ଜୁଲାଇ 18 ତାରିଖରୁ ଅନେକ ସାମଗ୍ରୀରେ ଜିଏସଟି ଲାଗୁ ହେବା ସହ ଦରଦାମରେ ବୃଦ୍ଧି ହେବ । ଫଳରେ ଅନେକ ଘରକରଣା ସାମଗ୍ରୀ, ହୋଟେଲ ଏବଂ ବ୍ଯାଙ୍କ ସେବା ଆଦି ମହଙ୍ଗା ହେବାକୁ ଯାଉଛି । ଗତମାସରେ ଚଣ୍ଡିଗଡରେ ହୋଇଥିବା ୪୭ତମ ଜିଏସଟି ପରିସର ବୈଠକରେ କେତେକେ ସାମଗ୍ରୀ ଓ ସେବା ଉପରେ ଟିକସ ହାର ସଂଶୋଧନ କରା ଯାଇଥିବା ବେଳେ ଟିକସମୁକ୍ତ ଥିବା କେତେକେ ସାମଗ୍ରୀ ଓ ସେବାକୁ ଟିକସ ପରିସରଭୁକ୍ତ କରାଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସାମଗ୍ରୀ ମହଙ୍ଗା ହେବାକୁ ଯାଉଛି ।

ଏଲଇଡ଼ି ଲ୍ଯାମ୍ପ, କାଳି ବା ସ୍ୟାହି, ଛୁରୀ, ବ୍ଲେଦ, ପେନ୍ସିଲ ସାର୍ପନର, ଚାମୁଚ, ଫର୍କ, କରଚୁଲି, କେକ ସର୍ଭର, ପେଣ୍ଟିଙ୍ଗ, ମରାମତି ଉଦ୍ଦିଷ୍ଟ ଫିକ୍ସର ଆଦିରେ ୧୮% ଜିଏସଟି ଲାଗୁ ହେବ । ସେହିଭଳି ଶକ୍ତିଚାଳିତ ପମ୍ପ, ବାଇସାଇକେଲ ପମ୍ପ, ଟାୟାରୀ ମେସିନାରୀରେ ୧୮ ପ୍ରତିଶତ ଜିଏସଟି ଲାଗିବ । ବିଭିନ୍ନ ପ୍ରକାର ବୀଜ ଓ ଡାଲିର ସଫେଇ ପାଇଁ ଉଦ୍ଦିଷ୍ଟ ମେସିନ, ଖାଦ୍ଯ ଶସ୍ୟ ପେଷିବା ପାଇଁ ଉଦ୍ଦିଷ୍ଟ ମେସିନ, ପବନଚାଳିତ ଅଟାଚକି ଏବଂ ୱେଟ ଗ୍ରାଉଣ୍ଡରେ ମ,ଅଧ୍ୟା ୧୮% ଜିଏସଟି ଲାଗିବ ।
ସବୁଠୁ ବଡ କଥା ହେଉଛି, ବ୍ଯାଙ୍କ ଚେକ୍ ଉପରେ ମଧ୍ୟ ୧୮% ଜିଏସଟି ଲାଗିବ । ସୋଲାର ୱାଟର ହିଟର ଏବଂ ସିଷ୍ଟମରେ ୧୨% ଜିଏସଟି ଲାଗିବା ବେଳେ ଚମଡାରେ ମଧ୍ୟ ୧୨% ଜିଏସଟି ଲାଗିବ । ସମସ୍ତ ପ୍ରକାର ପ୍ରିଣ୍ଟେସ ମ୍ୟାପ ଓ ଚାର୍ଟ ମଧ୍ୟ ୧୨% ଜିଏସଟି କୁ ଆସିବ । ଦିନକୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ହୋଟେଲ ଭଡାରେ ମଧ୍ୟ ୧୨% ଜିଏସଟି ଲାଗିବ ।

ସେହିପରି ଆଇସିୟୁ କୁ ଛାଡିଦେଲେ ଦୈନିକ ହସ୍ପିଟାଲ ଭଡା ୫୦୦୦ ଟଙ୍କାରୁ ଅଧିକ ହେଲେ ଏହା ଉପରେ ମଧ୍ୟ ୫% ଜିଏସଟି ଲାଗିବ । ସଡକ, ସେତୁ, ରେଳପଥ, ମେଟ୍ରୋ ଏବଂ ଶବଗୃହ ଆଦି ପାଇଁ ୱାର୍କ କଣ୍ଟ୍ରାକ୍ଟରେ ୧୮% ଜିଏସଟି ଲାଗୁ ହେବ । ଐତିହାସିକ କୀର୍ତ୍ତିରାଜି, କେନାଲ, ଡ୍ୟାମ, ପାଇପ ଲାଇନ, ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲ ପାଇଁ କେନ୍ଦ୍ର, ରାଜ୍ୟ ଓ ଅନ୍ୟ ସ୍ଥାନୀୟ ପ୍ରଶାସନ ଆଦିକୁ ଦିଆ ଯାଇଥିବା ୱାର୍କ କଣ୍ଟ୍ରାକ୍ଟ ଉପରେ ୧୮% ଜିଏସଟି ଲାଗିବ ।
ଏହିସବୁ ସାମଗ୍ରୀ ଉପରେ ଜିଏସଟି ଲାଗିବା ଫଳରେ ନିହାତି ଭାବରେ ଏଗୁଡ଼ିକର ଦରଦାମ ବୃଦ୍ଧି ପାଇବ । ଯାହା ନିଶ୍ଚିତ ଭାବେ ଗରିବ ଓ ମଧ୍ୟବିତ୍ତ ପରିବାରର ବଜେଟ ଉପରେ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।