ଶ୍ରାବଣ ମାସରେ ଘରକୁ ନେଇ ଆସନ୍ତୁ ଏହି 5 ଜିନିଷ, ଭଗବାନ ଶିବ ଆପଣଙ୍କ ଘରେ କରିବେ ଧନ ବର୍ଷା

ଶ୍ରାବଣ ମାସରେ ଭଗବାନ ଶିବଙ୍କର ଆରାଧନା କରିବାର ବିଶେଷ ମହତ୍ଵ ରହିଛି । ହିନ୍ଦୁ ଧର୍ମାନୁସାରେ ଭଗବାନ ଶିବଙ୍କ ଏହି ପ୍ରିୟ ମାସରେ ଯେଉଁ ଭକ୍ତ ନିଷ୍ଠାର ସହ ତାଙ୍କର ପୂଜାର୍ଚ୍ଚନା କରିଥାଏ ତାଙ୍କୁ ଭଗବାନ ଶିବଙ୍କର ବିଶେଷ କୃପା ପ୍ରାପ୍ତି ହୋଇଥାଏ । ଏହି ବର୍ଷର ଶ୍ରାବଣ ମାସ ଏକ ଦୁର୍ଲଭ ସଂଯୋଗରେ ପଡୁଥିବାର ଅତ୍ୟନ୍ତ ଖାସ ରହିବ । ଶାସ୍ତ୍ର ଅନୁସାରେ ଏହି ମାସରେ ଭଗବାନ ଶିବଙ୍କ କିଛି ପ୍ରିୟ ଜିନିଷ ଘରକୁ ଆଣିଲେ ଧନର ବର୍ଷା ହୋଇଥାଏ । ଚାଲନ୍ତୁ ଜାଣିବା କଣ ସେହି ସବୁ ଜିନିଷ ।

ପ୍ରଥମରେ ହେଉଛି ତ୍ରିଶୂଳ । ଭଗବାନ ଶିବଙ୍କ ହାତରେ ସବୁବେଳେ ତ୍ରିଶୂଳ ରହିଥାଏ । ଏହା ତିନିଦେବଙ୍କ ପ୍ରତୀକ ଅଟେ । ଶ୍ରାବଣ ମାସ ଆରମ୍ଭରୁ ଘରକୁ ରୂପାର ତ୍ରିଶୂଳ ଆଣିବା ଦ୍ଵାରା ପୁରା ବର୍ଷ କଷ୍ଟରୁ ମୁକ୍ତି ମିଳିଥାଏ । ଦ୍ଵିତୀୟରେ ହେଉଛି ରୁଦ୍ରାକ୍ଷ । ସୁଖ, ସୌଭାଗ୍ୟ ଏବଂ ସମୃଦ୍ଧି ବୃଦ୍ଧି ତଥା ମନର ପବିତ୍ରତା ପାଇଁ ଘରକୁ ଅସଲି ରୁଦ୍ରାକ୍ଷ ଆଣନ୍ତୁ ଓ ଏହାକୁ ଘରର ପବିତ୍ର ସ୍ଥାନରେ ରଖନ୍ତୁ ।

ରୁଦ୍ରାକ୍ଷକୁ ରୂପାର ବନେଇ ପିନ୍ଧାଇବା ଦ୍ଵାରା ଏହା ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଥାଏ । ତୃତୀୟରେ ହେଉଛି ଡମ୍ବୁରୁ । ଏହା ଭଗବାନ ଶିବଙ୍କ ପବିତ୍ର ବାଦ୍ୟଯନ୍ତ୍ର ଅଟେ । ଡମ୍ବୁରୁ ଧ୍ୱନିରେ ଆଖପାଖରେ ଥିବା ସବୁ ଅଶୁଭ ତଥା ନକରାତ୍ମକ ଶକ୍ତି ଦୂରକୁ ଚାଲିଯାନ୍ତି । ଆରୋଗ୍ଯ ପାଇଁ ମଧ୍ୟ ଡମ୍ବୁରୁ ଧ୍ୱନି ଅତ୍ୟନ୍ତ ଶୁଭ ବୋଲି ମାନା ଯାଇଥାଏ ।

ଶ୍ରାବଣ ମାସ ଆରମ୍ଭରୁ ଏହାକୁ ଘରେ ଆଣି ରଖନ୍ତୁ ଏବଂ ଶ୍ରାବଣ ମାସର ଶେଷ ଦିନରେ ଏହାକୁ ଉପହାର ସ୍ୱରୂପ କୌଣସି ଛୋଟପିଲାଙ୍କୁ ଦେଇ ଦିଅନ୍ତୁ । ଚତୁର୍ଥରେ ହେଉଛି ରୂପାର ନନ୍ଦୀ । ନନ୍ଦୀ ଭଗବାନ ଶିବଙ୍କର ବାହାନ ଅଟେ । ତେଣୁ ଶ୍ରାବଣ ମାସରେ ରୂପର ନନ୍ଦୀଙ୍କୁ ଘରକୁ ଆଣନ୍ତୁ ଓ ତାଙ୍କୁ ପୁରା ବର୍ଷ ପୂଜା କରନ୍ତୁ ।

ଏପରି କରିବା ଦ୍ଵାରା ପୁରା ବର୍ଷ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିଥାଏ । ପଞ୍ଚମରେ ହେଉଛି କମଣ୍ଡଳୁ ବା ଜଳପାତ୍ର । ଏହା ମଧ୍ୟ ଭଗବାନ ଶିବଙ୍କର ଅତି ପ୍ରିୟ ଅଟେ । ଆପଣ ଚାହିଁଲେ ଶ୍ରାବଣ ମାସର ଆରମ୍ଭରୁ ଏଥିରେ ଗଙ୍ଗାଜଳ ଆଣି ଘରେ ରଖିପାରିବେ ଓ ମାସ ସାରା ଏହାକୁ ପୂଜା କରିବେ ।

କିନ୍ତୁ ଯଦି ଏହା ସମ୍ଭବ ନୁହେଁ ତେବେ ଆପଣ ରୂପା, ତମ୍ବା ଏବଂ ପିତ୍ତଳ ପାତ୍ର ଆଣି ସେଥିରେ ନିର୍ମଳ ଜଳ ଭରିଦେବେ । ଆଉ ପ୍ରତିଦିନ ସେଥିରୁ ଭଗବାନ ଶିବଙ୍କୁ ଜଳ ଅର୍ପଣ କରି ପୁଣି ଭରିକି ରଖିଦେବେ । ଧନର ଆଗମନ ପାଇଁ ଏହା ସବୁଠୁ ଅଧିକ ପ୍ରଭାବଶାଳୀ ହୋଇଥାଏ । ଏହା ବ୍ଯତୀତ ଭଗବାନ ଶିବଙ୍କ ବେକରେ ସବୁବେଳେ ସର୍ପରାଜ ରହିଥାନ୍ତି ।

ତେଣୁ ଶ୍ରାବଣ ମାସର ଆରମ୍ଭରୁ ରୂପାର ନାଗ-ନାଗୁଣୀ ଯୋଡିଙ୍କୁ ଘରେ ଆଣି ରଖନ୍ତୁ ଓ ପ୍ରତ୍ଯେକ ଦିନ ପୂଜା କରନ୍ତୁ । ଶ୍ରାବଣ ମାସ ସରିବା ପରେ ଏହାକୁ କୌଣସି ଶିବ ମନ୍ଦିରରେ ରଖି ଦିଅନ୍ତୁ । ଏହା ଆପଣଙ୍କୁ ପିତୃଦୋଷରୁ ମୁକ୍ତି ଦେଇଥାଏ । ଆମ ପୋଷ୍ଟ ଅନ୍ୟାମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।