କେତେ ଟଙ୍କା ଦରମା ପାଇବେ ରାଷ୍ଟ୍ରପତି Draupadi Murmu, ଜାଣନ୍ତୁ ଏହା ସହ ମିଳିବ କେଉଁ ସବୁ ସୁବିଧା…

ବନ୍ଧୁଗଣ ଭାରତ ପାଇଲା ୧୫ ତମ ନୂଆ ରାଷ୍ଟ୍ରପତି । ଇତିହାସ ରଚନା କଲେ ଦ୍ରୌପଦୀ ମୁର୍ମୁ। ବିରୋଧିଦଳର ପାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ହରାଇ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ ପାଇଲେ । ତେବେ ଆସନ୍ତୁ ଜାଣିବା ଦ୍ରୌପଦୀଙ୍କୁ ମୁର୍ମୁଙ୍କୁ କି ପ୍ରକାର ସୁବିଧା ମିଳିବ ଏବଂ ସେ କେତେ ଟଙ୍କା ଦରମା ପାଇବେ । ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ଏବେ ମାସିକ ୫ ଲକ୍ଷ ଟଙ୍କା ଦରମା ମିଳିବ । ଦରମା ସହିତ ମାଗଣା ମେଡିକାଲ, ଟେଲିଫୋନ, ବିଜୁଳି ସମସ୍ତ ଭତା ବି ମିଳିବ ।

ଏହା ସହିତ ରାଷ୍ଟ୍ରପତିଙ୍କୁ ମରସିଡିଜ-ବେଞ୍ଜ ଏସ -୬୦୦ ପୁଲମ୍ୟାନ ଗାର୍ଡ ମଧ୍ୟ ମିଳିଥାଏ । ରାଷ୍ଟ୍ରପତିଙ୍କୁ ମାଗଣା ଘର, ଦୁଇଟି ମୋବାଇଲ ଫୋନ ଓ ଆଜୀବନ ମାଗଣା ଚିକିତ୍ସ୍ୟା ସୁବିଧା ମିଳିବ । ପୂର୍ବତନ ରାଷ୍ଟ୍ରପତିଙ୍କୁ ଜଣେ ସହଯୋଗୀଙ୍କ ସହ ଟ୍ରେନ କିମ୍ବା ଆକାଶ ମାର୍ଗରେ ଯାତ୍ରା କରିବା ପାଇଁ ସୁବିଧା ମିଳିବ । ରାଷ୍ଟ୍ରପତିଙ୍କ ବାସଭବନ ୩୪୦ ଏକର । ରାଷ୍ଟ୍ରପତି ଭବନକୁ ବ୍ରିଟିଶ ଭାଇସରୟଙ୍କ ପାଇଁ ନିର୍ମାଣ କରଯାଇଥିଲା ।

ଏଇ ଭବନକୁ ଏଡୱର୍ଡ ଲୁଟିୟନସ ଓ ହରବର୍ଟ ବେକର ଡିଜାଇନ କରିଥିଲେ । ଏହାକୁ ନିର୍ମାଣ କରିବାକୁ ୧୭ ବର୍ଷ ଲାଗିଥିଲା । ରାଷ୍ଟ୍ରପତି ଭବନରେ ୩୪୦ ଟି କଠୋରୀ ରହିଛି । ସେତେବେଳେ ଏଇ ବିରାଟ ଭବନ କୁ ନିର୍ମାଣ ପାଇଁ ୪୫ ଲକ୍ଷ ଇଟା ଲାଗିଥିଲା । ଏଠାରେ ଥିବା ୧୫ ଏକରର ଜାଗାରେ ନିର୍ମିତ ମୋଗଲ ଗାର୍ଡେନ ରାଷ୍ଟ୍ରପତି ଭବନର ଆକର୍ଷଣର ମୁଖ୍ୟ ସ୍ତଳ ପାଲଟିଛି ।ଭାରତର ସାମ୍ବିଧାନିକ ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି ।

ପ୍ରଧାନ ମନ୍ତ୍ରୀଙ୍କୁ ନିଯୁକ୍ତି କରିବା ଏବଂ ସମ୍ବିଧାନର ସଂରକ୍ଷଣ କରିବା ରାଷ୍ଟ୍ରପତିଙ୍କର ପ୍ରମୁଖ ଦାୟିତ୍ଵ । କ୍ଯାବିନେଟ ପାସ ପରେ ପାର୍ଲାମେଣ୍ଟ ରେ ପାସ ହୋଇଥିବା ବିଲ ରାଷ୍ଟ୍ରପତିଙ୍କ ପାଖକୁ ଯାଏ । ରାଷ୍ଟ୍ରପତି ଙ୍କ ଦସ୍ତଖତ ବିନା କୌଣସି ବିଲ ମଞ୍ଜୁର ହୋଇପାରିବ ନାହିଁ । କିନ୍ତୁ ସଂସଦରେ ଦିତୀୟ ଥର ବିଲ ପାସ ହେଲେ ରାଷ୍ଟ୍ରପତି ତା ଉପରେ ଦସ୍ତଖତ କରନ୍ତି ନାହିଁ । ରାଷ୍ଟ୍ରପତି ହେଉଛନ୍ତି ୩ ସେନାର ମୁଖ୍ୟ ।

ଧାରା ୭୨ ଆଧାରରେ ଦୋଷୀଙ୍କ ଦଣ୍ଡକୁ ରାଷ୍ଟ୍ରପତି କ୍ଷମା କରିପାରିବେ । ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ଉପରେ ମଧ୍ୟ ନିଷ୍ପତି ନେଇପାରନ୍ତି । ବିଚାରପତି, ରାଜ୍ୟ ହାଇକୋର୍ଟ ଜଜ୍, ରାଜ୍ୟପାଳ ନିର୍ବାଚନ କମିଶନର ଓ ରାଷ୍ଟ୍ରଦୂତ ନିଯୁକ୍ତି ମଧ୍ୟ ରାଷ୍ଟ୍ରପତି କରିଥାନ୍ତି । ରାଷ୍ଟ୍ରପତି ଧାରା ୩୫୨ ଆଧାରରେ ଆଧାରରେ ଯୁଦ୍ଧ କିମ୍ବା ବାହ୍ୟ ଆକ୍ରମଣ କିମ୍ବା ସଶସ୍ତ୍ର ବିଦ୍ରୋହ ସମୟରେ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରନ୍ତି ।

କୌଣସି ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ତା ବିଫଳ ହେଲେ, ତେବେ ୩୫୬ ର ବ୍ୟବହାର କରି ରାଷ୍ଟ୍ରପତି ଶାସନ ଲାଗୁ କରିପାରିବେ । ଭାରତର ପ୍ରଥମ ନାଗରିକ ହେଉଛନ୍ତି, ରାଷ୍ଟ୍ରପତି । ଏହି ସାମ୍ବିଧାନିକ ଧାରାର ମୁଖ୍ୟ ଏବେ ହେଉଛନ୍ତି ରାଷ୍ଟ୍ରପତି । ଯଦି ଏହି ପୋଷ୍ଟ ଟି ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ ଆପଣଙ୍କ ମତାମତ କମେଣ୍ଟ ଦ୍ଵାରା ଜଣାନ୍ତୁ ।