ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆମ ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ପଦବୀ ହାସଲ କରିଛନ୍ତି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ତେବେ ରାଷ୍ଟ୍ରପତି ପଦବୀ ପାଇବା ପରେ ମୁର୍ମୁ ଙ୍କ ପାଖକୁ ଆସିଛି ଏମିତି କିଛି କ୍ଷମତା ଯାହା ଦେଶର ପ୍ରଧାନମନ୍ତ୍ରୀ ଙ୍କ ହାତରେ ମଧ୍ୟ ନାହି । ତେବେ ଆଜି ଆମେ ଆପଣଙ୍କୁ ଭାରତର ରାଷ୍ଟ୍ରପତି କେଉଁ କେଉଁ କାମ କରିପାରିବେ ସେହି ବିଷୟରେ କହିବାକୁ ଯାଉଛୁ ।
ରାଷ୍ଟ୍ରପତି ଖାଲିରେ ନୁହନ୍ତି ଦେଶର ପ୍ରଥମ ନାଗରିକ । ରାଷ୍ଟ୍ରପତି ଯାହା କରିପାରିବେ ପ୍ରଧାନମନ୍ତ୍ରୀ ବି କରିପାରିବେ ନାହି । ରାଜ କ୍ଷମା ଦେଇ ପାରିବେନି ପ୍ରଧାନମନ୍ତ୍ରୀ କିନ୍ତୁ ଦୋଷୀଙ୍କୁ କ୍ଷମା କରି ପାରିବେ ରାଷ୍ଟ୍ରପତି। ଏମିତିକି ଫାଶୀ ଦଣ୍ଡ ପାଇଥିବା ଦୋଷୀଙ୍କୁ ମୁକ୍ତ କରିବାର କ୍ଷମତା ରହିଛି ରାଷ୍ଟ୍ରପତି ପାଖରେ । ତିନି ସେନାର ସୁପ୍ରିମ କମାଣ୍ଡର ନୁହନ୍ତୁ ପ୍ରଧାନମନ୍ତ୍ରୀ । ସୁପ୍ରିମ କମାଣ୍ଡର ହେଉଛନ୍ତି ରାଷ୍ଟ୍ରପତି ।
ରାଷ୍ଟ୍ରପତିଙ୍କ ବିନା ଦସ୍ତଖତ ରେ କୌଣସି ବିଲ ଆଇନରେ ପରିଣତ ହୋଇପାରି ନାହି । ଜରୁରୀ ସ୍ଥିତିର ଘୋଷଣା କେବଳ ରାଷ୍ଟ୍ରପତି ହିଁ କରି ପାରିବେ । ଦେଶର ପ୍ରଧାନମନ୍ତ୍ରୀ ଙ୍କ ନିଯୁକ୍ତ କରିବାର କ୍ଷମତା ରାଷ୍ଟ୍ରପତିଙ୍କର ରହିଛି । ତେବେ ରାଷ୍ଟ୍ରପତି ଙ୍କ ପାଖରେ ଏମିତି କିଛି କ୍ଷମା ରହିଛି ଯାହା ଭାରତର ପ୍ରଧାନମନ୍ତ୍ରୀ କ ପାଖରେ ନାହି । ଜନତାଙ୍କ ଦ୍ଵାରା ସିଧା ସଳଖ ନିର୍ବାଚିତ ନେତା ପ୍ରଧାନମନ୍ତ୍ର ଆସନରେ ବସିଥାନ୍ତି ।
କିନ୍ତୁ ରାଷ୍ଟ୍ରପତି ଙ୍କ ଭଳି ତାଙ୍କ ପାଖରେ ରାଜ କ୍ଷମା ର କ୍ଷମତା ନାହି । ତିନି ସେନାର ଚାବି କାଠି ରାଷ୍ଟ୍ରପତି ଙ୍କ ହାତରେ ରହିଛି । ଦେଶର ଏମିତି ଅନେକ କାମ ରହିଛି ଯାହା କେବଳ ରାଷ୍ଟ୍ରପତି ହିଁ କରି ପାରିବେ । ଏଣୁ ରାଷ୍ଟ୍ରପତି ଙ୍କୁ କେବଳ ରବର ଷ୍ଟାମ୍ପ ବୋଲି କହିବା ଭୁଲ ହେବେ । ରାଷ୍ଟ୍ରପତି ଙ୍କ କ୍ଷମତା କୁ ନେଇ ଏବେ ଏଥିପାଇଁ ଭାରି ଚର୍ଚ୍ଚା ହେଉଛି କାରଣ ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ରେ ବସିବାକୁ ଯାଉଛନ୍ତି ।
ଗଣ ଦ୍ଵିପ ରେ ଦ୍ରୌପଦୀ ମୁର୍ମୁ ଙ୍କ ନିଜଯ ନିଶ୍ଚିନ୍ତ ହୋଇଥିବା ବେଳେ ଆସନ୍ତା ୨୫ ତାରିଖରେ ସେ ରାଷ୍ଟ୍ରପତି ଭାବେ ଦାୟିତ୍ଵ ଗ୍ରହଣ କରିବେ । ଆଉ ଦ୍ରୌପଦୀ ମୁର୍ମୁ ହେବେ ରାଷ୍ଟ୍ରପତି ଆସନରେ ବସିଥିବ ପ୍ରଥମ ଓଡିଶାର ଆଦିବାସୀ ମହିଳା । ତେବେ ମୁର୍ମୁ ଏବେ ଏହି ସବୁ କ୍ଷମତା ପାଇବେ ଯାହା ଭାରତର ରାଷ୍ଟ୍ରପତି ପାଇଥାନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।