ଲକଡାଉନ ସମୟରୁ ଶଙ୍କର କହର ନାମକ ଯୁବକଙ୍କ ସହ ମହିଳାଙ୍କର ସମ୍ପର୍କ ଆରମ୍ଭ ହୋଇଥିଲା । ଶଙ୍କର ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ଏକ ଚାହା ଦୋକାନ କରିଥିଲେ ଏବଂ ସେଠାରୁ ସେମାନଙ୍କ ସାକ୍ଷାତ ପରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଏପରିକି ତାଙ୍କ ଦୋକାନରେ ମହିଳାଜଣକ କାମ ମଧ୍ୟ କରୁଥିଲେ । ଶଙ୍କର ବିଭିନ୍ନ ସମୟରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । କିନ୍ତୁ ଜୁଲାର ୫ ତାରିଖ ଦିନ ସେ ମହିଳାଙ୍କୁ ମାଡ ମାରିବା ସହ ନିଜ ଗଞ୍ଜାମରେ ନିଜ ଗାଁକୁ ପଳାଇଥିଲେ ।

ଆଉ ୧୨ ତାରିଖ ଦିନ ସେଠାରେ ବିବାହ କରିବା କଥା ମହିଳାଜଣକ ଜାଣିବା ପରେ ନୟାପଲ୍ଲୀ ଥାନାରେ ଯାଇ ଶଙ୍କରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ତାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଶଙ୍କର କହରକୁ ପଚରାଉଚରା କରିବା ପାଇଁ ଥାନାକୁ ଆଣିଛି । ମହିଳାଜଣକ ତାଙ୍କ ନାଁରେ ଯାହାବି ଅଭିଯୋଗ ଆଣିଛନ୍ତି ସେ ସବୁ ପ୍ରମାଣିତ ହେବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରା ଯାଇପାରେ ।
ମହିଳାଙ୍କ କହିବା ଅନୁଯାୟୀ ଲକଡାଉନ ସମୟରେ ସେ ମାଷ୍ଟରକ୍ୟାଣ୍ଟିନରେ ଶଙ୍କରଙ୍କ ସହ ରହୁଥିଲେ । ଜରିପାଲ ତଳୁ ଶଙ୍କରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ରାତିରେ ଅନେକ ଥର ଘରକୁ ନ ଫେରିବାରୁ ତାଙ୍କ ସ୍ଵାମୀଙ୍କୁ ସନ୍ଦେହ ହୋଇଥିଲା । ଶଙ୍କରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଜାଣିବା ପରେ ସ୍ଵାମୀ ତାଙ୍କୁ ମାଡ ମାରିଥିଲେ । ଏହାପରେ ସେ ଥାନାରେ ସ୍ଵାମୀଙ୍କ ନାଁରେ ଅଭିଯୋଗ କରିଥିଲେ ।

ଏହା ପରଠାରୁ ତାଙ୍କ ସ୍ଵାମୀ ତାଙ୍କୁ ଛାଡି ପଳାଇଛନ୍ତି । ଶଙ୍କର ତାଙ୍କୁ ସବୁବେଳେ ସ୍ଵାମୀକୁ ଛାଡି ତାଙ୍କ ସହ ରହିବା ପାଇଁ କହୁଥିଲା । ଶଙ୍କର କହୁଥିଲା କି, ସ୍ଵାମୀ ତ କିଛି କାମ କରୁନି ଏମିତି ସ୍ଵାମୀ ପାଖେ କଣ ପାଇଁ ରହୁଛୁ ? ମୁଁ ତୋତେ ବାହା ହୋଇ ରଖିବି । ଦେଢ ବର୍ଷ କାଳ ସେମାନେ ସମ୍ପର୍କରେ ରହିବା ପରେ ଗତ ଜୁଲାଇ ୫ ତାରିଖ ଦିନ ଶଙ୍କର ତାଙ୍କୁ ଭୀଷଣ ମାଡ ମାରିଥିଲା ଓ ଏହାରି ଉପରେ ଜବରଦସ୍ତ ଶାରୀରିକ ସମ୍ପର୍କ ମଧ୍ୟ ରଖି ଘରଛାଡି ପଳାଇଥିଲା ।
ମହିଳାଙ୍କ ସ୍ୱାସ୍ଥ୍ୟ ବିଗିଡିବାରୁ ସେ ପୋଲିସକୁ ଡ଼ାକିଥିଲେ ଓ ସେମାନେ ତାଙ୍କୁ ହସ୍ପିଟାଲରେ ଭର୍ତି କରିଥିଲେ । ଯାହାର ସବୁ ପ୍ରମାଣପତ୍ର ମହିଳାଙ୍କ ପାଖେ ଅଛି ବୋଲି ସେ କହିଛନ୍ତି । ଶଙ୍କର ତାଙ୍କ ଇଜ୍ଜତ ନେଇଛନ୍ତି ଓ ସେ ହିଁ ତାଙ୍କୁ ବାହା ହୁଅନ୍ତୁ ବୋଲି ଏବେ ସେ ଜିଦ୍ ଧରି ବସିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।