୧୨ ଗୋଟି ମାସ ମଧ୍ୟରେ ପଡୁଥିବା ଧର୍ମ ମାସ ମଧ୍ୟରେ ଶ୍ରାବଣ ମାସର ବିଶେଷ ମହତ୍ଵ ରହିଛି । ଶ୍ରାବଣ ମାସର ସୋମବାର ଭଗବାନ ଶିବଙ୍କୁ ଅର୍ପଣ କରାଯାଇଛି । ଏହିଦିନ ବିଧିପୂର୍ବକ ଭଗବାନ ଶିବଙ୍କର ପୂଜା କଲେ ସବୁ ପାପ କ୍ଷୟ ହେବା ସହ ମନସ୍କାମନା ପୂରଣ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଶିବଲିଙ୍ଗ ଉପରେ କେଉଁ ୮ ଗୋଟି ଜିନିଷ ଅର୍ପଣ କଲେ ଭଗବାନ ଶିବ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ଓ ସବୁ ମନୋବାଞ୍ଛା ପୂର୍ଣ୍ଣ କରିଥାନ୍ତି ।

ଶ୍ରାବଣ ମାସର ସୋମବାର ଦିନ ଭଗବାନ ଶିବଙ୍କୁ ଭକ୍ତିର ସହ ପୂଜା କଲେ ତାଙ୍କ କୃପା ଲାଭ ହୋଇଥାଏ । ଏହି ଧର୍ମ ମାସରେ ଆମିଷ ଏବଂ ନିଶା ଆଦି ସେବନ କରିବାକୁ ବାରଣ କରାଯାଏ । ପ୍ରଥମରେ ଯଦି ଆପଣ ଶ୍ରାବଣ ମାସ ସୋମବାର ଦିନ ଓଁ ନମଃ ଶିବାୟ ଜପ କରି ଶିବଲିଙ୍ଗ ଉପରେ ୧୦୮ ଥର ଜଳ ଅର୍ପଣ କରନ୍ତି, ତେବେ ନିଶ୍ଚିତ ଭାବେ ଆପଣଙ୍କ ମନସ୍କାମନା ପୂରଣ ହେବ ।
ଦ୍ଵିତୀୟରେ ଶ୍ରାବଣ ମାସ ସୋମବାର ଦିନ ଯଦି ଆପଣ ଶିବଲିଙ୍ଗ ଉପରେ କ୍ଷୀର ଅର୍ପଣ କରିବେ ତେବେ ଆପଣଙ୍କୁ ସବୁ କ୍ଷେତ୍ରରେ ଲାଭ ମିଳିବ ଓ ଶାରୀରିକ ଏବଂ ମାନସିକ ରୂପେ ଶାନ୍ତି ମଧ୍ୟ ପ୍ରାପ୍ତ ହେବ । ତୃତୀୟରେ ଯଦି ଆପଣ ଏହିଦିନ ଶିବଲିଙ୍ଗ ଉପରେ ଚିନି ଅର୍ପଣ କରିବେ ତେବେ ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ମହାଦେବଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ସର୍ବଦା ରହିବ ।

ଏହାସହିତ ଆପଣଙ୍କର ସବୁ ଅଭିଳାଷ ପୂରଣ ହେବାକୁ ଲାଗିବ । ଚତୁର୍ଥରେ ଆପଣ ଯଦି ଏହିଦିନ ଶୁଦ୍ଧ ଗୁଆଘିଅରେ ଶିବଙ୍କର ଅଭିଷେକ କରନ୍ତି ତେବେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହେବାକୁ ଲାଗିବ । ଯେଉଁ ଲୋକମାନେ ସନ୍ତାନ ସୁଖରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ ଖୁବ ଶୀଘ୍ର ସୁଖଦ ଖବର ପ୍ରାପ୍ତି ହେବ । ପଞ୍ଚମରେ ଯଦି ଆପଣ ମହୁରେ ଭଗବାନ ଶିବଙ୍କର ଅଭିଷେକ କରିବେ ତେବେ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବା ସହ କେବେବି ଆର୍ଥିକ ଅଭାବର ସମୁଖୀନ ହେବାକୁ ପଡିବ ନାହିଁ ।
ଷଷ୍ଠରେ ହେଉଛି ଆପଣ ଯଦି ଶ୍ରାବଣ ସୋମବାର ଦିନ ଶିବଲିଙ୍ଗରେ ଭାଙ୍ଗ ଅର୍ପଣ କରିବେ ତେବେ ଭଗବାନ ଶିବ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହେବେ ଓ ଆପଣ ନିଜ ଜୀବନର ସବୁ ସୁଖ ଭୋଗ କରିବେ । ସପ୍ତମରେ ହେଉଛି ଚନ୍ଦନ, ଯଦି ଆପଣ ଶିବଲିଙ୍ଗ ଉପରେ ଚନ୍ଦନ ଲଗାଇବେ ତେବେ ଆପଣଙ୍କ ଅଭିଳାଷ ଖୁବ ଶୀଘ୍ର ପୂରଣ ହେବାକୁ ଲାଗିବ ।

ଏହାକୁ ଆପଣ ଶ୍ରାବଣ ମାସର ପ୍ରତ୍ଯେକ ସୋମବାର ଦିନ କରିପାରିବେ । ଅଷ୍ଟମରେ ବା ଶେଷରେ ହେଉଛି କେଶର, ଶ୍ରାବଣ ସୋମବାର ଦିନ ଯଦି ଆପଣ ଶିବଲିଙ୍ଗ ଉପରେ କେଶର ଅର୍ପଣ କରିବେ ତେବେ ଆପଣଙ୍କ ଜୀବନର ସବୁ ସମସ୍ଯା ଦୂର ହେବାକୁ ଲାଗିବ ।
ଶ୍ରାବଣ ମାସ ସୋମବାର ଦିନ ଭଗବାନ ଶିବଙ୍କୁ ଏହିସବୁ ଜିନିଷ ଅର୍ପଣ କରନ୍ତୁ ଦେଖିବେ ଆପଣଙ୍କ ସବୁ ମନସ୍କାମନା ଖୁବ ଶୀଘ୍ର ପୂର୍ଣ୍ଣ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।