ବିଚ୍ ରାସ୍ତାରେ ନିଜର ମହାନତା ଦେଖାଇଛନ୍ତି ଜଣେ କିନ୍ନର । ଆଉ ଏହି କିନ୍ନରଙ୍କ ମହାନତା ପାଇଁ ଆଜି ଗୋଟିଏ ଅମୂଲ୍ୟ ଜୀବନ ବଞ୍ଚିଯାଇଛି । ଗାଡିମଟରରେ ପୁରା ରାସ୍ତା ଜାମ୍ ହୋଇ ପଡିଥିଲା । ଏହି ଦୃଶ୍ୟ ଦେଖିଲେ ଆପଣ ଜାଣିପାରିବେ କି କିଭଳି ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତା ଏତେ ଜାମ୍ ହୋଇଛି ଯେ ଯାହା ସହଜରେ ଖାଲି ହେବା ପରିସ୍ଥିତିରେ ନାହିଁ । ଏହାରି ଭିତରେ ସେହି ଜାମ୍ ଭିତରେ ଫସିଯାଇଛି ଗୋଟିଏ ଆମ୍ବୁଲାନ୍ସ ।

ଆଉ ଜଣେ ଗର୍ଭବତୀ ମହିଳା ସେହି ଆମ୍ବୁଲାନ୍ସ ଭିତରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଆଉ ଏଭଳି ସମୟରେ ଦେବଦୂତ ସାଜି ବାହାରି ଆସିଥିଲେ ଏହି କିନ୍ନର ଜଣକ । ସେ ରାସ୍ତାରେ ଆଗେଇ ଆସିବା ସହ ରାସ୍ତାରେ ଥିବା ସବୁ ଗଡିକୁ ଅଡାଇ ସେହି ଆମ୍ବୁଲାନ୍ସ ପାଇଁ ବାଟ ତିଆରି କରିବା ପାଇଁ ସବୁ ପ୍ରୟାସ ଚଳାଇଛନ୍ତି । ଏହି ଦୃଶ୍ୟଟି ହେଉଛି ଅନୁଗୁଳ ଜିଲ୍ଲା ହୁଲୁରିସିଂହା ନିକଟର ।
ବୁଧବାର ଦିନ ସେହି ରାସ୍ତାରେ ହଜାର ହଜାର ଗାଡିଙ୍କର ପ୍ରବଳ ଭିଡ ଜମିଥିଲା । ସୂଚନା ଅନୁସାରେ ସେଠାରେ ରାସ୍ତା କାମ ଚାଲୁଥିଲା । ପୁରା ଚାରି କିମି ପର୍ଯ୍ୟନ୍ତ ସେହି ରାସ୍ତା କାମ ଚାଲୁଥିବାରୁ ରାସ୍ତା ସଂପୂର୍ଣ୍ଣ ଜାମ୍ ହୋଇ ଯାଇଥିଲା । ଫଳରେ ଏକ ଆମ୍ବୁଲାନ୍ସ ଯାଇ ନପାରି ଭିଦରେ ଫସି ରହିଥିଲା ।
ସେହି ଆମ୍ବୁଲାନ୍ସରେ ଥିବା ଗର୍ଭବତୀ ମହିଳା ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଯାହାକୁ ଦେଖି ଏହି କିନ୍ନର ଜଣକ ସହି ପାରି ନଥିଲେ । ଆପଣ ଦେଖି ପାରୁଥିବେ କି କିନ୍ନର ଜଣକ କିପରି ଆଗେଇ ଆସି ନିଜ ମହାନତା ଓ ସାହାସ ବଳରେ ରାସ୍ତାକୁ ଖାଲି କରି ମହିଳାଙ୍କୁ ହସ୍ପିଟାଲ ପହଞ୍ଚାଇଛନ୍ତି । ଏହି ଦୃଶ୍ୟ ଦେଖିବା ପରେ ସମସ୍ତେ ସେହି କିନ୍ନରଙ୍କ ବୁଦ୍ଧିମତା ଓ ସାହାସର ସହ ଦେଖାଇଥିବା କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି ।

ସେ ଆଜି ପ୍ରମାଣ କରି ଦେଖାଇଛନ୍ତି ଯେ ଯେଉଁଠି ମାନବିକତାର କଥା ଆସେ ସେଠାରେ ଜାତି, ଧର୍ମ, ଲିଙ୍ଗ କିମ୍ବା ଅନ୍ୟକିଛି ବାଧା ଜରୁରୀ ନଥାଏ । ଏହି କିନ୍ନରଙ୍କ ଉଦାରତା ଏବେ ସମସ୍ତଙ୍କ ପାଇଁ ଏକ ଉଦାହରଣ ସାଜିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।