Seasonal Cough & Cold Home Remedy: ଥଣ୍ଡା, ଜ୍ଵର, କାଶ, କଫ ଓ ବନ୍ଦ ନାକକୁ ଏକାଥରେ ଭଲ କରିବାର ଚମତ୍କାରୀ ଘରୋଇ ଉପାୟ

ଜଳବାୟୁରେ ପରିବର୍ତ୍ତନ ହେବା ଯୋଗୁଁ ଆମକୁ ଥଣ୍ଡା, କାଶ ଓ କଫ ଭଳି ସମସ୍ଯା ଭୋଗିବାକୁ ପଡିଥାଏ । ଏହି ଥଣ୍ଡା, କାଶ ଓ କଫ ଅଧିକ ହେଲେ ଆମ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇଥାନ୍ତି । ଏପରି ହେଲେ ମେଡ଼ିସିନ ଠାରୁ ଦୂରେଇ ରୁହନ୍ତୁ । କିନ୍ତୁ ଆପଣ ଯଦି କିଛି ସହଜ ଘରୋଇ ଉପଚାରର ପ୍ରୟୋଗ କରିବେ ତେବେ ଏସବୁରୁ ମୁକ୍ତି ପାଇପାରିବେ ଓ ସେ ଗୁଡିକର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ହୋଇ ନଥାଏ । ତେବେ ଚାଳନ୍ତୁ ଜାଣିବା ଥଣ୍ଡା ଭଲ କରିବାର ଚମତ୍କାରୀ ଘରୋଇ ଉପାୟ ।

ଏହି ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ଏକ ଗ୍ଳାସ ପାଣି ଗରମ କରନ୍ତୁ । ଏବେ ଦୁଇ ଇଞ୍ଚ ଲମ୍ବର ଏକ ଅଦା ନିଅନ୍ତୁ ଓ ଏହାକୁ ଭଲ ଭାବେ ଚୋପା ଛଡାଇ ଧୋଇ ଦିଅନ୍ତୁ । ଏହାପରେ ଏହାକୁ ଏକ ହେମଦସ୍ତା ସାହାଯ୍ୟରେ ଛେଚି ଦିଅନ୍ତୁ ଓ ଗରମ ପାଣିରେ ପକାଇ ଦିଅନ୍ତୁ । ଅଦା ସ୍ବଭାବରେ ଗରମ ହୋଇଥାଏ ତେଣୁ ଆମ ଶରୀରକୁ ଗରମ ରଖି ଥଣ୍ଡା ଭଲ କରିବାରେ ସାହାଯ୍ୟ କରିଥାଏ ।

ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଖଣ୍ଡେ ପାନପାତ୍ର । ପାନପାତ୍ରରେ ଏମିତି ତତ୍ତ୍ଵ ରହିଥାଏ ଯାହା ଆମ ଶରୀରକୁ ଗରମ ପହୁଞ୍ଚାଇଥାଏ ଓ ଆମ ବାତ, ପିତ ଏବଂ କଫକୁ ନିୟନ୍ତ୍ରଣରେ ରଖିଥାଏ । ଆପଣ ପାନପାତ୍ରକୁ ଛୋଟ ଛୋଟ ଖଣ୍ଡରେ ଛିଣ୍ଡାଇ ଦିଅନ୍ତୁ ଓ ସେହି ଗରମ ପାଣିରେ ପକାଇ ଦିଅନ୍ତୁ ।

ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ୭-୮ଟି ଗୋଲମରିଚ । ଥଣ୍ଡା ଭଳି ସମସ୍ଯାକୁ ଭଲ କରିବା ପାଇଁ ଗୋଲମରିଚ ବହୁ ପୁରାତନ କାଳରୁ ବ୍ୟବହାର ହୋଇ ଆସୁଛି । ଏହା ଥଣ୍ଡା ଭଲ କରିବା ସହ ଛାତିରେ ଜମିଥିବା କଫକୁ ମଧ୍ୟ କାଢିଥାଏ । ଗୋଲମରିଚକୁ ପ୍ରଥମେ ଭଲଭାବେ କୁଟି ଗୁଣ୍ଡ କରି ଦିଅନ୍ତୁ ଓ ଏହାକୁ ସେହି ଗରମ ପାଣିରେ ପକାନ୍ତୁ । ତୁଳସୀ ପତ୍ର ଆମକୁ ଅନେକ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ ଓ ଆମ ଇମ୍ୟୁନିଟିକୁ ବଢାଇଥାଏ ।

ଆପଣ ଏଥିରେ ୫-୬ଟି ତୁଳସୀ ପାତ୍ର ପକାନ୍ତୁ । ଏହାପରେ ଶେଷ ସାମଗ୍ରୀ ଆପଣଙ୍କୁ ଆବଶ୍ୟକ ହେବ ତାହା ହେଉଛି ଏକ ଚାମୁଚ ଗୁଡ । ଏହା ଆପଣଙ୍କ ପାଚନକ୍ରିୟାକୁ ଶକ୍ତିଶାଳୀ କରେ ଓ ଥଣ୍ଡା, କାଶ, କଫ ଭଳି ସମସ୍ଯାକୁ ମଧ୍ୟ ଭଲ କରେ । ଏକ ଗ୍ଳାସ ପାଣି ଫୁଟି ଫୁଟି ଅଧା ଗ୍ଳାସ ହେବା ପର୍ଯ୍ୟନ୍ତ ଏହି ମିଶ୍ରଣକୁ ଫୁଟାନ୍ତୁ ।

ଏବେ ଆପଣ ଏହି ମିଶ୍ରଣକୁ ଛାଣି ଦୁଇଥର ଲେଖାଏଁ ସେବନ କରିପାରିବେ । ଏହାକୁ ସେବନ କରିବା ବେଳେ ଏଥିର ଏକ ଚାମୁଚ ମହୁ ମିଶାନ୍ତୁ । ମହୁ ମଧ୍ୟ ଥଣ୍ଡା ସମସ୍ୟାକୁ ଦୂର କରିବା ପାଇଁ ଅତ୍ୟନ୍ତ ଉପଯୋଗୀ ହେବା ସହ ଏହି ପାନୀୟର ସ୍ଵାଦକୁ ମଧ୍ୟ ବଢାଇଥାଏ ।

ସକାଳେ ଏବଂ ସନ୍ଧ୍ୟାରେ ଦୁଇ ଥର ହାଲୁକା ଉଷୁମ ଥିବାବେଳେ ଆପଣ ଏହି ଉପଚାରକୁ ୨-୩ ତିନିଦିନ ପର୍ଯ୍ୟନ୍ତ ସେବନ କରନ୍ତୁ । ଦେଖିବେ ଆପଣଙ୍କ ଥଣ୍ଡା ଭଳି ସମସ୍ଯା ସବୁଦିନ ପାଇଁ ଦୂର ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।