ଆମ ଜୀବନକୁ ସରସ ସୁନ୍ଦର କରିବା ପାଇଁ ଶାସ୍ତ୍ର ମାନଙ୍କରେ ଅନେକ ଅନୁଚିନ୍ତାମାନ ଉଲ୍ଲେଖ ରହିଛି । ଯାହାର ପାଳନ ଓ ଅନୁସରଣ କରିବା ଦ୍ଵାରା ଆମ ଆଜୀବନ ସରଳ ଏବଂ ସୁଖମୟ ହୋଇଥାଏ । ସକାଳୁ ସ୍ନାନ କରିବା ପରେ ଠାକୁର ଘରେ ଗୋଟିଏ ତେଲର ଦୀପ ଏବଂ ଗୋଟିଏ ଘିଅ ଦୀପ ଜାଳିବା ଉଚିତ । ଏହାସହ ଧୂପବତୀ ଲଗାଇ ବାତାବରଣ ସୁଗନ୍ଧିତ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ଠାକୁର ଘରେ ପ୍ରଥମେ ଗଣେଶଙ୍କୁ ପୂଜା କରିବା ଉଚିତ ।

ତାଙ୍କୁ ସ୍ନାନ କରାଇ ବସ୍ତ୍ର, କୁଙ୍କୁମ, ଅକ୍ଷତ ଏବଂ ଧୂପ ଜଳାଇ ପୂଜାର୍ଚ୍ଚନା କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ଗଣେଶଙ୍କ ପରେ ନାରାୟଣଙ୍କୁ ଧ୍ୟାନ କରିବା ସହ ଧୂପ, ଦୀପ, ଚନ୍ଦନ ଏବଂ ପୁଷ୍ପ ଅର୍ପଣ କରି ପୂଜାର୍ଚ୍ଚନା କରିବା ଦ୍ଵାରା କଲ୍ୟାଣକାରୀ ହୋଇଥାଏ । ତାଙ୍କ ପରେ ମାତା ଦୂର୍ଗା ଏବଂ ସୂର୍ଯ୍ୟଦେବଙ୍କୁ ପୁଷ୍ପ ସହିତ ଦୀପ ଇତ୍ୟାଦି ଦେଇ ପୂଜା କରିବା ଉଚିତ । ଏହି ସବୁ କାର୍ଯ୍ୟ ସମାପନ ପରେ ପଞ୍ଚଦେବତାଙ୍କୁ ମିଠା, ଫଳ ଏବଂ ଜଳ ଅର୍ପଣ କରିବା ଉଚିତ ଏବଂ ତାଙ୍କର ଆରତୀ କରିବା ଦ୍ଵାରା କଲ୍ୟାଣକାରୀ ହୋଇଥାଏ ।
ପୂଜାର ଅନ୍ତିମ ପର୍ଯ୍ୟାୟରେ ପଞ୍ଚଦେବତାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରି ପୂଜାରେ ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା କରିବା ଉଚିତ, ଏହା ମଙ୍ଗଳକାରୀ ହୋଇଥାଏ । ପୂଜା ସମୟରେ ଭଲଭାବେ ଧୌତ ସଫାସୁତୁରା କପଡା ପିନ୍ଧିବା ଉଚିତ ଏବଂ ଧୋତି କୁର୍ତ୍ତା ଇତ୍ୟାଦିର ବ୍ୟବହାର କରିବା ଶୁଭ ହୋଇଥାଏ ।

ପୂଜା ସମୟରେ କେବେବି ପ୍ଲାଷ୍ଟିକ ପାତ୍ରରେ ଜଳ ରଖି ପୂଜା କରିବା ଉଚିତ ନୁହେଁ । ତମ୍ବା ପାତ୍ରରେ ଜଳ ରଖି ପୂଜାରେ ବ୍ୟବହାର କରିବା ମଙ୍ଗଳକାରୀ ହୋଇଥାଏ । ପୂଜା ସମୟରେ ସୂର୍ଯ୍ୟଙ୍କୁ ଶଙ୍ଖ ମାଧ୍ୟମରେ ଜଳ ଅର୍ପଣ କରିବା ଉଚିତ ନୁହେଁ ଏବଂ ଶାଳଗ୍ରାମ ଉପରେ ଅକ୍ଷତ ଅର୍ପଣ କରିବା ଉଚିତ ନୁହେଁ । ପୂଜା ପାଇଁ ତୁଳସୀ କେବେବି ଅଗାଧୁଆ ତୋଳିବା ଉଚିତ ନୁହେଁ, ଏହା ପୂଜା ପାଇଁ ଉପଯୁକ୍ତ ହୋଇ ନଥାଏ ।
ପୂଜା ସମୟରେ କେବେବି ପୁଷ୍ପକୁ ପାଣିରେ ରଖିବା ଉଚିତ ନୁହେଁ କିମ୍ବା ଖଣ୍ଡିତ ପୁଷ୍ପ ପୂଜା କାର୍ଯ୍ୟରେ ବ୍ୟବହାର କରିବା ଅନୁଚିତ । ପୂଜା ସମୟରେ ଲାଲ ରଙ୍ଗର ଆସନରେ ବସିବା ଉଚିତ ଏବଂ ତମ୍ବା କିମ୍ବା ପିତଳ ବାସନ ପୂଜାରେ ବ୍ୟବହାର କରିବା ଶୁଭ ହୋଇଥାଏ ।

ପୂଜା କରିବା ସମୟରେ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଖକରି ପୂଜାକାର୍ଯ୍ୟ ସମାପନ କରିବା ଉଚିତ, ଏହାଦ୍ବାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ । ଠାକୁର ଘରେ କେବେବି ଦୁଇଟି ଶଙ୍ଖ ରଖିବା ଉଚିତ ନୁହେଁ, ଏହାଦ୍ବାରା କଳହ ଦେଖାଦେବାର ସମ୍ଭାବନା ରହିଥାଏ । ଗଣେଶଙ୍କ ପୂଜା ସମୟରେ ତୁଳସୀ ପାତ୍ର ବ୍ୟବହାର କରିବା ଉଚିତ ନୁହେଁ । କିନ୍ତୁ ନାରାୟଣଙ୍କୁ ଭୋଗ ଲଗାଇଆବ ସମୟରେ ତୁଳସୀ ପତ୍ରର ବ୍ୟବହାର କରିବା କଲ୍ୟାଣକାରୀ ହୋଇଥାଏ ।
ଦିନ ବାରଟାରୁ ଚାରିଟା ମଧ୍ୟରେ ଠାକୁର ପୂଜା କରିବା ଉଚିତ ନୁହେଁ । ଶାସ୍ତ୍ର ଅନୁସାରେ ଏହା ବର୍ଜିତ ହୋଇଥାଏ କାରଣ ଏହି ସମୟ ଠାକୁରଙ୍କ ବିଶ୍ରାମ ସମୟ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।