ଦାମ୍ପତ୍ୟ କଳହର ଭୟଙ୍କର ପରିଣତି ଦେଖିବାକୁ ମିଳିଛି ସମ୍ବଲପୁର ବୁର୍ଲାର କଚେରୀ ଛକରେ । ଯାହାଫଳରେ ସେଠାକାର ସାରା ଇଲାକା ଥରହର ହେଉଛି । ଏକ ନାଲି ରଙ୍ଗର କାର୍ କାହା ଉପରକୁ ଚଢି ଯାଇଥିଲା ତ ଆଉ କେତେବେଳେ ପାଚେରି ଭାଙ୍ଗି ଛିନଛତ୍ର କରି ଦେଇଥିଲା । ଏମିତି କିଛି ସମୟର ଆତଙ୍କରାଜରେ ସାରା ଇଲାକା ଆତଙ୍କିତ ହୋଇ ପଡିଥିଲା । ତେବେ ଦାମ୍ପତ୍ୟ କଳି ଯୋଗୁଁ ଜ୍ଵାଇଁ ଏଭଳି ତାଣ୍ଡବ ରୂପ ଦେଖାଇଥିବା ଶୁଣିବାକୁ ମିଳୁଛି । ଯାହା ତିନୋଟି ଦୃଶ୍ୟ ଭାବେ ସେଠାକାର ସିସିଟିଭିରେ କଏଦ ହୋଇଛି ।

ପ୍ରଥମ ଦୃଶ୍ୟରେ ଜ୍ଵାଇଁ ପଞ୍ଚାନନ ଦାସ ଏକ ନାଲି କାର୍ ଦ୍ଵାରା ଶ୍ଵଶୁର ରାମଚନ୍ଦ୍ର ମହାପାତ୍ରଙ୍କ ଉପରେ ଚଢେଇ ଦେବାକୁ ଉଦ୍ୟମ କରୁଛନ୍ତି । ଦ୍ଵିତୀୟ ଦୃଶ୍ୟରେ ରାସ୍ତାରେ ସମ୍ପର୍କୀୟ ଶଳା ଚାଲି ଚାଲି ଯାଉଥିବା ବେଳେ ସାମ୍ନାରୁ ଦ୍ରୁତଗତିରେ ଆସି ଭିଣୋଇ ପଞ୍ଚାନନ ତାଙ୍କ ଉପରେ ଗାଡି ମଡାଇ ଦେଲେ । ଆଉ ତିନି ନମ୍ବର ଦୃଶ୍ୟରେ ଦେଖିବାକୁ ମିଳିଛି କି, ତାଙ୍କ କାର୍ ଉପରେ ଲାଖି ରହିଥିବା ଶଳାଙ୍କୁ ନେଇ ସମ୍ବଲପୁର ଏସପି ଙ୍କ ସରକାରୀ ବାସଭବନର ପାଚେରି କାନ୍ଥରେ ନେଇ ସିଧା ନେଇ ପିଟି ଦେଉଛନ୍ତି ।
ଏସବୁ ଦୃଶ୍ୟ ପରେ ସ୍ଥାନୀୟ ଲୋକେ ଦୌଡି ଆସିଥିଲେ ଆଉ ପଞ୍ଚାନନଙ୍କୁ କାବୁ କରି ଭଲରେ ଉତ୍ତମମଧ୍ୟମ ଦେଇଥିଲେ । ପଞ୍ଚାନନଙ୍କ ଏଭଳି କାଣ୍ଡରେ ସମ୍ପର୍କୀୟ ଶଳାଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ଶ୍ଵଶୁର ମଧ୍ୟ ଆହତ ହୋଇଛନ୍ତି । ପଞ୍ଚାନନ ଚିନ୍ମୟୀ ମହାପାତ୍ରଙ୍କୁ ୯ ବର୍ଷ ତଳେ ବିବାହ କରିଥିଲେ । ପତ୍ନୀ ଚିନ୍ମୟୀ ଅଭିଯୋଗ ଆଣିଛନ୍ତି ଯେ ଗତ ୬ ମାସ ହେବ କୌଣସି ଏକ କାରଣରୁ ସ୍ଵାମୀ ପଞ୍ଚାନନଙ୍କ ସହ ତାଙ୍କର କଳି ଲାଗିରହାଉଛି । ଯେଉଁଥି ପାଇଁ ସେ ପିଲାଙ୍କୁ ନେଇ ନିଜ ବାପଘରେ ରହୁଛନ୍ତି ।

ପଞ୍ଚାନନ ଜଣେ ଆଇନଜୀବୀ ହୋଇଥିବାରୁ ପିଲାଙ୍କ ଭରପୋଷଣ କଥା ସ୍ଵାମୀ ହିଁ ବୁଝନ୍ତୁ ବୋଲି ସେ ବାପା ରାମଚନ୍ଦ୍ର ଓ ଦୁଇ ଭାଇଙ୍କୁ ଧରି ସମ୍ବଲପୁର ବାର୍ ଆସୋସିଏସନର ଦ୍ଵାରସ୍ଥ ହୋଇଥିଲେ । ହେଲେ ସେମାନେ ଫେରିବା ବେଳେ ସ୍ଵାମୀ ପଞ୍ଚାନନ କଚେରୀ ଛକରେ ସମସ୍ତଙ୍କ ଉପରେ କାର୍ ଚଢାଇ ମାରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ଚିନ୍ମୟୀ । ଏନେଇ ସେ ଆଗରୁ ମଧ୍ୟ ଧମକ ଦେଇଥିଲେ ଏବଂ ଛୁଆପିଲା ଥିଲେ ସେମାନଙ୍କୁ ମଧ୍ୟ ସେ ଆଜି ଗାଡି ଚଢେଇ ଦେଇଥାନ୍ତେ ।
କାରଣ ସେ ଆଗରୁ କହି ସାରିଛନ୍ତି କି ମୋର ସ୍ତ୍ରୀ ପିଲାଛୁଆ କେହି ଦରକାର ନାହିଁ ସମସ୍ତଙ୍କୁ ଗାଡି ଚପେଇ ମାରିଦେବି । ଯାହା ସେ ଆଜି ସତରେ କରି ଦେଖାଇଛନ୍ତି ବୋଲି କହିଛନ୍ତି ଚିନ୍ମୟୀ । ତେବେ ଜ୍ଵାଇଁର ଏଭଳି କାଣ୍ଡକୁ ନେଇ ଏବେ ସର୍ବ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।