ମଧ୍ୟ ଏହି ମାସରେ ମନ ପସନ୍ଦର ଚାକିରି ପାଇପାରନ୍ତି ।

ଚାକିରିରେ ନିଯୋଜିତ ଥିବା ଲୋକଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ଆର୍ଥିକ କ୍ଷେତ୍ର ଦୃଷ୍ଟିରୁ ମଧ୍ୟ କନ୍ୟା ରାଶିର ଲୋକେ ସକାରାତ୍ମକ ଫଳାଫଳ ପାଇବେ । ଏହି ମାରେ ଆପଣଙ୍କ ଆୟରେ ବୃଦ୍ଧି ହେବ ଓ ଶେୟାର ମାର୍କେଟ ଆଦିରୁ ମଧ୍ୟ ଲାଭ ପ୍ରାପ୍ତ ହେବେ । ତଥାପି କୌଣସି କ୍ଷେତ୍ରରେ ବିନିଯୋଗ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ । ଏହି ମାସରେ ଆପଣ କୌଣସି ସ୍ଥାନରୁ ଆର୍ଥିକ ସହାୟତା ପାଇପାରନ୍ତି, ଯାହା ଆପଣଙ୍କ ଅସର୍ଥିକ ସ୍ଥିତିକୁ ଆହୁରି ଅଧିକ ମଜବୁତ କରିବ ।
ଛାତ୍ରଛାତ୍ରୀ ମାନେ ଆତ୍ମଉନ୍ନତିରେ ନିୟୋଜିତ ରହିବେ ଓ ଶିକ୍ଷକଙ୍କ ମାର୍ଗଦର୍ଶନ ମଧ୍ୟ ପାଇବେ । ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ସହାୟକ ହେବ । ପ୍ରେମ ଓ ଦାମ୍ପତ୍ୟ ଜୀବନ ଦୃଷ୍ଟିରୁ ମାସଟି ଆପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରନ୍ତୁ । କିନ୍ତୁ ସାଥିଙ୍କ ଉପରେ ସନ୍ଦେହ କରିବାରୁ ବଞ୍ଚିତ ରୁହନ୍ତୁ । ପାରିବାରିକ ଦୃଷ୍ଟିରୁ ମଧ୍ୟ ମାସଟି ସାମାନ୍ଯ ଫଳ ପ୍ରଦାନ କରିବ ।

ଆପଣ ଭାଇ ଭଉଣୀଙ୍କ ଠାରୁ ଆଶାତୀତ ଫଳ ପାଇବେ ନାହିଁ, ଯେଉଁଥି ପାଇଁ ଘରେ ବିବାଦ ଦେଖା ଦେଇପାରେ । ତେଣୁ ନିଜ ମନ ଉପରେ ନିୟନ୍ତ୍ରଣ ରଖିବା ଆପଣଙ୍କ ପାଇଁ ଉଚିତ ହେବ । ଖାଦ୍ୟପେୟ ଓ ଜୀବନଶୈଳୀ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବାକୁ ହେବ । ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣା ପ୍ରତିଦିନ ଗୋମାତାଙ୍କୁ ସବୁଜ ଚାରା ଖାଇବାକୁ ଦିଅନ୍ତୁ ଓ ଗରିବ ଅଭାବୀ ଲୋକଙ୍କୁ ସକ୍ଷମ ଅନୁସାରେ ସାହାଯ୍ୟ କରନ୍ତୁ ।
ସେମାନଙ୍କୁ ସବୁଜ ରଙ୍ଗର ବସ୍ତ୍ର ଦାନ କରନ୍ତୁ କିମ୍ବା ସବୁଜ ରଙ୍ଗର କୌଣସି ମିଠାଜାତୀୟ ଖାଦ୍ୟ ଖାଇବାକୁ ଦିଅନ୍ତୁ । ବୁଧଗ୍ରହଙ୍କ କୌଣସି ମନ୍ତ୍ର ଜପ କରିବା ସହ ବୁଧବାର ଦିନ ପିଞ୍ଜରାରେ ଥିବା କୌଣସି ପକ୍ଷୀକୁ ମୁକ୍ତ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।