ନଦୀ ମଝିରେ ଫସି ରହିଛି 2 ଟି ଜୀବନ, ଚାରିଆଡେ ବନ୍ୟାଜଳ ଘେରି ରହିଥିବା ବେଳେ ଚଟାଣ ପାଲଟିଛି ସାହାରା, ଦେଖନ୍ତୁ ଏହି ଭିଜୁଆଲ

ରାୟଗଡା ନାଗାବଳୀ ନଦୀରେ ଦୁଇଜଣ ପର୍ଯ୍ୟଟକ ଫସି ରହିଛନ୍ତି । ଝୁଲା ବ୍ରିଜ ନିକଟରେ ଏହି ଦୁଇ ପର୍ଯ୍ୟଟକ ଫସି ଯାଇଛନ୍ତି । ବୁଲିବାକୁ ଯାଇଥିବା ବେଳେ ହଠାତ ବନ୍ୟାପାଣି ଆସି ଯିବାରୁ ନଦୀ ମଝିର ଏହି ଦୁଇ ପର୍ଯ୍ୟଟକ ଫସି ରହିଛନ୍ତି । ନଦୀ ମଝିରେ ଫସି ରହିଥିବା ଏହି ଦୁଇଜଣ ପର୍ଯ୍ୟଟକ କାଶୀପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ନଦୀ ମଝିରେ ଚାରିପଟେ ବନ୍ୟା ପାଣି ପ୍ରବଳ ବେଗରେ ବୋହି ଯାଉଥିବା ବେଳେ ଏକ ଚଟାଣ ଉପରେ ଏହି ଦୁଇ ପର୍ଯ୍ୟଟକ ଆଶ୍ରା ନେଇଛନ୍ତି ।

ବିପଦ ବେଳେ ସାହାରା ପାଲଟିଛି ଏହି ଚଟାଣ ଖଣ୍ଡିକ । ତେବେ ନଦୀ ମଝିରେ ଫସି ରହିଥିବା ଏହି ଦୁଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପ୍ରୟାସ ଜାରି ରଖିଛନ୍ତି । ବନ୍ୟାଜଳ ସୁସ ସୁ ଗର୍ଜନ କରି ବୋହି ଯାଉଥିବା ବେଳେ ଏକ ଚଟାଣ ଉପରେ ଏହି ଦୁଇ ପର୍ଯ୍ୟଟକ ବଞ୍ଚିବାର ଆଶା ନେଇ ଠିଆ ହୋଇଛନ୍ତି । ଏହା ଦେଖିବା ପରେ ସେହି ସ୍ଥାନରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଛି ।

ଏନେଇ ଅଗ୍ନିଶମ ବିଭାଗକୁ ଖବର ଦିଆ ଯିବା ପରେ ସେମାନେ ସେଠାରେ ଆସି ପହଞ୍ଚିଛନ୍ତି ଏବଂ ଏବଂ କି ପ୍ରକାରେ ତାଙ୍କୁ ସେଠାରୁ ଉଦ୍ଧାର କରାଯିବ ସେନେଇ ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି । ଏହି ଭିଜୁଆଲରୁ ଆପଣ ନଦୀର ଭୟଙ୍କର ଦୃଶ୍ୟ ଦେଖି ପାରୁଥିବେ । ବନ୍ୟା ପାଣି ଅତ୍ୟନ୍ତ ବେଗରେ ବୋହି ଚାଲିଛି ଆଉ ଏହାରି ମଧ୍ୟରେ ଦୁଇଜଣ ପର୍ଯ୍ୟଟକ ଫସି ରହିଛନ୍ତି ଏବଂ ସେଠାରୁ ବାହାରକୁ ଆସି ପାରୁନାହାନ୍ତି ।

ଯଦି ପାଣି ମଧ୍ୟ ଦେଇ ବାହାରକୁ ଆସିବାକୁ ଚେଷ୍ଟା କରନ୍ତି ତେବେ ସେମାନେ ଭାସିଯିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି । ଶୁଣିବାକୁ ମିଳୁଛି ଏହି ଦୁଇ ପର୍ଯ୍ୟଟକ ସ୍ଥାନୀୟ ମେଡିକାଲକୁ ତାଙ୍କର କୌଣସି ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଆସିଥିଲେ । ଏହାପରେ ସେମାନେ ନଦୀ ଆଡେ ବୁଲିବାକୁ ଯାଇଥିଲେ । ସେହି ସମୟରେ ନଦୀ ଖାଲି ଥିଲା । କିନ୍ତୁ ହଠାତ ଦେଖୁ ଦେଖୁ ବନ୍ୟା ଜଳ ମାଡି ଆସିଥିଲା ଆଉ ସେମାନେ ନଦୀରୁ ବାହାରକୁ ଆସିପାରି ନଥିଲେ ।

ଯାହାଫଳରେ ଏହିଭଳି ଏକ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ସେମାନଙ୍କୁ ସୁରକ୍ଷିତ ବାହାରକୁ ଆଣିବା ପାଇଁ ଅଗ୍ନିଶମ ବିଭାଗ ଚେଷ୍ଟା ଜାରି ରଖିଛନ୍ତି ଓ ଦଉଡି ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଚଳାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।