ପ୍ରେମ ଶାଶ୍ଵତ, ଯିଏ ଥରେ ଯାହାକୁ ହୃଦୟ ଦେଇ ଭଲପାଇଛି ସେ ହିଁ ଜାଣିଛି ପ୍ରେମର ମହତ୍ଵ । ପ୍ରେମ କେତେବେଳେ ଆଉ କାହା ସାଙ୍ଗେ ହୋଇଯାଏ ତାହା କେହି କହିପାରନ୍ତି ବୋଲି କୁହାଯାଏ । ଆଉ ପ୍ରେମରେ ଝଗଡା ଏକ ସ୍ଵାଭାବିକ କଥା । ଯାହା ପାଇଁ ଭଲପାଇବା ଥାଏ ତା’ ସାଙ୍ଗେ ଝଗଡା ବି ହୁଏ । ଆଉ ଏହି ଘଟଣା ଠିକ ସେମିତି ହୋଇଛି । ପ୍ରେମିକ ଓ ପ୍ରେମିକା ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା ।

ଯେଉଁଥି ପାଇଁ ପ୍ରେମିକା ରାଗିଯାଇ ପାଖରେ ଥିବା ନଦୀ ମଧ୍ୟକୁ ଡେଇଁ ପଡିଥିଲା । କିନ୍ତୁ ପ୍ରେମିକାକୁ ବଞ୍ଚାଇବା ପାଇଁ ତାଙ୍କ ପଛରେ ପ୍ରେମିକ ବି ନଦୀକୁ ଡେଇଁ ପଡିଥିଲେ । ଖାଲି ଡେଇଁଲେ ତାହା ନୁହେଁ ବରଂ ନିଜ ପ୍ରେମିକାଅଙ୍କ ଜୀବନ ମଧ୍ୟ ନଦୀର ଅକାତ ପାଣିରୁ ବଞ୍ଚାଇ ଆଣିଲେ । ଏହି ସମୟର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ କି ନଦୀ ମଧ୍ୟରେ ପ୍ରେମିକାଙ୍କୁ ଜୋରରେ ଜାବୁଡି ଧରିଛନ୍ତି ପ୍ରେମିକ । ଆଉ ପ୍ରେମିକା ମଧ୍ୟ ତାଙ୍କୁ ଜାବୁଡି ଧରିଛନ୍ତି ।
ପ୍ରେମିକାଙ୍କୁ ଠେଲି ଠେଲି କୂଳକୁ ଆଣିବାକୁ ଚେଷ୍ଟା କରୁଛନ୍ତି ପ୍ରେମିକ ଜଣକ । ମୟୂରଭଞ୍ଜ ଜିଲ୍ଲାର ରରୁଆରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ସେହି ଅଞ୍ଚଳରେ ରହୁଥିବା ନିଜ ପ୍ରେମିକଙ୍କୁ ଭୁବନେଶ୍ବରରୁ ଦେଖା କରିବାକୁ ଆସିଥିଲେ ପ୍ରେମିକା । କିନ୍ତୁ ସେମାନଙ୍କ ମଧ୍ୟରେ କୌଣସି ଏକ କାରଣରୁ ଟିକେ ଝଗଡା ହୋଇ ଯାଇଥିଲା ।

ଆଉ ଏହି ଝଗଡାରେ ପ୍ରେମିକା ରାଗିଯାଇ ରରୁଆ ବଜାରରୁ ଚାଲି ଚାଲି ଆସି ଖଇରିଭଣ୍ଡନ ପୋଲ ଉପରୁ ନଦୀକୁ ଡେଇଁ ପଡିଥିଲେ । ଆଉ ପ୍ରେମିକା ଡେଇଁ ପଡିବା ଦେଖି ପ୍ରେମିକ ଜଣକ ମଧ୍ୟ ନଦୀ ଭିତରକୁ ତୁରନ୍ତ ଡେଇଁ ପଡିଥିଲେ ଆଉ ନିଜ ପ୍ରେମିକାଙ୍କ ଜୀବନ ବଞ୍ଚାଇ ଦେଇଥିଲେ । ତେବେ ସେଠାକାର ଲୋକେ ଏହି ଦୃଶ୍ୟର ଭିଡିଓ ଉତ୍ତୋଳନ କରିଥିଲେ ।
ପ୍ରେମିକ ନିଜ ପ୍ରେମିକାକୁ ବଞ୍ଚାଇବା ସମୟର ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ତେବେ କେଉଁ କାରଣରୁ ପ୍ରେମିକା ଜଣକ ନଦୀ ଭିତରକୁ ଡେଇଁବା ପାଇଁ ନିଷ୍ପତ୍ତି ନେଲେ ସେନେଇ ଉଭୟଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।