ଓଲିଉଡ ଜଗତ ପାଇଁ ଆସିଛି ଆଉ ଏକ ବଡ ଦୁଃଖଦ ଖବର । ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଟେଲି ଅଭିନେତ୍ରୀ ରାଜେଶ୍ଵରୀ ରାୟ । ଗତକାଲି ବିଳମ୍ବିତ ରାତିରେ ରାଜେଶ୍ଵରୀଙ୍କୁ ମେଡିକାଲରେ ଭର୍ତ୍ତି କରା ଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ରାତି ୨ଟା ୨୫ ମିନିଟରେ ତାଙ୍କ ଦେହାନ୍ତ ହୋଇଥିଲା ଖବର ସାମ୍ନାକୁ ଆସିଛି । ରାଜେଶ୍ଵରୀ ବରେନ ଓ ଲଙ୍ଗସ୍ କ୍ୟାନ୍ସରରେ ପୀଡିତ ଥିଲେ । ସେ କ୍ୟାନ୍ସରରୁ ସୁସ୍ଥ ମଧ୍ୟ ହୋଇ ଯାଇଥିଲେ ।

କିନ୍ତୁ ହଠାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରା ଯାଇଥିଲା । ଯାହାପରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ଟେଲି ଧାରାବାହିକ ମାନଙ୍କରେ ଖଳନାୟିକା ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ଥିଲେ ରାଜେଶ୍ଵରୀ । ଏକାଧିକ ଓଡିଆ ଧାରାବାହିକରେ କାମ କରି ସେ ଦର୍ଶକଙ୍କ ମନ ଜିତି ପାରିଥିଲେ । ଲୋକପ୍ରିୟ ଧାରାବାହିକ ଉଆଁସୀ କନ୍ୟାରେ ଅଳକା ଚରିତ୍ରରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ ରାଜେଶ୍ଵରୀ ।
ଏହି ଧାରାବାହିକ ହିଁ ତାଙ୍କୁ ନୂଆ ପରିଚୟ ଆଣି ଦେଇଥିଲା । ବାଲେଶ୍ଵରରେ ଜନ୍ମିତ ରାଜେଶ୍ଵରୀ ଆଙ୍କରିଂ ଜରିଆରେ ପ୍ରଥମେ ଓଲିଉଡ ଦୁନିଆରେ ପ୍ରବେଶ କରିଥିଲେ । କିନ୍ତୁ ଜଣେ ଲେଡି ଭିଲିଆନ ଭାବେ ଧାରାବାହିକରୁ ହିଁ ସେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । କେତୋଟି ଚଳଚିତ୍ରରେ ମଧ୍ୟ ରାଜେଶ୍ଵରୀଙ୍କୁ ଦେଖିବାକୁ ମିଳିଛି ।

ଓଡିଆ ଚଳଚିତ୍ର “ସତ୍ୟମେବ ଜୟତେ” ହେଉଛି ରାଜେଶ୍ଵରୀଙ୍କର ପ୍ରଥମ ଚଳଚିତ୍ର । ଏହାପରେ ସେ “ଆ ରେ ସାଥି ଆ” ଓ “ବ୍ଳାକମେଲ” ଭଳି ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ସେହିପରି ବସୁନ୍ଧରା, ସଂସ୍କାର, ସ୍ଵାଭିମାନ, ଦେବୀ ଓ କୁମକୁମ ଆଦି ଅନେକ ଲୋକପ୍ରିୟ ଧାରାବାହିକରେ ସେ କାର୍ଯ୍ୟ କରିଛନ୍ତି ଓ ସଭିଁଙ୍କ ମନରେ ନିଜ ନିଖୁଣ ଅଭିନୟର ଛାପ ଛାଡି ଯାଇଛନ୍ତି । ତାଙ୍କର ଏଭଳି ଅକାଳ ବିୟୋଗରେ ଓଡିଆ ଟେଲି ଜଗତରେ ଶୋକର ଛାୟା ଖେଳିଯାଇଛି ।
ଅନେକ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ତାଙ୍କର ଏଭଳି ଅକାଳ ମୃତ୍ୟୁକୁ କେହି ବି ସହଜରେ ଗ୍ରହଣ କରି ପାରୁନାହାନ୍ତି । ଅକାଳରେ ଝଡି ଯାଇଛନ୍ତି ଅଭିନୟ ଜଗତର ଆଉ ଜଣେ ପ୍ରତିଭାବାନ ଅଭିନେତ୍ରୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।