ଖାଇବା ତେଲ ଦର ହେବ ଆକାଶ ଛୁଆଁ, ଯାହାକି ଲୋକଙ୍କ ପକେଟ ଉପରେ ବଡ ପ୍ରଭାବ ପକାଇବ । ବର୍ତ୍ତମାନ ଦେଶରେ ଯେଉଁଭଳି ଭାବେ ନିତ୍ୟ ବ୍ୟବହାର୍ଜ୍ୟ ସାମଗ୍ରୀ ଗୁଡିକର ଦରଦାମ୍ ବଢୁଛି ଏହାକୁ ନେଇ ଲୋକଙ୍କ ମନରେ ଚିନ୍ତା ବଢିବାରେ ଲାଗିଛି । ସାଧାରଣ ଲୋକ ଭାବୁଛି ସେ କେମିତି ବଞ୍ଚିବ ଆଉ କେତେ ଟଙ୍କା ରୋଜଗାର କଲେ ତା’ ପରିବାର ଚଳିବ । ଦେଶରେ ପ୍ରତିଟି ଜିନିଷର ମୂଲ୍ୟ ଅହେତୁକ ବୃଦ୍ଧି ହେଉଥିବା ବେଳେ ସାଧାରଣ ଲୋକକୁ ଏହା ବିଚଳିତ କରି ପକାଉଛି ।

ପେଟ୍ରୋଲ ଓ ଡିଜେଲ କଥା ତ ଅଲଗା, ରୋଷେଇ ଗ୍ଯାସର ଦର ମଧ୍ୟ ପ୍ରତି ମାସରେ ବୃଦ୍ଧି ପାଉଛି । ଆଉ ଏହାରି ଭିତରେ ଆଗକୁ ଖାଇବା ତେଲ ଦର ବୃଦ୍ଧି ନେଇ ଯେଉଁ ଖବର ଆସୁଛି ତାହା ସମସ୍ତଙ୍କ ଚିନ୍ତାକୁ ଆହୁରି ଦ୍ଵିଗୁଣିତ କରିଦେଉଛି । ଚଳିତ ବର୍ଷ ଦେଶରେ ଖାଇବା ତେଲ ଦର ଆକାଶ ଛୁଆଁ ହେବ । କଞ୍ଚାମାଲର ଅଭାବ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଏନେଇ ସୌରାଷ୍ଟ୍ର ଅଏଲ ମିଲର୍ସ ଆସୋସିଏସନ ବା ଏସଓଏମଏ ପୂର୍ବରୁ ସତର୍କ କରାଇଛି ।
ଚଳିତ ବର୍ଷ ଖାଇବା ତେଲ ଦର ଢେର ବୃଦ୍ଧି ପାଇବ ବୋଲି ଏହି ସଂଘ ଆକଳନ କରିଛି । ବାଦାମ ତେଲର ୧୬ ଲିଟର ବିଶିଷ୍ଟ ଟିଣର ମୂଲ୍ୟ ୨୭୫୦/- ଟଙ୍କାରେ ପହଞ୍ଚି ଥିବାବେଳେ କପାମଞ୍ଜି ତେଲ ୨୭୦୦/- ଟଙ୍କାରେ ପହଞ୍ଚି ଗଲାଣି । ଅନ୍ୟପଟେ ପରିସ୍ଥିତି ଏତେ ଜଟିଳ ହେବାରେ ଲାଗିଛି ଯେ ଚାଷୀଙ୍କ ପାଖରେ ବାଦାମ ଭଳି କଞ୍ଚାମାଲ ଯଥେଷ୍ଟ ମାତ୍ରାରେ ଗଚ୍ଛିତ ନଥିବା ଯୋଗୁଁ ଏହା ଦେଶରେ ଖାଇବା ତେଲର ଦର ବୃଦ୍ଧି କରିବ ଚେତାଇ ଦେଇଛି ଏସଓଏମଏ ।

କେବଳ ଏତିକି ନୁହେଁ ବରଂ ଆଉ ଏକ ସାଂଘାତିକ ତଥ୍ୟ ମଧ୍ୟ ସଂଘ ପକ୍ଷରୁ ସାମ୍ନାକୁ ଆସିଛି । ଗୁଜୁରାଟ ସରକାରଙ୍କ ପାଖରେ ୧.୫୦ ଲକ୍ଷ ଟନ୍ ବାଦାମ ମହଜୁଦ ରହିଛି । ଯଦି ସରକାର ଦର ନିୟନ୍ତ୍ରଣ କରିବା ମହଜୁଦ ଥିବା ବାଦାମକୁ ବଜାରରେ ଖୋଲି ଦିଅନ୍ତି ତେବେ ମଧ୍ୟ ଦର ନିୟନ୍ତ୍ରଣ ହୋଇପାରିବ ନାହିଁ ବୋଲି ସଂଘ କହିଛି । ସଂଘ ଆହୁରି ମଧ୍ୟ କହିଛି କି ନଭେମ୍ବର ମାସରେ ବାଦାମର ନୂଆ ଷ୍ଟକ ଆସିଲେ ବି ବଜାରରେ ତୈଳ ଦର ହ୍ରାସ ହୋଇ ନପାରେ ।
କାରଣ ଚଳିତ ବର୍ଷ ଜୁନ୍ ୩୦ ତାରିଖ ସୁଦ୍ଧା ୧୦ ଲକ୍ଷ ହେକ୍ଟରରେ ବାଦାମ ଚାଷ ହୋଇଥିଲା । ଅନ୍ୟ ବର୍ଷ ମାନଙ୍କରେ କିନ୍ତୁ ପ୍ରାୟ ୧୪ ଲକ୍ଷ ହେକ୍ଟର ଜମିରେ ବାଦାମ ଚାଷ ହୋଇଥାଏ । ତେଣୁ ବଜାରକୁ ପ୍ରଚୁର ଷ୍ଟକ ମିଳି ଯାଇଥାଏ । କିନ୍ତୁ ଗତବର୍ଷ ତୁଳନାରେ ଏଥର କପାଚାଷ ଅଧିକ ହୋଇଥିବା ବେଳେ ବାଦାମ ଚାଷ କମିଯାଇଛି । ଏହି କାରଣରୁ ବାଦାମ ଷ୍ଟକ କମିବା ସହ ତେଲଦାର ଆକାଶ ଛୁଆଁ ହେବ ବୋଲି ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।