ସୁ-ସୁ ଗର୍ଜନ କରି ଉଚ୍ଚ ଲହଡି ସହ ମାଡି ଆସୁଛି ସମୁଦ୍ର, ଧୀରେ ଧୀରେ ଅତଡା ଖସିବା ଦେଖି ତ୍ରାହି ତ୍ରାହି ଡାକ ଛାଡିଲେଣି ଲୋକେ…!

କୂଳ ଲଙ୍ଘି ସୁ ସୁ ଗର୍ଜନ କରି ମାଡି ଆସୁଛି ସମୁଦ୍ର । ଏହା ଦେଖି ଲୋକେ ତ୍ରାହି ତ୍ରାହି ବୋଲି ଡାକିବା ଆରମ୍ଭ କରିଦେଲେଣି । ଏହି ଦୃଶ୍ୟ ଦେଖିଲେ ଆପଣ ଜାଣିପାରିବେ କେତେ ଭୟଙ୍କର ଭାବେ ସମୁଦ୍ର ମାଡି ଆସୁଛି । ସୁଉଚ୍ଚ ଲହଡି ସାଙ୍ଗକୁ ସୁ ସୁ ଗର୍ଜନ ଶୁଣି ସେଠାକାର ଗାଁ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । କାରଣ ସମୁଦ୍ରରେ ଲୀନ ହେବାକୁ ବସିଛି ଆର୍ଯ୍ୟପାଲି ଗାଁ । ଉଚ୍ଚ ଉଚ୍ଚ ଢେଉ ମାଡି ଆସି ସମୁଦ୍ର କୁଳ ଲଙ୍ଘୁଛି । ସମୁଦ୍ରର ଢେଉ ପାଣି ପ୍ରବଳ ହୋଇ ମାଡି ଆସୁଥିବା ଦେଖାଯାଉଛି ।

ଯେଉଁଥି ପାଇଁ ସମୁଦ୍ର କୂଳରେ ଥିବା ଅତଡା ମଧ୍ୟ ଧୀରେ ଧୀରେ ଖସିବାକୁ ଲାଗିଲାଣି । ଏହି ସମ୍ପର୍କରେ ଛତ୍ରପୁର ବିଧାୟକ ସୁବାସ ବେହେରା ବିଧାନସଭା ପ୍ରଶ୍ନବାଣରେ ପ୍ରଶ୍ନ କରିଥିଲେ । କିନ୍ତୁ ଏନେଇ ଜନସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନାହାନ୍ତି । ଗଞ୍ଜାମ ବ୍ଲକର ପୋଡମପେଟା ଠାରୁ ନେଇ ଆର୍ଯ୍ୟପାଲି ପର୍ଯ୍ୟନ୍ତ କରାଲ ରୂପ ନେଇ କୁଳ ଲଙ୍ଘିବାରେ ଲାଗିଛି ସମୁଦ୍ର ।

ଯାହାଫଳରେ ପୋଡମପେଟା ଗ୍ରାମର ଗୋଟିଏ ପରେ ଗୋଟିଏ ଘର ସମୁଦ୍ରରେ ମିଶିବ ସହ ଏବେ ଆର୍ଯ୍ୟପାଲି ଗାଁ ଠାରୁ ସମୁଦ୍ର ମାତ୍ର ୨୦ ମିଟର ଦୂରରେ ରହିଛି ସମୁଦ୍ର । ଲଘୁଚାପ ବର୍ଷା ଯୋଗୁଁ ଏବେ ସମୁଦ୍ର କୂଳ ଲଙ୍ଘୁଥିବା ବେଳେ ଗାଁରେ ପାଣି ପଶିବା ଆଶଙ୍କା କରାଯାଉଛି । ତେଣୁ ଯଥାଶୀଘ୍ର ଏହାର ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ଗତ ଏକ ବର୍ଷ ତଳେ ସମୁଦ୍ର ଆର୍ଯ୍ୟପାଲି ଗାଁ ଠାରୁ ୧ କିମି ରୁ ଅଧିକ ଦୂରତାରେ ଥିଲା । କିନ୍ତୁ ମାସକୁ ମାସ କୂଳ ଲଙ୍ଘି ଗାଁ ଆଡକୁ ମାଡି ଆସୁଛି ସମୁଦ୍ର । ଫଳରେ ଏବେ ମାତ୍ର ୨୦-୩୦ ମିଟର ଦୂରରେ ସମୁଦ୍ର ଥିବାରୁ ଗ୍ରାମବାସୀ ମାନେ ଖୁବ ଭୟଭୀତ ଅଛନ୍ତି । କାରଣ ଏହା ପୂର୍ବରୁ ସେଠାରେ ଥିବା ରାମପାଟଣା ଗାଁଟି ସମୁଦ୍ରରେ ଲୀନ ହୋଇସାରିଛି ।

ଏନେଇ ସେମାନେ ଅନେକ ଦିନରୁ ପ୍ରଶାସନକୁ ଜଣାଇ ଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ଯାଇନାହିଁ । ଯଥାଶୀଘ୍ର କିଛି ନକଲେ ଏହି ଗାଁ ମଧ୍ୟ ଖୁବ ଶୀଘ୍ର ସମୁଦ୍ର ମଧ୍ୟରେ ଲୀନ ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।