ଆକାଶରୁ ଖସିଲା କ୍ଵିଣ୍ଟାଲ କ୍ଵିଣ୍ଟାଲ ମାଛ, ଏତେ ମାଛ ବର୍ଷା ହେଲା ଯେ ଲୋକେ ଦେଖି କାବା, ମାଛ ଗୋଟେଇବା ପାଇଁ ଜମିଲା ଭିଡ, ଦେଖନ୍ତୁ video

ଆକାଶରୁ ମାଛ ବର୍ଷା ହେବା ଦେଖି ଲୋକମାନେ ଖୁସିରେ ନାଚିବାକୁ ଲାଗିଲେ । ମାଛ ବର୍ଷା ହେବା ସମୟ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି । ପ୍ରବଳ ବର୍ଷା ହେବା ପରେ ଆକାଶରୁ ମାଛମାନେ ଖସିଲେ । ଏହି କଥା ଶୁଣି ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି, ଆକାଶରୁ ମାଛ ବର୍ଷା ହେଲା କେମିତି ? ଆକାଶରୁ ବର୍ଷା ପାଣି ନହେଲେ କୁଆ ପଥର ପଡେ । ହେଲେ ଆକାଶରୁ ମାଛ ବର୍ଷା ହେଲା କେମିତି ? ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏହା ନିହାତି ସତ ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାନରେ । ସେଠାରେ ବର୍ଷା ହେବା ବେଳେ ଆକାଶରୁ ମାଛ ମଧ୍ୟ ପଡିଥିଲେ । ଯାହାକୁ ନେଇ ଏବେ ପୁରା ରାଜ୍ୟରେ ଜୋର ଧରିଛି ଚର୍ଚ୍ଚା । ପ୍ରବଳ ବର୍ଷା ହେବା ସମୟରେ ତେଲେଙ୍ଗାନା ଆକାଶରେ ଦେଖିବାକୁ ମିଳିଛି ଏଭଳି ଏକ ନିଆରା ଘଟଣା । ବର୍ଷା ଫଳରେ ଆକାଶରୁ କ୍ଵିଣ୍ଟାଲ କ୍ଵିଣ୍ଟାଲ ମାଛ ଖସିବାର ଦେଖିବାକୁ ମିଳିଛି । ତେଲେଙ୍ଗାନାର ଜଗଦିୟଲ ସହରରେ ଆକାଶରୁ ବର୍ଷା ସାଙ୍ଗକୁ ମାଛ ପଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଏତେ ମାଛ ବର୍ଷା ହୋଇଥିଲେ ଯେ ରାସ୍ତା, ଘର, ଛାତ ଏବଂ ଗଳିକନ୍ଦିରେ ଏତେ ମାତ୍ରାରେ ମାଛ ପଡିଥିଲେ ଯେ ଲୋକମାନେ ଏହା ଦେଖି ଖୁବ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଆଉ ମାଛ ବର୍ଷା ବେଳର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହାସହ କେଉଁ ପରିସ୍ଥିତିରେ ଆକାଶରୁ ମାଛ ବର୍ଷା ହେଲା ଏହାକୁ ନେଇ ଏବେ ସାଧାରଣ ଜନତାଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଅନ୍ୟଓରେ ଆକାଶରୁ ମାଛ ବର୍ଷା ହେବା ନେଇ ବୈଜ୍ଞାନିକ ମାନେ ମଧ୍ୟ ମତ ରଖିଛନ୍ତି । ସେମାନଙ୍କ କହିବା ଅନୁସାରେ ଯେତେବେଳେ ଛୋଟ ଛୋଟ ଜଳୀୟ ଜୀବ ଯେପରିକି ବେଙ୍ଗ, କଙ୍କଡା ଓ ମାଛ ଆଦି ୱାଟର ସାଉଟରେ ଉପରକୁ ପଳାନ୍ତି ଏହି ୱାଟର ସାଉଟରକୁ ବୈଜ୍ଞାନିକ ଭାଷାରେ ଜଳ ବାଉଣ୍ଡର ବୋଲି କୁହାଯାଏ ।

ଯେଉଁ ସ୍ଥାନରେ ପ୍ରବଳ ବର୍ଷା ହୁଏ ସେହି ସ୍ଥାନରେ ଏହି ବାଉଣ୍ଡର ସୃଷ୍ଟି ହୁଏ । ଯାହାଫଳରେ ମାଛମାନେ ଆକାଶକୁ ଉଠିଯାନ୍ତି । ଆଉ ବାଉଣ୍ଡର ହାଲୁକା ହେବା ପରେ ଜୀବ ଗୁଡିକ ତଳକୁ ଖସି ପଡନ୍ତି । ଗତ ବର୍ଷ ଆମେରିକାର ଟେକ୍ସାସ ସହରରେ ଠିକ ଏହିଭଳି ଘଟଣା ଘଟିଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।