ବାରମ୍ବାର ଅଶ୍ଳୀଳ ଫଟୋକୁ ନେଇ ବ୍ଳାକମେଲ କରୁଥିଲା ଏକତରଫା ପ୍ରେମିକ, ଅସହ୍ୟ ହେବାରୁ ଜୀବନ ହାରିଦେଲା ଝିଅ, ଦେଖନ୍ତୁ କଣ ରହିଛି ପୁରା ଘଟଣା

“ବାପା ମୁଁ ଆଉ ଏ ଦୁନିଆରେ ରହିବାକୁ ଚାହୁଁନି । ଏଠି କେବଳ ବିଶ୍ଵାସଘାତ ହିନ ମିଳେ । ମୋ ପାଇଁ ତୁମେ ସମାଜର କଟୁକଥାର ଶିକାର ହୋଇଛ । କିନ୍ତୁ ମୁଁ କଣ କରିପାରିବି ବାପା । ରାଜେଶ ମୋତେ ଆଉ ରଖେଈ ଦେଲାନାହିଁ । ବାରମ୍ବାର ମୋ ଅ-ଶ୍ଳୀ-ଳ ଫଟୋକୁ ନେଇ ମୋତେ ବ୍ଳାକମେଲ କଲା । ସେ ସେହି ଫଟୋ ସବୁ କେମିତି ଆଣିଛି ମୁଁ ବି ଜାଣିନି । ହେଲେ ବାପା ଏମିତି କେତେଦିନ ମୁଁ ବଞ୍ଚିଥାନ୍ତି ? ସେଥିପାଇଁ ବାପା ଏ ଦୁନିଆ ଛାଡି ଯିବାକୁ ବାଧ୍ୟ ହେଲି ।

ଭାବିଲି କାଳେ ମୁଁ ଏ ଦୁନିଆ ଛାଡିକି ପଳେଇଲେ ରାଜେଶକୁ ଦଣ୍ଡ ମିଳିପାରିବ । ସେ ମୋତେ ଆଉ ହଇରାଣ କରିପାରିବ ନାହିଁ । ବାପା ମାଆ ତୁମକୁ ମୁଁ ବହୁତ ଭଲପାଏ । ମାୟାର ଯତ୍ନ ନେବ ବାପା, ମୁଁ ଯାଉଛି ।” ଏମିତି କିଛି ଭାବନାର ସହ ଆଜି ଘରର ଗେହ୍ଲା ଝିଅ ସମସ୍ତଙ୍କୁ ଛାଡି ଚାଲିଯାଇଛି । ପ୍ରଥମେ ଏକତରଫା ପ୍ରେମ ଓ ପରେ କିଛି ଦୁର୍ବଳ ମୂହୁର୍ତ୍ତର ଫଟୋକୁ ଭାଇରାଲ କରିବାର ଧମକ ମିଳିଥିଲା ।

ଯାହାପରେ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛି ଘରର ଗେହ୍ଲା ଝିଅ । ଭଦ୍ରକ ଜିଲ୍ଲା ଧାମନଗର ଥାନା ତଳମୁଣ୍ଡା ପଞ୍ଚାୟତ ହସନପୁର ଗାଁରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘରେ କେହି ନଥିବା ବେଳେ ଗତ ୧୭ ତାରିଖରେ ଅଶୋକ ଜେନାଙ୍କ ଝିଅ ପାୟଲ ଏଭଳି ଏକ ପଦକ୍ଷେପ ନେଇ ଯାଇଛନ୍ତି ।

ଗାଁ ଲୋକେ ପାୟଲଙ୍କୁ ଉଦ୍ଧାର କରି ପ୍ରଥମେ ଭଦ୍ରକ ମେଡିକାଲ ନେଇଥିବା ବେଳେ ତାଙ୍କୁନ ମୃତ ଘୋଷଣା କରିଥିଲେ ଡାକ୍ତର । ଖବର ମୁତାବକ ଉକ୍ତ ଗାଁର ମଙ୍ଗୁଳିଆ ସାହିର ରାଜେଶ ଜେନା ପାୟଲଙ୍କୁ ଏକତରଫା ପ୍ରେମ କରୁଥିଲେ । ପାୟଲ କିନ୍ତୁ ଏଥିରେ ରାଜି ହୋଇ ନଥିଲେ , ଯାହାପରେ ରାଜେଶ ସବୁଦିନ ପାୟଲଙ୍କ ଅ-ଶ୍ଳୀ-ଳ ଫଟୋ ଭାଇରାଲ କରିବାର ଧମକ ଦେଉଥିଲେ ତଥା ବ୍ଲାକମେଲିଂ କରୁଥିଲେ ।

ଏନେଇ ଉଭୟ ପରିବାର ମଧ୍ୟରେ ପୂର୍ବରୁ ସମାଧାନ ମଧ୍ୟ ହୋଇଥିଲା । ତଥାପି ଦିନକୁ ଦିନ ରାଜେଶଙ୍କ ଅତ୍ୟାଚାର ଅସହ୍ୟ ହେବାରୁ ପାୟଲ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ବାପା ଧାମନଗର ଥାନାରେ ଅଭିଯୋଗ ଆଣିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।